ନୂଆଦିଲ୍ଲୀ,୨୪/୦୫; କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ୧୩ଟି ମ୍ୟାଚ୍ ଖେଳିଲା ଲକ୍ଷ୍ନୌ । ହେଲେ କ୍ରିକେଟ ଭଗବାନ୍ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ସୁଯୋଗ ମିଳିଲା ନାହିଁ । ଚଳିତ ଆଇପିଏଲର ଶେଷ ମ୍ୟାଚ ପଞ୍ଜାବ ବିପକ୍ଷରେ ଖେଥିଲା ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ । ଶେଷରେ ଅର୍ଜୁନ ତେନ୍ଦୁଲକରଙ୍କୁ ଖେଳିବାର ସୁଯୋଗ ମିଳିଲା । ଏହି ମ୍ୟାଚରେ ତାଙ୍କ ପ୍ରଦର୍ଶନ ପିତା ଅର୍ଜୁନ ତେନ୍ଦୁଲକରଙ୍କୁ ଗର୍ବିତ କରିଛି । ଆଇପିଏଲ ୨୦୨୬ ନିଲାମରେ ଅର୍ଜୁନଙ୍କୁ ଲକ୍ଷ୍ନୌ ୩୦ ଲକ୍ଷ ଟଙ୍କାରେ କିଣିଥିଲା । ପୁରା ସିଜିନରେ ଅର୍ଜୁନ ବେଞ୍ଚରେ ବସିଥିଲେ । ସେ ଲକ୍ଷ୍ନୌର ଶେଷ ଲିଗ୍ ମ୍ୟାଚରେ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ । ପଞ୍ଜାବ କିଙ୍ଗସ ବିପକ୍ଷରେ ହଇଚଇ ସୃଷ୍ଟି କରିଥିଲେ । ଅର୍ଜୁନ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ସହିତ ଥିଲେ । ୨୦୨୩ରେ ତାଙ୍କର ଆଇପିଏଲ ପଦାର୍ପଣ କରିଥିଲେ ।

ଲକ୍ଷ୍ନୌ ବନାମ ପଞ୍ଜାବ ମ୍ୟାଚରେ ଦୁଇ ଦଳ ମିଳିତ ବାବେ ୩୯୬ରନ୍ କରିଥିଲେ । ଅର୍ଜୁନ ତେନ୍ଦୁଲକର ୧୦ରୁ କମ୍ ଇକୋନୋମି ହାରରେ ରନ୍ ଦେଇଥିବା କିଛି ବୋଲରଙ୍କ ମଧ୍ୟରୁ ଜଣେ ଥିଲେ । ଅର୍ଜୁନ ତାଙ୍କ ୪ ଓଭର ବୋଲିଂରେ ମାତ୍ର ୩୬ ରନ୍ ଦେଇ ଗୋଟିଏ ୱିକେଟ ନେଇଥିଲେ । ସେ ପ୍ରଭସିମରନ ସିଂହଙ୍କୁ ଏକ ଘାତକ ୟର୍କର ମାରି ଆଉଟ୍ କରିଥିଲେ । ଅର୍ଜୁନ ପୂର୍ବରୁ ଆଉ ଏକ ୱିକେଟ୍ ପାଇପାରିଥାନ୍ତେ , କିନ୍ତୁ ଷ୍ଟମ୍ପ ପଛରେ ଋଷବ ପନ୍ତ ଏକ କଷ୍ଟକର କ୍ୟାଚ୍ ହାତଛଡା କରିଥିଲେ ।

ପୁଅର ଏହି ପ୍ରଦର୍ଶନରେ ଗର୍ବିତ ହୋଇଛନ୍ତି ସଚିନ୍ ତେନ୍ଦୁଲକର । ଏକ ପୋଷ୍ଟ କରି ସଚିନ୍ ଲେଖିଛନ୍ତି, '' ବହୁତ ବଢିଆ ଅର୍ଜୁନ ।ଏହି ସିଜିନରେ ତୁମେ ନିଜକୁ କିପରି ଭାବେ ସମ୍ଭାଳିଛି ସବୁବେଳେ ତୁମର କ୍ଷମତାରେ ବିଶ୍ୱାସ ରଖିଛ, ଧୌର୍ଯ୍ୟବାନ ରହିଛ, ନୀରବରେ କଠିନ ପରିଶ୍ରମ କରିଛ, ଏବଂ ଶେଷ ମ୍ୟାଚ୍ ପର୍ଯ୍ୟନ୍ତ ସୁଯୋଗ ପାଇଁ ଅପେକ୍ଷା କରିବା ସତ୍ତ୍ୱେ ସକାରାତ୍ମକ ରହିଛ, ସେଥିପାଇଁ ଗର୍ବ କରୁଛି । କ୍ରିକେଟ୍ ଦକ୍ଷତା ପରି ଧୈର୍ଯ୍ୟର ପରୀକ୍ଷା କରେ, ଏବଂ ତୁମେ ଆଜି ଉଭୟକୁ ସୁନ୍ଦର ଭାବରେ ପରିଚାଳନା କରିଛ । ତୁମେ ସର୍ବଦା ଗ୍ରାଉଣ୍ଡରେ ଯୋଡ଼ି ହୋଇ ରୁହ । ସବୁବେଳେ ଯେପରି ଖେଳକୁ ଭଲ ପାଇ ଆସୁଛି ସେହିପରି ଜାରି ରଖ । ତୁମକୁ ସବୁବେଳେ ଭଲପାଏ ।''

ଏହା ବି ପଢନ୍ତୁ...ଶ୍ରେୟସ ଅୟରଙ୍କ ଧୂଆଁଧାର୍ ବ୍ୟାଟିଂ, ଲକ୍ଷ୍ନୌକୁ ହରାଇଲା ପଞ୍ଜାବ  

ମ୍ୟାଚ୍ ବାବଦରେ କହିବାକୁ ଗଲେ, କ୍ରମାନ୍ୱୟରେ ୬ଟି ମ୍ୟାଚରେ ପରାଜିତ ହେବା ପରେ ପଞ୍ଜାବ ଶେଷରେ ବିଜୟ ଧାରାକୁ ଫେରି ପ୍ଲେ-ଅଫ୍ ଆଶା ଉଜ୍ଜୀବିତ ରଖିଛି । ଚଳିତ ଆଇପିଏଲ୍‌ର ୬୮ତମ ଲିଗ୍‌ ମ୍ୟାଚରେ ପଞ୍ଜବ ୭ ୱିକେଟ୍ରେ ଲକ୍ଷେୌକୁ ହରାଇଛି । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୭ ୱିକେଟ୍ ବିନିମୟରେ ୧୯୬ ରନ କରିଥିଲା । ଜବାବରେ ପଞ୍ଜାବ ୧୮ ଓଭରରେ ୩ ୱିକେଟ୍ ହରାଇ ବିଜୟୀ ହୋଇଥିଲା । ଅଧିନାୟକ ଶ୍ରେୟାସ ଆୟର ଶତକ ଅର୍ଜନ କରି ଦଳକୁ ଜିତାଇଥିଲେ ।