ନୂଆଦିଲ୍ଲୀ,୮।୫: ଆଇପିଏଲ୍ ୨୦୨୬ ଭିତରେ ଭାରତୀୟ କ୍ରିକେଟ୍ କନଟ୍ରୋଲ ବୋର୍ଡ ବା ବିସିସିଆଇ ବଡ ଓ କଠିନ ପଦେକ୍ଷପ ଗ୍ରହଣ କରିଛି। ଲଗାତାର ସାମନାକୁ ଆସୁଥିବା ବିବାଦ, ପ୍ରୋଟୋକଲ୍ ଉଲଂଘନ ଓ ଖେଳାଳିଙ୍କ ସହିତ ଅଣ-ଅଧିକୃତ ଲୋକ ବଢୁଥିବା ଉପସ୍ଥିତି ପରେ ବିସିସିଆଇ ସବୁ ୧୦ ଫ୍ରାଞ୍ଚାଇଜଙ୍କୁ ନୂଆ ଆଡଭାଇଜରୀ ପଠାଇ ଦେଇଛି।
ବିସିସିଆଇ ସଚିବ ଦେବଜିତ ସାଇକିଆଙ୍କ ଦ୍ୱାରା ଜାରି କରାଯାଇଥିବା ୮ ପୃଷ୍ଠାର ପରାମର୍ଶଦାତା ଖେଳାଳି, ସହାୟକ କର୍ମଚାରୀ, ଦଳ ମାଲିକ, ହୋଟେଲ ପରିଦର୍ଶନ ଏବଂ ଡ୍ରେସିଂ ରୁମ୍ ପ୍ରବେଶ ସମ୍ପର୍କରେ କଠୋର ନିର୍ଦ୍ଦେଶାବଳୀ ବା ଗାଡଇଲାଇନ୍ ରହିଛି। ବୋର୍ଡ ସ୍ପଷ୍ଟ ଭାବରେ ସୂଚିତ କରିଛି ଯେ ଆଇପିଏଲରେ ଶୃଙ୍ଖଳା ଏବଂ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ କୌଣସି ଶିଥିଳତା ରହିବ ନାହିଁ। ଖେଳାଳି ଏବଂ ସର୍ପୋଟ ଷ୍ଟାଫ୍ ହୋଟେଲ ରୁମ୍ରେ ଅନଧିକୃତ ବ୍ୟକ୍ତିଙ୍କ ପ୍ରବେଶ ସମ୍ପର୍କରେ ବିସିସିଆଇ ସବୁଠାରୁ ଅଧିକ ଚିନ୍ତା ପ୍ରକାଶ କରିଛି।
ନୂଆ ଗାଇଡଲାଇନ୍ ଅନୁସାରେ...
-ଏବେ କୌଣସି ବ୍ୟକ୍ତି, କିମ୍ବା ଖେଳାଳିଙ୍କ ସମ୍ପର୍କୀୟ ହୋଇଥିଲେ ବି ବିନା ଲଖିତ ଅନୁମତିରେ ହୋଟେଲ ରୁମ୍କୁ ଯାଇପାରିବେନି।
-ଅତିଥି କେବଳ ହୋଟେଲ ଲବି କିମ୍ବା ପବ୍ଲିକ ଏରିଆରେ ଭେଟିପାରିବେ।
-ଟିମ୍ ମ୍ୟାନେଜରଙ୍କ ମଞ୍ଜୁରୀ ବିନା କାହାକୁ ବି ବ୍ୟକ୍ତିଗତ ରୁମ୍ ପର୍ଯ୍ୟନ୍ତ ପହଁଞ୍ଚିବାର ଅନୁମତି ମିଳିବନି। ବିସିସିଆଇ ଏହାକୁ ସିଧା ସଳଖ ଭାବରେ ସୁରକ୍ଷା ଓ ଆଣ୍ଟି କରପସନ୍ ସମ୍ପର୍କିତ ବଡ଼ ବିପଦ ବୋଲି କହିଛି।
ଏହି ଆଡଭାଇଜରୀ ସବୁଠାରୁ ଆଶ୍ଚର୍ଯ୍ୟଜନକ ଦିଗ ହେଉଛି ଯେ ବିସିସିଆଇ ପ୍ରଥମ ଥର ପାଇଁ ‘ହନି ଟ୍ରାପ୍’ ବିପଦ ବିଷୟରେ ଉଲ୍ଲେଖ କରିଛି। ବୋର୍ଡ କହିଛି ଯେ ହାଇ-ପ୍ରୋଫାଇଲ୍ ଟୁର୍ନାମେଣ୍ଟ ସମୟରେ ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ଙ୍କୁ ଟାର୍ଗେଟ କରାଯାଇପାରେ, ଯାହା ଫଳରେ ଗମ୍ଭୀର ଆଇନଗତ ଏବଂ ସୁରକ୍ଷା ଚିନ୍ତା ସୃଷ୍ଟି ହୋଇପାରେ। ତେଣୁ, ଫ୍ରାଞ୍ଚାଇଜିଙ୍କୁ ଅତିରିକ୍ତ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବିସିସିଆଇ ଖେଳାଳି ଓ ସର୍ପୋଟ ଷ୍ଟାଫଙ୍କ ମୁଭମେଣ୍ଟ ଉପରେ କଡା ନିୟମ ଲାଗୁ କରିଛି
