ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ବରକାନି ରେଳ ଲାଇନ ନିର୍ମାଣକୁ ବିରୋଧ ବେଳେ ଜଣେ ମୃତ ଘଟଣା : ଜାତୀୟ ଅନୁସୂଚିତ ଜନଜାତି ଆୟୋଗଙ୍କ ହସ୍ତକ୍ଷେପ

Published By : Suraj Kumar | April 24, 2025 11:07 PM

ଭୁବନେଶ୍ବର,୨୪।୪ : ସୁନ୍ଦରଗଡ଼ ଜିଲ୍ଲା ବରକାନି ଗାଁରେ ରେଳ ଲାଇନ ନିର୍ମାଣକୁ ବିରୋଧ କରି  ଗତ ୧୯ ତାରିଖରେ ଉତ୍ତେଜନା ଦେଖା ଦେଇଥିଲା । ଏଥିରେ  ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ  ଜାତୀୟ ଅନୁସୂଚିତ ଜନଜାତି ଆୟୋଗ  ହସ୍ତକ୍ଷେପ କରିଛନ୍ତି। ଜିଲ୍ଲାପାଳ, ପୁଲିସ ଅଧିକ୍ଷକ ଏବଂ ଭାରତୀୟ ଇସ୍ପାତ ପ୍ରାଧିକରଣ ଠାରୁ କାର୍ଯ୍ୟାନୁଷ୍ଠାନ  ରିପୋର୍ଟ ମାଗିଛନ୍ତି। 

 ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ଦୁମେରତା ପର୍ଯ୍ୟନ୍ତ  ପ୍ରସ୍ତାବିତ ରେଳ  ଲାଇନ ନିର୍ମାଣକୁ ବିରୋଧ  କରି ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ  ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।  ଏହି ସମୟରେ  ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା। ଏହି ଘଟଣାରେ  ଜଣେ  ଆଦିବାସୀ ଗ୍ରାମବାସୀ ଜେସିବି ତଳେ ଚାପି ହୋଇ ପ୍ରାଣ ହରାଇଥିବା ଅଭିଯୋଗ ହୋଇଥିଲା।  ଆୟୋଗ ଏହି ଘଟଣା ସମ୍ପର୍କରେ  ସୁନ୍ଦରଗଡ଼ ଜିଲ୍ଲାପାଳ, ପୁଲିସ ଅଧିକ୍ଷକ ଏବଂ ଭାରତୀୟ ଇସ୍ପାତ ପ୍ରାଧିକରଣର ଅଧିକାରୀଙ୍କୁ ନେଟିସ ଜାରି କରି ଜବାବ ତଲବ କରିଛନ୍ତି । ଘଟଣାରେ  ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ତଥ୍ୟାତ୍ମକ ବିବରଣୀ ଏବଂ ରିପୋର୍ଟ ଦାଖଲ କରିବାକୁ ଆୟୋଗ କହିଛନ୍ତି।    ଖୁବଶୀଘ୍ର ଆୟୋଗଙ୍କ  ଏକ ଦଳ ଘଟଣାସ୍ଥଳ ପରିଦର୍ଶନ କରିବେ। 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.