ନୂଆଦିଲ୍ଲୀ, ୧୧/୩ : ଘୋଷଣା ହେଲା ଆଇପିଏଲ ୨୦୨୬ର ମ୍ୟାଚ୍ ସୂଚୀ । ୨୦ ମ୍ୟାଚ୍ ପାଇଁ ସୂଚୀ ଘୋଷଣା କଲା ବିସିସିଆଇ । ୧୫ ଦିନ ପାଇଁ ମ୍ୟାଚ୍ ସୂଚୀ ଘୋଷଣା କରାଯାଇଛି । ମାର୍ଚ୍ଚ ୨୮ରୁ ଆଇପିଏଲ ୨୦୨୬ ଆରମ୍ଭ ହେବାକୁ ଥିବାବେଳେ ଏପ୍ରିଲ୍ ୧୨ ପର୍ଯ୍ୟନ୍ତ ମ୍ୟାଚ ଘୋଷଣା ହୋଇଛି । ଉଦଘାଟନୀ ମ୍ୟାଚରେ ଆରସିବି ଏବଂ ହାଇଦ୍ରବାଦ ମଧ୍ୟରେ ବାଙ୍ଗାଲୋରରେ ଖେଳାଯିବ ।
🚨 IPL 2026 SCHEDULE IS OUT. 🚨
— Mufaddal Vohra (@mufaddal_vohra) March 11, 2026
- The first phase IPL schedule is now out. (Express Sports). pic.twitter.com/K29G6kF6d7
୪ ରାଜ୍ୟରେ ନିର୍ବାଚନ ପାଇଁ ଅଧା ସୂଚୀ
କେରଳ, ପଶ୍ଚିମବଙ୍ଗ,ତାମିଲନାଡୁ ଏବଂ ଆସାମରେ ହେବାକୁ ଯାଉଛି ନିର୍ବାଚନ । ଏହି କାରଣରୁ ୧୫ଦିନ ପାଇଁ ମ୍ୟାଚ୍ ଘୋଷଣା କରାଯାଇଛି । IPL 2026 ରେ, ମୁମ୍ବାଇ ଇଣ୍ଡିଆନ୍ସ ମାର୍ଚ୍ଚ ୨୯ ତାରିଖରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ । ଏହି ମ୍ୟାଚ୍ ମୁମ୍ବାଇରେ ଖେଳାଯିବ। ଚେନ୍ନାଇ ସୁପର କିଙ୍ଗସର ପ୍ରଥମ ମ୍ୟାଚ୍ ୩୦ ତାରିଖରେ ଗୌହାଟିରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ହେବ । ମାର୍ଚ୍ଚ ୩୧ ତାରିଖରେ ଗୁଜୁରାଟ ଟାଇଟାନ୍ସ ମୁଲାନପୁରର ପଞ୍ଜାବ କିଙ୍ଗସକୁ ଭେଟିବ । ଏପ୍ରିଲ ୧ ତାରିଖରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ।
IPL 2026 ର ସମସ୍ତ ୧୦ ଦଳ ପ୍ରଥମ ପାଞ୍ଚ ଦିନରେ ସେମାନଙ୍କର ପ୍ରଥମ ମ୍ୟାଚ୍ ଖେଳିବେ । ଏହା ପରେ, ସମସ୍ତ ଦଳ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍ ୨ ଏପ୍ରିଲରେ ଆରମ୍ଭ ହେବ । କୋଲକାତା ଏବଂ ଗୌହାଟୀ ସର୍ବାଧିକ ସଂଖ୍ୟକ ମ୍ୟାଚ୍ ଆୟୋଜନ କରିବେ ।
ଏହାସହ ପଢ଼ନ୍ତ: CSKର ସିଇଓ କହିଲେ ଦଳରେ କ’ଣ ରହିବ ଧୋନୀଙ୍କ ଭୂମିକା