ନୂଆଦିଲ୍ଲୀ,୨୪/୦୫; ଚଳିତ ଆଇପିଏଲରେ ପ୍ଲେ ଅଫ୍ ନିକଟ ହେଉଛି । ଆରସିବି, ଗୁଜରାଟ ଏବଂ ହାଇଦ୍ରାବାଦ ପ୍ଲେ ଅଫରେ ପ୍ରବେଶ କରି ସାରିଛନ୍ତି । ଆଉ ଗୋଟିଏ ଦଳ ପ୍ଲେ ଅଫକୁ ଯିବ । ରେସରେ ଅଛନ୍ତି ୩ ଟିମ୍ । ରାଜସ୍ଥାନ, ପଞ୍ଜାବ ଓ କୋଲକାତା ଏମାନଙ୍କ ଭିତରୁ ଜଣେ ପ୍ଲେ ଅଫ ଖେଳିବ । ଲକ୍ଷ୍ନୌ ବନାମ ପଞ୍ଜାବ ମ୍ୟାଚ ପରେ ପ୍ଲେ ଅଫ୍ ସିନିରିଓ ବଦଳଛି । ପଞ୍ଜାବ ମ୍ୟାଚ ଜିତିଛି ହେଲେ ତଥାପି ଦଳ ପାଇଁ ପ୍ଲେ ଅଫ୍ ଏଣ୍ଟ୍ରୀ କଷ୍ଟକର ହେବ । ଫାଇନାଲ ପ୍ଲେଅଫ୍ ସ୍ଥାନ ପାଇଁ ଲଢ଼େଇ ତୀବ୍ର ଏବଂ ରୋମାଞ୍ଚକର ହୋଇଛି । ଆଜି ହେବାକୁ ଥିବା ମ୍ୟାଚ୍ ଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ । ଏହି ମ୍ୟାଚ୍ ଗୁଡ଼ିକର ଫଳାଫଳ ନିର୍ଣ୍ଣୟ କରିବ ଯେ ପ୍ଲେଅଫ୍ କୁ ଯିବା ପାଇଁ ଚତୁର୍ଥ ଦଳ କିଏ ହେବ । ଦିଲ୍ଲୀ ଏଲିମିନେଟ୍ ହୋଇ ସାରିଛି । ଏବେ ପ୍ଲେ ଅଫ୍ ପାଇଁ ୩ଟି ଦଳ ଅଛନ୍ତି । ସେମାନେ ହେଲେ କୋଲକାତା, ପଞ୍ଜାବ ଏବଂ ରାଜସ୍ଥାନ ।

KKRର ପ୍ଲେଅଫ୍ ସମୀକରଣ- ରାଜସ୍ଥାନ ରୟାଲ୍ସର ପରାଜୟ କୋଲକାତା ନାଇଟ୍ ରାଇଡର୍ସ ପାଇଁ ପ୍ଲେଅଫ୍ ସୁଯୋଗ ସୃଷ୍ଟି କରିପାରେ । ଯଦି କୋଲକାତା ଦିଲ୍ଲୀ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି 200 ରନ୍ କରେ, ତେବେ ସେମାନଙ୍କର ବିଜୟ ବ୍ୟବଧାନ ୭୭ ରନ୍ କିମ୍ବା ତା'ଠାରୁ ଅଧିକ ହେବା ଉଚିତ । ଯଦି KKR ପିଛା କରେ, ତେବେ ସେମାନଙ୍କୁ ପଞ୍ଜାବ କିଙ୍ଗ୍ସ ଅପେକ୍ଷା ଭଲ ରନ୍ ରେଟ୍ ବଜାୟ ରଖିବା ପାଇଁ ୧୨ ରୁ ୧୨.୪ଓଭରରେ ମୋଟ ୧୮୦+ ରନ୍ ପିଛା କରିବାକୁ ପଡ଼ିବ ।

ଏହା ବି ପଢନ୍ତୁ...IPL 2026; ସିଜିନ୍ର ଶେଷ ମ୍ୟାଚ୍ ଖେଳି ବାପାଙ୍କୁ ଗର୍ବିତ କଲେ ଅର୍ଜୁନ, କ୍ରିକେଟ୍ ଭଗବାନ ପ୍ରଶଂସାରେ ଲେଖିଲେ ତୁମେ ଯେପରି ନିଜକୁ ସମ୍ଭାଳିଛ...  

ରାଜସ୍ଥାନ ରୟାଲ୍ସ ପ୍ଲେଅଫ୍ ସମୀକରଣ- PBKS ବନାମ LSG ମ୍ୟାଚ୍ ପରେ, ରାଜସ୍ଥାନ ରୟାଲ୍ସର ପ୍ଲେଅଫ୍ ପାଇଁ ପଥ ସମାନ ରହିଛି । ସେମାନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ମ୍ୟାଚ୍ ଜିତିବାକୁ ପଡିବ । ଯଦି ସେମାନେ ଜିତିଯାଆନ୍ତି, ତେବେ ଚୂଡ଼ାନ୍ତ ପ୍ଲେଅଫ୍ ସ୍ଥାନ ପାଇଁ ଲଢ଼େଇ ସେଠାରେ ଶେଷ ହୋଇଯିବ । ମୁମ୍ବାଇ ବିପକ୍ଷରେ ବିଜୟ ପରେ, ରାଜସ୍ଥାନ ରୟାଲ୍ସର ୧୪ ମ୍ୟାଚ୍ ରୁ ୧୬ ପଏଣ୍ଟ ରହିବ, ଯେତେବେଳେ PBKSର ୧୪ ମ୍ୟାଚ୍ ରୁ କେବଳ ୧୫ ପଏଣ୍ଟ ଅଛି । ଯଦି KKR ମଧ୍ୟ DC ବିପକ୍ଷରେ ମ୍ୟାଚ୍ ଜିତିଯାଏ, ତେବେ ସେମାନେ ମଧ୍ୟ ୧୫ ପଏଣ୍ଟରେ ପହଞ୍ଚିବେ।  

