ନୂଆଦିଲ୍ଲୀ ୦୫/୧୨: ପ୍ରତି ବର୍ଷ ଡିସେମ୍ବର ୫ ତାରିଖରେ ପାଳନ କରାଯାଏ  ଅନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ଦିବସ । ସ୍ୱେଚ୍ଛାସେବୀ ଓ ସେମାନଙ୍କ ସଂଗଠନମାନଙ୍କର ପ୍ରୟାସର ଖୁସି ପାଳନ କରିବା, ସେମାନଙ୍କ ମୂଲ୍ୟବୋଧ ବିଷୟରେ ସୂଚନା ଦେବା ସହିିିତ ଏନ୍‌ଜିଓ, ଜାତିସଂଘ  ଏଜେନ୍ସି, ସରକାରୀ କର୍ତ୍ତୃପକ୍ଷ ଓ ଘରୋଇ କ୍ଷେତ୍ରରେ  ସେମାନଙ୍କ କାର୍ଯ୍ୟକୁ ପ୍ରୋତ୍ସାହନ ଦେବାରେ ଏହି ଦିବସ ସୁଯୋଗ ପ୍ରଦାନ କରେ । ୧୯୮୫ ମସିହାରେ, ଜାତିସଂଘ ସାଧାରଣ ସଭା ଦ୍ୱାରା  ଅନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ଦିବସ ସ୍ଥାପନା ହୋଇଥିଲା ।  ଏହା ସମଗ୍ର ବିଶ୍ୱର ସ୍ୱେଚ୍ଛାସେବୀଙ୍କୁ ଏକତ୍ରିତ କରେ,  ସ୍ୱେଚ୍ଛାସେବୀଙ୍କୁ ମାନ୍ୟତା ଦେବା ପାଇଁ ସ୍ୱର ଉଠାଏ ।