ନୂଆଦିଲ୍ଲୀ,୩୧ /୦୩; କୋଲକାତା ନାଇଟ୍ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଅଷ୍ଟ୍ରେଲିଆ ଅଲ୍ରାଉଣ୍ଡର କାମେରନ ଗ୍ରୀନ ବୋଲିଂ ନକରିବା ଘଟଣା ସମ୍ପ୍ରତି ଏକ ବିବାଦର ସୂତ୍ରପାତ ଘଟାଇଛି । ନାଇଟ୍ ରାଇଡର୍ସର ପରାଜୟ ପରେ ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କୁ ଗ୍ରୀନ ବୋଲିଂ ନକରିବା ପଛର କାରଣ ପଚରା ଯାଇଥିଲା । ସେ ଜବାବ ଦେଇଥିଲେ, ‘ଏ ପ୍ରଶ୍ନ କ୍ରିକେଟ୍ ଅଷ୍ଟ୍ରେଲିଆକୁ ପଚରା ଯିବା ଆବଶ୍ୟକ ।’ ବାସ ଏହା ପରଠୁ କ୍ରିକେଟ୍ ଅଷ୍ଟ୍ରେଲିଆ ସବୁ ଦୋଷ ବିସିସିଆଇ ଓ କୋଲକାତା ନାଇଟ ରାଇଡର୍ସ ଉପରେ ଲଦିଛି । ଗ୍ରୀନ୍ ମଧ୍ୟ ଏଥିରୁ ବାଦ ଯାଇ ନାହାନ୍ତି । ଗ୍ରୀନ ବୋଲିଂ କରିବା ଭଳି ଫିଟ୍ନେସ୍ ଫେରି ପାଇ ନାହାନ୍ତି । ଏ ବିଷୟରେ ବିସିସିଆଇ ଓ ନାଇଟ୍ ରାଇଡର୍ସକୁ ଅବଗତ କରାଯାଇଛି ବୋଲି କ୍ରିକେଟ୍ ଅଷ୍ଟ୍ରେଲିଆ ଘୋଷଣା କରିଛି ।
ସୂଚନାଯୋଗ୍ୟ, ଗ୍ରୀନ୍ ଗତ ୨୦୨୪ ସେପ୍ଟେମ୍ବରରୁ ୨୦୨୫ ଅକ୍ଟୋବର ପର୍ଯ୍ୟନ୍ତ ବୋଲିଂ କରି ନଥିଲେ । ପିଠିରେ ଅସ୍ତ୍ରୋପଚାର କରିବା ପରଠୁ ତାଙ୍କୁ ବୋଲିଂରୁ ବିରତ ରଖା ଯାଇଥିଲା । ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଗ୍ରୀନ ଓମାନ ବିପକ୍ଷରେ ୨ ଓଭର ବୋଲିଂ କରିଥିଲେ । ସେ ଏବେ ମଧ୍ୟ ନାଇଟ୍ ରାଇଡର୍ସ ନେଟ୍ସରେ ବୋଲିଂ ଅଭ୍ୟାସ କରୁଛନ୍ତି । ମାତ୍ର ସମ୍ପୂର୍ଣ୍ଣ ୪ ଓଭର ବୋଲିଂ କରିବା ଭଳି ଫିଟ୍ନେସ ଫେରି ପାଇ ନାହାନ୍ତି ।
ଏହା ବି ପଢନ୍ତୁ...ମୁମ୍ବାଇ ବିପକ୍ଷରେ କେକେଆରର କାହିଁକି ହେଲା ଶୋଚନୀୟ ପରାଜୟ ? କ୍ୟାପ୍ଟେନ ଅଜିଙ୍କ୍ୟ କହିଲେ କାରଣ
ଆଇପିଏଲର ୧୯ ତମ ସିଜିନର ଦ୍ୱିତୀୟ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ୬ ୱିକେଟରେ ପରାସ୍ତ ହୋଇଥିଲା ଆଜିଙ୍କ୍ୟ ରାହାଣେଙ୍କ କୋଲକାତା ନାଇଟ୍ ରାଇଡର୍ସ । ପରାଜୟ ପରେ କେକେଆର୍ ଅଧିନାୟକ ଅଜିଙ୍କ୍ୟ ରାହାଣେ ଦଳର ପରାଜୟ ପରେ କାମେରନ୍ ଗ୍ରୀନ୍ ବୋଲିଂ କରିବାକୁ ମନା କରିବା ନେଇ ବ୍ୟାପକ ଆଲୋଚନା ହୋଇଥିଲା । ମ୍ୟାଚ୍ ପରେ ଯେତେବେଳେ ଅଧିନାୟକଙ୍କୁ ପଚରାଗଲା କି ଗ୍ରୀନ କାହିଁକି ବୋଲିଂ କଲେ ନାହିଁ ଏହାକୁ ନେଇ ସେ ଟିକେ ବିରକ୍ତ ହୋଇଥିଲେ । ସେ କହିଥିଲେ, "ତୁମେ ଏହି ପ୍ରଶ୍ନ କ୍ରିକେଟ୍ ଅଷ୍ଟ୍ରେଲିଆକୁ ପଚାରିବା ଉଚିତ୍ ।" ଏବେ, କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ଶେଷରେ ରାହାଣେଙ୍କ ଦାବି ଉପରେ ତାର ନୀରବତା ଭାଙ୍ଗିଛି । ୨୨୦/୪ ସ୍କୋର କରିବା ସତ୍ତ୍ୱେ, କେକେଆର ମ୍ୟାଚ ଜିତିପାରିଲା ନାହିଁ । ମୁମ୍ବାଇ ପାଞ୍ଚଟି ବଲ୍ ବାକି ଥାଇ ଲକ୍ଷ୍ୟ ହାସଲ କରିନେଇଥିଲା ।