PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ଶୁବମନ୍‌ ଗିଲ୍‌ଙ୍କ ଧ୍ବସ୍ତବିଧ୍ବସ୍ତ ଶତକ; ମୁମ୍ବାଇ ଆଗରେ ୨୩୪ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଗୁଜରାଟ

Image Courtesy: IPL twitter

ଅହମ୍ମଦାବାଦ,୨୬/୦୫: ଦ୍ବିତୀୟ କ୍ବାଲିଫାୟରରେ ଯାହା ଆଶା କରାଯାଉଥିଲା ସେଇଆ ହିଁ ହୋଇଛି। ଯଦିଓ ମୁମ୍ବାଇର ବ୍ୟାଟିଂ ହୋଇନାହିଁ ତଥାପି ପ୍ରଥମ ଇନିଂସରେ ଗୁଜରାଟ ପ୍ରଦର୍ଶନ ଜବରଦସ୍ତ ହୋଇଛି। ଟିମ୍‌ ପାଇଁ ଶୁବମାନ୍‌ ଗିଲ୍‌ଙ୍କର ଧୁଆଁଧାର ୧୨୯ରନ୍‌ର ଶତକୀୟ ପାଳି ଦଳକୁ ମଜବୁତ ସ୍ଥିତିରେ ରଖିଛି। ନିର୍ଦ୍ଧାରିତ ଓଭର ଭିତରେ ଦଳ ୩ ଓ୍ବିକେଟ ହରାଇ ୨୩୩ ରନ୍‌ର ବିଶାଳ ସ୍କୋର କରିଛି। ଏବେ ମୁମ୍ବାଇ ମଧ୍ୟ ତମାମ ସ୍କୋରକୁ ପିଛା କରି ମୈଦାନକୁ ଓହ୍ଲାଇବ।

ଦ୍ବିତୀୟ କ୍ବାଲିଫାୟର ମ୍ୟାଚ୍‌ ବର୍ଷା ଯୋଗୁ ବିଳମ୍ବ ହୋଇଥିଲେ ମଧ୍ୟ ପରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ। ତେବେ ରୋମାଞ୍ଚକର ମୁକାବିଲାକୁ ନଜରରେ ରଖି ଗୁଜରାଟ ମୈଦାନକୁ ଓହ୍ଲାଇଥିଲା। ଦଳ ପକ୍ଷରୁ ଶୁବମାନ ଗିଲ୍‌ ୧୦ଟି ଛକା ଓ ୭ଟି ଚୌକା ମାରି ୬୦ ବଲ୍‌ରେ ସର୍ବାଧିକ ୧୨୯ ରନ୍‌ର ଶତକୀୟ ଇନିଂସ ଖେଳିଛନ୍ତି। ସେହିପରି ସାଇ ସୁଦର୍ଶନ ମଧ୍ୟ ଗୋଟିଏ ଛକା ଓ ୫ଟି ଚୌକା ମାରି ୩୧ ବଲ୍‌ରେ ୪୩ ରନ୍‌ କରିଥିଲେ। ରିଦ୍ଧିମାନ ଶାହା ମଧ୍ୟ ୧୬ ବଲ୍‌ରେ ୧୮ ରନ୍‌ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୧୩ ବଲ୍‌ରେ ୨୮ ରନ୍‌ ଓ ରାସିଦ୍‌ ଖାନ୍‌ ୨ ବଲ୍‌ରେ ୫ ରନ୍‌ କରି ଅପରାଜିତ ରହିଥିଲେ।

ମୁମ୍ବାଇର ବୋଲିଂ ଅତ୍ୟନ୍ତ ଦୁର୍ବଳ ଥିଲା। ଦଳ ପକ୍ଷରୁ ଚିଓସ୍‌ ଜୋର୍ଦ୍ଦାନ ସର୍ବାଧିକ ୫୬ ରନ୍, ଆକାଶ ମାଧଓ୍ବାଲ ୫୨, ପିୟୁସ ଚାଓ୍ବଲା ୪୫, ଜସନ୍‌ ବେହରନ୍‌ଡର୍ଫ ୨୮, କ୍ୟାମେରନ୍‌ ଗ୍ରୀନ୍‌ ୩୫ ଓ କୁମାର କାର୍ତ୍ତିକେୟ ୧୫ ରନ୍‌ ଦେଇଛନ୍ତି। ଏବେ ମୁମ୍ବାଇ ଇଣ୍ଡିଆନ୍ସ ୨୩୪ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ମୈଦାନକୁ ଓହ୍ଲାଇବ।