ନୂଆଦିଲ୍ଲୀ : IPL ୨୦୨୬ ଆଉ ମାତ୍ର ୨ ଦିନ ପରେ ଆରମ୍ଭ ହେବାକୁ ଯାଉଛି । ସମସ୍ତ ଦଳ ନିଜର ଅଭ୍ୟାସ ଜାରି ରଖିଛନ୍ତି । ନିଜ ଦଳକୁ ବିଜୟ କରାଇବା ପାଇଁ ଅଧିନାୟକ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି । ତେବେ ଅଧିନାୟକଙ୍କ ନିଷ୍ପତ୍ତି ଅନେକ ସମୟରେ ମ୍ୟାଚକୁ ମଧ୍ୟ ବଦଳାଇ ଦେଇଥାଏ । ଯାହାର ଅନେକ ଉଦାହରଣ ମଧ୍ୟ ରହିଛି । ଯେଉଁ କାରଣରୁ ସମସ୍ତ ଦଳ ନିଜର ଦଳରେ ଜଣେ ଭରଷାଯୋଗ୍ୟ ଖେଳାଳିଙ୍କୁ ଅଧିନାୟକ ପଦ ଦେଇଛନ୍ତି । ତେବେ ଚଳିତ ଆଇପିଏଲରେ ସମସ୍ତ ଅଧିନାୟକ ଭାରତୀୟ ।

ପ୍ରାୟ ସମୟରେ ଅନେକ ସମୟରେ ଦଳର ଅଧିନାୟକ ବଦଳାଇଥାନ୍ତି । କିଏ ଦଳରେ ଦାମୀ ଖେଳାଳିଙ୍କ ଦାୟିତ୍ବ ଦିଅନ୍ତି ତ ଆଉ କେଉଁ ଦଳରେ କମ ଟଙ୍କାର ଖେଳାଳି ମଧ୍ୟ ଅଧିନାୟକ ପଦ ସମ୍ଭାଳିଥାନ୍ତି । ତେବେ ଚଳିତ ଆଇପିଏଲରେ ସବୁଠାରୁ ଦାମୀ ଅଧିନାୟକ ହେବେ ଋଷଭ ପନ୍ତ । ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ତାଙ୍କୁ ୨୭ କୋଟି ଟଙ୍କାରେ କିଣିଛି । ଏହାସହ ଚଳିତ ଆଇପିଏଲରେ ସବୁଠାରୁ କମ ଟଙ୍କାର ଅଧିନାୟକ ହେଉଛନ୍ତି କେକେଆରର ରାହାଣେ । କେକେଆର ତାଙ୍କୁ ୧.୫ କୋଟି ଟଙ୍କାରେ ଦଳରେ ସାମିଲ କରିଥିବାବେଳେ ଗୁରୁ ଦାୟିତ୍ବ ଦେଇଛି ।

ଏହାସହ ପଢ଼ନ୍ତୁ : IPL 2026 : ଦ୍ବିତୀୟ ପର୍ଯ୍ୟାୟ ସୂଚୀ ଘୋଷଣା କଲା ବିସିସିଆଇ