ଇମ୍ପାଲ,୦୮/୦୬: ଅଶାନ୍ତ ହୋଇଛି ମଣିପୁର । ଉତ୍ତେଜନା ଆଶଙ୍କାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ସହ ଇଣ୍ଟରନେଟ୍ ସେବା ଠପ୍ ହୋଇଛି । ମୈତେଇ ସମ୍ପ୍ରଦାୟର ନେତାଙ୍କୁ ଗିରଫ ପରେ ଉତ୍ତେଜନା ପ୍ରକାଶ ପାଇଛି । ଏହାପରେ ମଣିପୁରରେ ୫ ଜିଲ୍ଲାରେ ୫ ଦିନ ପାଇଁ ଇଣ୍ଟରନେଟ ସେବା ବନ୍ଦ ହୋଇଛି । ବିଷ୍ଣୁପୁର ଜିଲ୍ଲାରେ ହିଂସାତ୍ମକ ପ୍ରତିବାଦ ନେଇ କର୍ଫ୍ୟୁ ଲାଗୁ ହୋଇଛି । ଏହା ସହିତ ୪ରୁ ଅଧିକ ଲୋକ ଏକାଠୀ ହେବା ଉପରେ ବି ପ୍ରତିବନ୍ଧକ ଲାଗିଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।
ମଣିପୁର ସରକାର ଶନିବାର ରାତି ୧୧ଟା ୪୫ରୁ ୫ ଜିଲ୍ଲାରେ ୫ ଦିନ ପାଇଁ ଇଣ୍ଟରନେଟ ସେବା ବନ୍ଦ କରିବାକୁ ଘୋଷଣା କରିଛନ୍ତି । ଜଣେ ମୈତେଇ ନେତଙ୍କୁ ଗିରଫ ପରେ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହା ପରେ ଶାନ୍ତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପଶ୍ଚିମ ଇମ୍ପାଲ, ପୂର୍ବ ଇମ୍ପାଲ, ଥୋବଲ,ବିଷ୍ଣପୁର ଓ କାକଚିଙ୍ଗ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ହୋଇଛି । ବିଷ୍ଣପୁର ଜିଲ୍ଲାରେ ହିିଂସାତ୍ମକ ପ୍ରତିବାଦ ନେଇ କଫ୍ୟୁ ଜାରି ହୋଇଛି ।
ଗୃହ ବିଭାଗ ଆୟୁକ୍ତ ସହ ସଚିବ ଏନ୍. ଅଶୋକ କୁମାରଙ୍କ ଦ୍ୱାରା ଜାରି ଆଦେଶରେ କୁହାଯାଇଛି କି, କିଛି ଅସାମାଜିକ ବ୍ୟକ୍ତି ସାମାଜିକ ଗଣମାଧ୍ୟମର ର୍ଦୁବ୍ୟବହାର କରିପାରିନ୍ତି । ଯାହା ପାଇଁ ଘୃଣା ପ୍ରସାରିତ କରିବା ପରି ସନ୍ଦେଶ, ଉସକାଇବା ପରି ଫଟୋ ଏବଂ ଭିଡିଓ ଭାଇରାଲ ହୋଇପାରେ । ତେଣୁ ଆଇନ୍ ବ୍ୟବସ୍ଥା ସ୍ଥିତି ବିଗିଡିପାରେ । ଏହାକୁ ଧ୍ୟାନରେ ରଖି ଇଣ୍ଟରନେଟ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଦେଶର ଉଲ୍ଲଘଂନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଅଚାନକ ମଣିପୁରରେ ହୋଇଥିବା ଏହି ଘଟଣାକ୍ରମକୁ ନେଇ ମଣିପୁର ପ୍ରଶାସନର କୌଣସି ଅଧିକାରୀ କିଛି ବୟାନ ଦେଇନାହାନ୍ତି । ପୁଣି ଥରେ ରାଜ୍ୟରେ ଅଶାନ୍ତି ଦେଖିବାକୁ ମିଳିଛି । ଖବର ମିଳିଛି କି,ଏନଆଇଏ ଟିମ୍ ଶନିବାର ଅପରାହ୍ନରେ ଜଣେ ମୈତେଇ ସମ୍ପ୍ରଦାୟର ୫ ନେତାଙ୍କୁ ଗରିଫ କରିଥିଲା । ଯେଉଁଥିରେ ତାଙ୍କର ଜଣେ କମାଣ୍ଡର ସାମିଲ ଅଛନ୍ତି ।