ନୂଆଦିଲ୍ଲୀ,୨୫/୦୪; ଘରୋଇ ଗ୍ରାଉଣ୍ଡ୍ରେ ବିଜୟଧାରାକୁ ଫେରିଛି ଡିଫେଣ୍ଡିଂ ଚାମ୍ପିଅନ୍ ବେଙ୍ଗାଲୁରୁ । ଆଇପିଏଲର ୩୪ତମ ଲିଗ୍ ମୁକାବିଲାରେ ଦଳ ୫ ୱିକେଟ୍ରେ ଗୁଜରାଟକୁ ପରାସ୍ତ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୩ ୱିକେଟ୍ ହରାଇ ୨୦୫ ରନ ସଂଗ୍ରହ କରିଥିଲା । ଜବାବରେ ବେଙ୍ଗାଲୁରୁ ୧୮.୫ ଓଭରରେ ୫ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ଏହି ବିଜୟ ସହ ବେଙ୍ଗାଲୁରୁ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ଅର୍ଦ୍ଧଶତକୀୟ ଇନିଂସ୍ ଖେଳି ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବିରାଟ କୋହଲି ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ଏହି ଦମଦାର ଇନିଂସ ସହିତ ବିରାଟ କୋହଲି ବଡ଼ ରେକର୍ଡ କରିଛନ୍ତି ।
ପ୍ରଥମ ବ୍ୟାଟର ଭାବେ ସେ ଆଇପିଏଲ୍ରେ ୮୦୦ ଚୌକା ପୂରଣ କରିଛନ୍ତି । କାଗିସୋ ରାବାଡାଙ୍କ ବଲ୍ରେ ପ୍ରଥମ ଚୌକା ମାରି ରେକର୍ଡ ସ୍ଥାପନ କରିଥିଲେ । ଆଇପିଏଲ୍ରେ ଅନ୍ୟମାନଙ୍କ ମଧ୍ୟରେ ଶିଖର ଧାୱନ ୭୬୮ଟି ଚୌକା ମାରିଥିବାବେଳେ ଡେଭିଡ୍ ୱାର୍ଣ୍ଣର ୬୬୩ ଓ ରୋହିତ ଶର୍ମା ୬୫୩ଟି ଚୌକା ମାରି ତାଲିକାର ପରବର୍ତ୍ତୀ ୩ଟି ସ୍ଥାନରେ ରହିଛନ୍ତି । କେବଳ ସେତିକି ନୁହେଁ, କୋହଲି ତୃତୀୟ ବ୍ୟାଟର ଭାବେ ଆଇପିଏଲ୍ରେ ୩୦୦ ଛକା ପୂରଣ କରିଥିଲେ । ଆଇପିଏଲ୍ରେ ସର୍ବାଧିକ ଛକା ରେକର୍ଡ କ୍ରିସ ଗେଲଙ୍କ ନାମରେ ରହିଛି । ସେ ୩୫୭ଟି ଛକା ମାରିଛନ୍ତି । ସେହିପରି ରୋହିତ ଶର୍ମା ୩୦୯ଟି ଛକା ମାରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ବିରାଟ କୋହଲି ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ୩୦ ବଲରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ । ଏହା ତାଙ୍କର ୬୬ତମ ଆଇପିଏଲ ଅର୍ଦ୍ଧଶତକ ଏବଂ ଚଳିତ ସିଜିନରେ ତାଙ୍କର ତୃତୀୟ । ବିରାଟଙ୍କ ସହିତ ଦେବଦତ୍ତ ପାଡିକ୍କଲ ମଧ୍ୟ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଏକ ଧମାକାଦାର ଇନିଂସ ଖେଳିଥିଲେ । ବାମହାତୀ ବ୍ୟାଟର ମାତ୍ର ୨୦ ବଲ୍ ମଧ୍ୟରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ ।
ଏହା ବି ପଢନ୍ତୁ...୬, ୬, ୬, ୬, ୬... ଆରସିବି ବିପକ୍ଷରେ ଦର୍ଶନୀୟ ଶତକ ୩ଟି ପ୍ରମୁଖ ରେକର୍ଡ ଭାଙ୍ଗିଲେ ସାଇ ସୁଦର୍ଶନ
ଗୁଜରାଟ ଟାଇଟନ୍ସ ବିପକ୍ଷରେ ବିଜୟ ସହିତ ଆରସିବି ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ୭ଟି ମ୍ୟାଚରୁ ୫ଟି ଜିତି ୧୦ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ହାସଲ କରିଛି । ଚଳିତ ଆଇପିଏଲ୍ର ପଞ୍ଚମ ବ୍ୟାଟର ଭାବେ ସାଇ ସୁଦର୍ଶନ ଶତକ ଅର୍ଜନ କରିଥିଲେ । ତାଙ୍କ ଚିତ୍ତାକର୍ଷକ ଶତକ ବିଜୟ ପାଇଁ ଯଥେଷ୍ଟ ହୋଇ ନଥିଲା । ଗୁଜରାଟ ବିଶାଳ ସ୍କୋର କରିବାରେ ବିଫଳ ହୋଇଥିଲା ଓ ଦୀଶାହୀନ ବୋଲିଂ କରି ବିପୁଳ ରନ ଅପଚୟ କରିଥିଲା । ଆଇପିଏଲରେ ଏହା ସୁଦର୍ଶନଙ୍କର ତୃତୀୟ ଶତକ ରହିଥିଲା ହେଲେ ତାହା ବୃଥା ଯାଇଥିଲା ।