ନୂଆଦିଲ୍ଲୀ : IPL ଇତିହାସରେ ତିନିଥା ଚାମ୍ପିୟନ ହୋଇଥିବା KKRର ବଢ଼ିଲାଣି ଚିନ୍ତା । ୧୯ତମ ସିଜିନ୍ ଆରମ୍ଭ ହେବା ପୂର୍ବରୁ ଦଳକୁ ଲାଗିଛି ଆଉ ଏକ ଝଟକା । ତୃତୀୟ ପେସର ବୋଲର ଦଳରୁ ବାଦ୍ ପଡ଼ିଛନ୍ତି । ଷ୍ଟାର ବୋଲର ଆକାଶ ଦୀପ ଆହତ କାରଣରୁ ଚଳିତ ସିଜିନରୁ ବାଦ୍ ପଡ଼ିଛନ୍ତି । ଆକାଶଙ୍କ ପିଠିରେ ଯନ୍ତ୍ରଣା ଅନୁଭବ ହେଉଥିବାବେଳେ ସେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଥିବା କେକେଆରର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ମିନି ନିଲାମୀ ସମୟରେ ଦଳ ତାଙ୍କୁ ୧ କୋଟି ଟଙ୍କାରେ କିଣିଥିଲା ।
KKR ପେସରଙ୍କ ଉପରେ ଲାଗିଲା କାହା ନଜର ?
ଆଇପିଏଲ ମିନି ନିଲାମୀ ସରିବା ପରେ ଚର୍ଚ୍ଚା ହୋଇଥିଲା କୋଲକାତା ବ୍ୟାଟିଂ ସାଙ୍ଗକୁ ଏଥର ବୋଲିଂରେ କମାଲ କରିବ । ସ୍ପିନରମାନେ କୋଲକାତାର ମୁଖ୍ୟ ଅସ୍ତ୍ର ରହିଥିବାବେଳେ ଏଥରକ ପେସରମାନେ ସାଥ୍ ଦେବେ ବୋଲି କୁହାଯାଉଥିଲା । ମାତ୍ର ବିବାଦ ପାଇଁ ବାଂଲାଦେଶୀ ପେସର ମୁସ୍ତାଫିଜୁର ରେହେମାନଙ୍କୁ ରିଲିଜ୍ କରିବାକୁ ବାଧ୍ୟ ହୋଇଥିଲା କୋଲକାତା ନାଇଟ୍ ରାଇଡର୍ସ । ପରେ ହର୍ଷିତ ରାଣା ଆହତ ହୋଇଥିବାବେଳେ ସେ ବାଦ୍ ପଡ଼ିଛନ୍ତି । ଏହାସହ ଏବେ ପୁଣି ଆକାଶ ଦୀପ ଆହତ କାରଣରୁ ବାଦ୍ ପଡ଼ିଛନ୍ତି ।
କେକେଆରର ତିନିଜଣ ପେସର ବୋଲର ବାଦ୍ ପଡ଼ିଥିବାବେଳେ ସେମାନଙ୍କ ବଦଳରେ କୌଣସି ଖୋଳାଳିଙ୍କ ଫ୍ରାଞ୍ଚାଇଜ୍ ଦଳରେ ବଦଳ ଖେଳାଳି ଭାବେ ଆଣିନାହିଁ । ନିଲାମରେ ₹18 କୋଟିରେ କିଣାଯାଇଥିବା ଶ୍ରୀଲଙ୍କାର ଦ୍ରୁତ ବୋଲର ମାଥିଶା ପଥିରାନା ମଧ୍ୟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ପାଇଁ ଉପଲବ୍ଧ ହେବେ ନାହିଁ। ସେ T20 ବିଶ୍ୱକପ୍ ସମୟରେ ଆଘାତ ପାଇଥିଲେ ଏବଂ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଥିଲେ। ସେବେଠାରୁ ସେ ଫିଟ୍ ନାହାନ୍ତି। ଶ୍ରୀଲଙ୍କା କ୍ରିକେଟ ସ୍ପଷ୍ଟ କରିଛି ଯେ ସେ ଫିଟନେସ୍ ପରୀକ୍ଷାରେ ପାସ୍ ନ କରିବା ପର୍ଯ୍ୟନ୍ତ ତାଙ୍କୁ IPLରେ ଖେଳିବାକୁ ଅନୁମତି ଦିଆଯିବ ନାହିଁ। ତେଣୁ, KKR ଆଶା କରୁଛି ଯେ ସେ ଏପ୍ରିଲ ମଧ୍ୟଭାଗ ସୁଦ୍ଧା ଦଳକୁ ଫେରିପାରିବେ।
ଏହାସହ ପଢ଼ନ୍ତୁ : ପୂର୍ବରୁ ୨ ଜଣଙ୍କୁ ବାହାହୋଇଥିଲେ, ମିଛ କହି ପୁଣି ବାହାହେବା ପରେ...