ନୂଆଦିଲ୍ଲୀ,୦୧/୦୫; ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ନୂଆ ଆରସିବି । ଚାମ୍ପିଅନ ଥିଲା, ଚାମ୍ପିଅନ ହେଲା । ବ୍ୟାକ୍ ଟୁ ବ୍ୟାକ୍ ଟ୍ରଫି ହାତେଇଲା । ୨୦୨୫ରେ ୧୮ ବର୍ଷ ପରେ ପ୍ରଥମ ଟ୍ରଫି ଜିତିଥିଲା । ୨୦୨୬ରେ ବି ବିଜେତା ରହିଲା । ଇଣ୍ଡିଆନ ପ୍ରିମିୟର ଲିଗରେ ଆରସିବି ଆଧିପତ୍ୟ ଅତୁଟ ରହିଛି । ମୁମ୍ବାଇ, ଚେନ୍ନାଇ ପରେ ତୃତୀୟ ଦଳ ଭାବେ କ୍ରମାଗତ ଦ୍ୱିତୀୟ ଟ୍ରଫି ଜିତିଛି ରଜତ ପାଟିଦାରଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ବିରାଟ କୋହଲିଙ୍କ ଅପରାଜିତ ଇନିଂସ ପାଇଁ ଗୁଜରାଟକୁ ହରାଇ ଆରସିବି ଆଇପିଏଲ ସିଜିନ ୧୯ରେ ବିଜେତା ହୋଇଛି । ଚାମ୍ପିଅନ ଆରସିବି ଉପରେ ଟଙ୍କା ବର୍ଷା ହୋଇଛି । ବିଜେତା ଆରସିବିକୁ ୨୦ କୋଟି ପୁରସ୍କାର ରାଶି ମିଳିଛି । ସେହିପରି ଉପବିଜେତା ଗୁଜରାଟକୁ ୧୨ କୋଟ ଟଙ୍କାର ପ୍ରାଇଜ୍ ମନି ମିଳିଛି । ସେହିପରି କ୍ୱାଲିଫାୟର ୨ ରେ ବାଦ ପଡିଥିବା ରାଜସ୍ଥାନ ରୟାଲ୍ସକୁ ୭ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଚତୁର୍ଥ ସ୍ଥାନରେ ଥିବା ସନରାଇଜର୍ସ ହାଇଦ୍ରାବାଦ ଅଭିଯାନ ଏଲିମିନେଟରରେ ଶେଷ ହୋଇଥିବାରୁ ଦଳରୁ ୬.୫ କୋଟି ଟଙ୍କାର ପୁରସ୍କାର ରାଶି ମିଳିଛି ।
ବେଙ୍ଗାଲୁରୁ ଦଳ ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରି କ୍ରମାନ୍ୱୟରେ ଦ୍ୱିତୀୟ ଥର ପାଇଁ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲା । ରଜତ ପାଟିଦାର ପ୍ରଥମ ଅଧିନାୟକ ଭାବେ ନେତୃତ୍ୱ ନେବାର ପ୍ରଥମ ୨ ବର୍ଷରେ ୨ଥର ଟ୍ରଫି ଜିତିବାରେ ରେକର୍ଡ କରିଥିଲେ । ଚାମ୍ପିଅନ ଦଳ ଭାବେ ବେଙ୍ଗାଲୁରୁକୁ ଟ୍ରଫି ସହ ୨୦କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ରନର୍ସ ଅପ ଗୁଜରାଟ ୧୨.