ନୂଆଦିଲ୍ଲୀ : ବୁଧବାର ଖେଳାଯାଇଥିଲା ଦିଲ୍ଲୀ-ଗୁଜୁରାଟ ମ୍ୟାଚ ବେଶ ରୋମାଞ୍ଚକ ହୋଇଥିଲା । ଏହି ମ୍ୟାଚକୁ ୧ ରନରେ ଜିତି ନେଇଥିଲା ଗୁଜୁରାଟ । ତେବେ ମ୍ୟାଚ୍ ଜିତିଥିଲେ ସୁଦ୍ଧା ପ୍ରଶିକ୍ଷକ ଆଶିଷ ନେହେରା ଅଧିନାୟକ ଶୁଭମନ ଗିଲଙ୍କ ଉପରେ ରାଗିଯାଇଥିଲେ । ନେହେରା ପୁରା ଜୋଶରେ ନଜର ଆସିଥିଲେ ଆଉ ଗିଲଙ୍କ ଉପରେ ବର୍ଷିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ମ୍ୟାଚ ସମୟରେ ଶୁଭମନ ଗିଲ୍ ଏକ ଥ୍ରୋ କରିଥିଲେ । ଯାହା ଓ୍ବିକେଟରେ ବାଜିବା ସହ ବାଉଣ୍ଡୁରୀକୁ ଚାଲିଯାଇଥିଲା । ୧ ରନ୍ ବଦଳରେ ପ୍ରତିପକ୍ଷ ଦଳକୁ ୫ ରନ୍ ମିଳିଥିଲା । ଯେଉଁଥିରେ କ୍ରୋଧିତ ହୋଇଥିଲେ ନେହେରା । ସେ ବାହାରେ ରହି ପ୍ରବଳ ରାଗି ଯାଇଥିଲେ । ଯାହାର ଭିଡିଓ ବେଶ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ଦେଉଛନ୍ତି ।

ସେପଟେ ଏହି ମ୍ୟାଚରେ ସିନା ଗିଲଙ୍କୁ ଗାଳି ପଡ଼ିଥିଲା କିନ୍ତୁ ମ୍ୟାଚ ବିଜୟରେ ତାଙ୍କର ଗୁରୁତ୍ବପୂଣ୍ଣ୍ଣ ଭୂମିକା ମଧ୍ୟ ରହିଛି । ଏହି ମ୍ୟାଚରେ ୫୫ ବଲରୁ ୭୦ ରନର ପାଳି ଖେଳିଥିଲେ ଗିଲ୍ । ଯେଉଁଥିରେ ୫ଟି ଛକା ଏବଂ ୪ ଚୌକା ରହିଥିଲା । ସେପଟେ ଏହି ମ୍ୟାଚରେ ବଟଲର ଏବଂ ଓ୍ବାଶିଂଟନ୍ ସୁନ୍ଦର ମଧ୍ୟ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ସେପଟେ ଦିଲ୍ଲୀ ପକ୍ଷରୁ ମିଲର ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିଥିଲେ ତଥାପି ଦଳ ପରାଜୟକୁ ଏଡ଼ାଇ ପାରିନଥିଲା ।

ଏହାସହ ପଢ଼ନ୍ତୁ : ୩ ଛୁଆର ମା’ ସହ ରହୁଥିଲେ ଲିଭ୍ ଇନରେ, ଛୋଟ ଝଗଡ଼ାରୁ ମାରିଦେଲା ପ୍ରେମିକ