PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

IPL Opening Ceremony: ଗ୍ଲାମର୍‌ର ତଡ୍‌କା ଲଗାଇବେ ତମନ୍ନା ଭାଟିଆ, ଅରିଜିତ ସିଂହ କରିବେ ପରଫର୍ମ

freepressjournal

ନୂଆଦିଲ୍ଲୀ ୩୦/୦୩ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ୧୬ ତମ ସିଜନ୍ ମାର୍ଚ୍ଚ ୩୧ରୁ ଆରମ୍ଭ ହେବ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ ରେ ଗୁଜୁରାଟ ଟାଇଟାନ୍ସର ମୁକାବିଲା ଚେନ୍ନାଇ ସୁପର କିଙ୍ଗ୍ସ ସହ ହେବ। ଏହି ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ଯୁବ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଭେଟେରାନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସମ୍ମୁଖରେ ରହିବେ। ଧୋନି ତାଙ୍କ ଅଧିନାୟକତ୍ୱରେ ଚେନ୍ନାଇକୁ ଚାରିଥର ଚାମ୍ପିୟନ କରିଛନ୍ତି। ଏଥି ସହିତ ହାର୍ଦ୍ଦିକ ଗତ ବର୍ଷ ଗୁଜୁରାଟକୁ ଚାମ୍ପିୟନ କରିଥିଲେ। ତେବେ ମ୍ୟାଚ୍ ପୂର୍ବରୁ ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ। ଏହି ସମୟରେ ଅନେକ ବଲିଉଡ ତାରକା ଗ୍ଲାମରର ତଡ୍‌କା ଲଗାଇବେ। ଏହି କାର୍ଯ୍ୟକ୍ରମରେ ଗାୟକ ଅରିଜିତ ସିଂହ ଏବଂ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଦେଖିବାକୁ ମିଳିବ ବୋଲି ଆଇପିଏଲ ନିଶ୍ଚିତ କରିଛି।

ଉଦଘାଟନୀ ସମାରୋହରେ ତମନ୍ନା ଭାଟିଆଙ୍କ ଅଂଶଗ୍ରହଣ ବିଷୟରେ ସୂଚନା ଦେଇ ଆଇପିଏଲ୍ ଏକ ଟ୍ୱିଟ୍ କରିଛି। ଆଇପିଏଲ୍ ଲେଖିଛି, ‘ଟାଟା ଆଇପିଏଲ୍ ଉଦଘାଟନୀ ସମାରୋହରେ ତମନ୍ନାଙ୍କ ସହ ଯୋଗ ଦିଅନ୍ତୁ। ଆମେ ବିଶ୍ୱର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମ୍ – ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ସବୁଠାରୁ ବଡ କ୍ରିକେଟ୍ ମହୋତ୍ସବ ପାଳନ କରୁଛୁ।’

ମାର୍ଚ୍ଚ ୩୧ ସନ୍ଧ୍ୟା ୬ ଟାରେ ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ ବୋଲି ଆଇପିଏଲ୍ ସୂଚନା ଦେଇଛି। ଏହା ପରେ ସାତଟା ବେଳେ ଟସ୍ ହେବ ଏବଂ ତା’ପରେ ପ୍ରଥମ ମ୍ୟାଚ୍ ୭:୩୦ ରୁ ଖେଳାଯିବ। ଉଦଘାଟନୀ ସମାରୋହ ଏବଂ ମ୍ୟାଚ୍ ଷ୍ଟାର୍ ସ୍ପୋର୍ଟସ୍ ଇଣ୍ଡିଆରେ ସିଧା ପ୍ରସାରଣ ହେବ। ଏହି ସମୟରେ, ଜିଓ ସିନେମା ଆପ୍ ଏବଂ ୱେବସାଇଟରେ ଅନଲାଇନ୍ ଲାଇଭ୍ ଷ୍ଟ୍ରିମିଂ ହେବ।