୫କୋଟି ଟଙ୍କା ପୁରସ୍କାର ପାଇଥିଲା । ଧର୍ମଶାଳା ଓ କୋଲକାତାକୁ ଶ୍ରେଷ୍ଠ ଗ୍ରାଉଣ୍ଡ ଓ ପିଚ ପୁରସ୍କାର ମିଳିଥିଲା । ଚଳିତ ସିଜନରେ ଧର୍ମଶାଳା ୪ଟି ମ୍ୟାଚ ଆୟୋଜନ କରିଥିଲା ଓ ପ୍ରତ୍ୟେକ ମ୍ୟାଚ ରୋମାଞ୍ଚକର ରହିଥିଲା । ୧୫ ବର୍ଷିୟ ବ୍ୟାଟିଂ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀ ନିଜର ବିଧ୍ୱଂସୀ ବ୍ୟାଟିଂକୁ ନେଇ ଏକାଧିକ ପୁରସ୍କାର ପାଇଥିଲେ । ସେ ଚଳିତ ବର୍ଷ ସର୍ବାଧିକ ୭୭୬ ରନ ସଂଗ୍ରହ କରି ଅରେଞ୍ଜ କ୍ୟାପ ସହ ଶ୍ରେଷ୍ଠ ଉଦୀୟମାନ ଖେଳାଳି, ଶ୍ରେଷ୍ଠ ଷ୍ଟ୍ରାଇକର, ସର୍ବାଧିକ ଛକା ଓ ଟୁର୍ଣ୍ଣାମେଣ୍ଟର ଗୁରୁତ୍ୱପୂର୍ଣ୍ଣ ଖେଳାଳି ବିବେଚିତ ହୋଇଥିଲେ ।
ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ବୈଭବଙ୍କ ଷ୍ଟ୍ରାଇକ ରେଟ୍ ସର୍ବାଧିକ ୨୩୭ ରହିଥିଲା । ସୁପର ଷ୍ଟ୍ରାଇକର ପୁରସ୍କାର ବାବଦରେ ବୈଭବଙ୍କୁ ଟାଟା ସିଏରା କାର୍ ପୁରସ୍କାର ପ୍ରଦାନ କରାଯାଇଥିଲା । ସେ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୭୨ଟି ଛକା ମାରି ୧୪ବର୍ଷ ଧରି ବଜାୟ ରହିଥିବା କ୍ରିସ ଗେଲ୍ଙ୍କ ରେକର୍ଡ ଭାଙ୍ଗିଥିଲେ । ସେ ଟୁର୍ଣ୍ଣାମେଣ୍ଟରେ ନିଜ ପ୍ରଦର୍ଶନ ପାଇଁ ସର୍ବାଧିକ ୪୩୬.୫ ପଏଣ୍ଟ ଅର୍ଜନ କରି ଗୁରୁତ୍ୱପୂର୍ଣ୍ଣ ଖେଳାଳି ବିବେଚିତ ହୋଇଥିଲେ । ଗୁଜରାଟ ଓପନର ସାଇ ସୁଦର୍ଶନ (୭୫ଟି ଚୌକା) ସର୍ବାଧିକ ଚୌକା ପୁରସ୍କାର ପାଇଥିଲେ । ସେହିପରି ଶ୍ରେୟାସ ଆୟରଙ୍କ ନେତୃତ୍ୱାଧିନ ପଞ୍ଜାବ ଦଳକୁ ଫେୟାର ପ୍ଲେ ପୁରସ୍କାର ପ୍ରଦାନ କରାଯାଇଥିଲା । କୋଲକାତାର ମନୀଷ ପାଣ୍ଡେ ଶ୍ରେଷ୍ଠ କ୍ୟାଚ ପୁରସ୍କାର ହାସଲ କରିଥିଲେ । ଗୁଜରାଟ ପେସ୍ ବୋଲର ମହମ୍ମଦ ସିରାଜ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଟଡ୍ ବଲ୍ ପୁରସ୍କାର ହାସଲ କରିଥିଲେ । ସେ ୧୭ଟି ମ୍ୟାଚରେ ମୋଟ୍ ୧୭୨ଟି ଡଟ୍ ବଲ୍ ପକାଇଥିଲେ ।
ଏହା ବି ପଢନ୍ତୁ...ବିରାଟଙ୍କ ଭୟଙ୍କର ପ୍ରଦର୍ଶନ; ଗୁଜରାଟକୁ ହରାଇ ଲଗାତର ଦ୍ବିତୀୟ ଥର ଚାମ୍ପିୟନ ହେଲା ଆରସିବି