-ଏବେ ଟିମ୍ ହୋଟେଲ ଛାଡିବା ପୂର୍ବରୁ ସୁରକ୍ଷା ସମ୍ପର୍କ ଅଧିକାରୀ (SLO) କିମ୍ବା ଟିମ୍ ଇଣ୍ଟିଗ୍ରିଟି ଅଧିକାରୀ (TIO)ଙ୍କଠାରୁ ଅନୁମତି ନେବାକୁ ପଡିବ।
-ବାହାର ଯାଉଥିବା ସୂଚନା ପୂର୍ବରୁ ରିପୋର୍ଟ କରିବାକୁ ପଡିବ।
- ପ୍ରତ୍ୟେକ ଗତିବିଧିର ରେକର୍ଡ ରଖାଯିବ।
ବିସିସିଆଇ କେବଳ ଖେଳାଳି ଏବଂ ସେମାନଙ୍କର ନିକଟତମ ଲୋକଙ୍କ ପାଇଁ ଚିନ୍ତିତ ନୁହେଁ। ବୋର୍ଡ କିଛି ଟିମ୍ ମାଲିକ ଏବଂ ଅଧିକାରୀଙ୍କ ଆଚରଣ ପ୍ରତି ମଧ୍ୟ ଅସନ୍ତୋଷ ପ୍ରକାଶ କରିଛି। ଆଡଭାଇଜରୀରେ କୁହାଯାଇଛି ଯେ କିଛି ଟିମ୍ ମାଲିକ ମ୍ୟାଚ୍ ସମୟରେ ଖେଳାଳିଙ୍କ ସହିତ କଥାବାର୍ତ୍ତା କରୁଛନ୍ତି, ଡଗ୍ ଆଉଟ୍କୁ ଯିବାକୁ ଓ ପଡିଆରେ ପହଁଞ୍ଚିବାର ଚେଷ୍ଟା କରୁଛନ୍ତି, ଯାହାକି ନିୟମ ବିରୋଧି।
ନୂତନ ଏସଓପି ଅନୁଯାୟୀ, ଭେପ୍, ଇ-ସିଗାରେଟ୍ ଏବଂ ସମସ୍ତ ନିଷିଦ୍ଧ ପଦାର୍ଥର ବ୍ୟବହାର ଟିମ୍ ହୋଟେଲ, ଡ୍ରେସିଂ ରୁମ୍, ଡଗ୍ ଆଉଟ୍ ଏବଂ ପ୍ରାକ୍ଟିସ୍ ଏରିଆରେ ସମ୍ପୂଣ କଡ଼ାକଡ଼ି ଭାବରେ ନିଷିଦ୍ଧ ହେବ। ବିସିସିଆଇ ସ୍ପଷ୍ଟ କରିଛି ଯେ ଏହି ନିୟମ ଉଲ୍ଲଂଘନକାରୀଙ୍କୁ ଭାରୀ ଜରିମାନା, ନିଲମ୍ବନ, ଆଇପିଏଲ ରୁ ବାସନ୍ଦ ଏବଂ ଆବଶ୍ୟକ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇପାରେ। ଏହି ସିଜନରେ ଅନେକ ଘଟଣା ବିସିସିଆଇ ପାଇଁ ଚିନ୍ତା ସୃଷ୍ଟି କରିଛି। ରିୟାନ ପରାଗଙ୍କ ଭେପ୍ ବିବାଦ, ଡଗ୍ ଆଉଟରେ ରୋମି ଭିଣ୍ଡରଙ୍କ ଫୋନ୍ ବ୍ୟବହାର କରିବା ଏବଂ ଖେଳାଳିମାନଙ୍କ ସହିତ ଅନଧିକୃତ ଲୋକଙ୍କ ନିରନ୍ତର ଉପସ୍ଥିତି ଭଳି ଘଟଣା ପରେ, ବୋର୍ଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି
ଆହୁରି ପଢନ୍ତୁ :ଟିମ୍ ଇଣ୍ଡିଆକୁ କୋଚିଂ ଦେବେ ଏହି ଧୁରନ୍ଧର...ଗୌତମ ଗମ୍ଭୀର ବିସିସିଆଇକୁ କଲେ ସୁପାରିଶ୍