ପଞ୍ଜାବ ପାଇଁ କଷ୍ଟକର ହେବ ପ୍ଲେ ଅଫ୍- ଆଇପିଏଲ୍‌ର ୬୮ଟି ଲିଗ୍ ମ୍ୟାଚ ଶେଷ ହୋଇଛି । ୩ଟି ଦଳ ବେଙ୍ଗାଲୁରୁ, ଗୁଜରାଟ ଓ ହାଇଦ୍ରାବାଦ ପ୍ଲେ-ଅଫ୍ରେ ପହଞ୍ଚି ସାରିଛନ୍ତି । ଆଉ ଗୋଟିଏ ସ୍ଥାନ ପାଇଁ ୩ଟି ଦଳ (ପଞ୍ଜାବ, ରାଜସ୍ଥାନ, କୋଲକାତା) ଦୌଡ଼ରେ ରହିଛନ୍ତି । ୬୮ ତମ ଲିଗ୍ ମ୍ୟଚରେ ପଞ୍ଜାବ ୭ ୱିକେଟ୍ରେ ଲକ୍ଷ୍ନୌକୁ ପରାସ୍ତ କରି ୧୫ ପଏଣ୍ଟ ସହ ତାଲିକାର ଚତୁର୍ଥ ସ୍ଥାନ ଦଖଲ କରିଛି । ତଥାପି ପଞ୍ଜାବ ପାଇଁ ପ୍ଲେ-ଅଫରେ ପହଞ୍ଚିବା ସହଜ ହେବ ନାହିଁ । ଆଜି ଅପରାହ୍ଣରେ ରାଜସ୍ଥାନ ଅନ୍ତିମ ଲିଗ୍ ମ୍ୟାଚ ଖେଳିବ ଓ ମୁମ୍ବାଇକୁ ଭେଟିବ । ଏହି ମ୍ୟାଚ ଜିତିଲେ ରାଜସ୍ଥାନ ସିଧା ସଳଖ ପ୍ଲେ- ଅଫ୍‌ରେ ପ୍ରବେଶ କରିବ । ପଞ୍ଜାବର ଆଶା ମଉଳି ଯିବ । ରାଜସ୍ଥାନ ଉକ୍ତ ମ୍ୟାଚ ହାରିଲେ ପ୍ଲେ-ଅଫ ଦୌଡ଼ରୁ ବାଦ ପଡ଼ିବ । ବର୍ତ୍ତମାନ ୧୪ ପଏଣ୍ଟ ସହ ରାଜସ୍ଥାନ ପଞ୍ଚମ ସ୍ଥାନରେ ରହିଛି । ରାଜସ୍ଥାନ ବିଦା ହେଲେ ମଧ୍ୟ ପଞ୍ଜାବକୁ ରାତ୍ରିରେ ହେବାକୁ ଥିବା ଲିଗ୍ ମ୍ୟାଚ(କୋଲକାତା ବନାମ ଦିଲ୍ଲୀ)ର ଫଳାଫଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ।

କୋଲକାତା ୧୩ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଥିଲେ ହେଁ ଆଜି ଦିଲ୍ଲୀକୁ ବଡ଼ ବ୍ୟବଧାନରେ ହରାଇଲେ ପଞ୍ଜାବକୁ ପଛରେ ପକାଇ ପ୍ଲେ-ଅଫ୍‌ରେ ପ୍ରବେଶ କରିପାରିବ । ଦିଲ୍ଲୀ ପରାଜିତ ହେଲେ କୋଲକାତା ଦଳର ପଏଣ୍ଟ ସଂଖ୍ୟା ୧୫ରେ ପହଞ୍ଚି ଯିବ । ଉଦାହରଣ ସ୍ୱରୂପ ଆଜି କୋଲକାତା ପ୍ରଥମେ ବ୍ୟାଟିଂ କରିବାକୁ ସୁଯୋଗ ପାଇଲେ ଓ ୨୦୦ ରନ ସଂଗ୍ରହ କଲେ ଦିଲ୍ଲୀକୁ ୭୭ ରନ୍‌ରେ ହରାଇବାକୁ ହେବ । ସେହିପରି କୋଲକାତା ଦ୍ୱିତୀୟରେ ବ୍ୟାଟିଂ କଲେ ଦିଲ୍ଳୀକୁ ୧୮୦ ରନ୍‌ରେ ଅଟକାଇବା ସହ ୧୨ରୁ ୧୨.୪ ଓଭର ମଧ୍ୟରେ ମ୍ୟାଚ ଜିତିବାକୁ ହେବ । ଏହା ସମ୍ଭବ ହେଲେ ରନ୍ ରେଟ୍‌ରେ ପଞ୍ଜାବକୁ ପଛରେ ପକାଇ କୋଲକାତା ପ୍ଲେ-ଅଫ୍‌ରେ ପ୍ରବେଶ କରି ପାରିବ ।