ନୂଆଦିଲ୍ଲୀ : କୋଲକାତାର କମବ୍ୟାକ୍ । ଲଗାତାର ଦ୍ବିତୀୟ ବିଜୟ ହାସଲ କଲା ରାହାଣେ ବାହିନୀ । ରବିବାର ଲକ୍ଷ୍ନୌକୁ ପରାସ୍ତା କରି ପଏଣ୍ଟ ଟେବୁଲର ତଳୁ ଉପରକୁ ଉଠିଛି କୋଲକାତା । ଦୀର୍ଘ ସମୟ ଧରି ପ,ଣ୍ଟ ଟେବୁଲରୁ ୧୦ ନମ୍ବର ସ୍ଥାନରେ ରହିଥିବା କୋଲକାତା ଏବେ ୮ ନମ୍ବରକୁ ଉଠିଛି । ସେପଟେ କୋଲକାତାଠାରୁ ପରାଜୟ ପରେ ପଏଣ୍ଟ ଟେବୁଲରେ ପୁରା ତଳେ ରହିଛି ପନ୍ତ ବାହିନୀ । ଲଗାତାର ପରାଜୟ ଦଳକୁ ତଳକୁ ଖସାଇ ଦେଇଛି । ଲକ୍ଷ୍ନୌ ଚଳିତ ସିଜିନର ୮ଟି ମ୍ୟାଚରେ ମାତ୍ର ୨ଟି ବିଜୟ ହାସଲ କରିପାରିଛି । ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଥିବାବେଳେ ଆଗାମୀ ମ୍ୟାଚରେ ବିଜୟ ନହେଲେ ପୁଣି ଟ୍ରାକରୁ ଖସିଯିବ ବୋଲି କୁହାଯାଉଛି ।

ମ୍ୟାଚ୍ ବିଜୟର ହିରୋ ରିଙ୍କୁ

ରବିବାର ଲକ୍ଷ୍ନୌ ଏବଂ କୋଲକାତା ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ରିଙ୍କୁ ସିଂହ ଏବଂ ସୁନୀଲ ନାରାୟଣ ସୁପର ଓଭରରେ କମାଲ କରିବା ସହ ଦଳକୁ ବିଜୟୀ କରାଇଥିଲେ । ନାରାୟଣ ସୁପର ଓଭରରେ ମାତ୍ର ଗୋଟିଏ ରନ୍ ଦେଇ ନିକୋଲାସ ପୁରନ ଏବଂ ଇଡେନ ମାକ୍ରମଙ୍କୁ ପାଭିଲିନ ପଠାଇଥିଲେ । ସେ ମାତ୍ର ୧ ରନରେ ଲକ୍ଷ୍ନୌକୁ ସୀମିତ ରଖିଥିଲେ । ପରେ ରିଙ୍କୁ ବ୍ୟାଟିଂ ଆସି ପ୍ରଥମ ବଲରୁ ଚୌକା ମାରି ଦଳକୁ ବିଜୟୀ କରାଇଥିଲେ । କେବଳ ଏହି ସୁପର ଓଭରର ଚୌକା ନୁହେଁ ରିଙ୍କୁ ସମ୍ପୂର୍ଣ୍ଣ ମ୍ୟାଚରେ ସଙ୍କଟମୋଚକ ସାଜିଥିଲେ କୋଲକାତାର ।

କୋଲକାତା ଯେତେବେଳେ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରୁଥିଲା ସେତେବେଳେ ଏକାକି ଦଳ ପାଇଁ ଛିଡ଼ା ହୋଇ ସ୍କୋର କରିଚାଲିଥିଲେ ରିଙ୍କୁ । ସେ ୮୩ ରନର ପାଳି ଖେଳିବା ସହ କେକେଆରର ସ୍କୋରକୁ ୧୫୫ ରନରେ ପହଞ୍ଚାଇଥିଲେ । କେବଳ ଏତିକି ନୁହେଁ ଫିଲ୍ଡିରେ ମଧ୍ୟ କମାଲ କରିଥିଲେ । ବାଉଣ୍ଡୁରୀ ରଖିବା ସହ ସେ କ୍ୟାଚ ଧରି ଲକ୍ଷ୍ନୌର ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନ ପଠାଇଥିଲେ । ସେ ସୁପର ଓଭରକୁ ମିଶାଇ ୫ଟି କ୍ୟାଚ୍ ଧରିଥିଲେ । ଯାହା ମ୍ୟାଚକୁ କୋଲକାତା ସପକ୍ଷରେ ଆଣିଥିଲା ବୋଲି କୁହାଯାଏ ।