ବେଙ୍ଗାଲୁରୁ,୨୪/୦୪: ସାଇ ସୁଦର୍ଶନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ମାତ୍ର ୫୭ ବଲ୍ ରେ ଶତକ ହାସଲ କରିଛନ୍ତି। ଏହା ତାଙ୍କ ଆଇପିଏଲ୍ କ୍ୟାରିୟରର ତୃତୀୟ ଶତକ। ଏହି ଐତିହାସିକ ଇନିଂସରେ ତାଙ୍କ ବ୍ୟାଟରୁ ୧୧ ଚୌକା ଏବଂ ୫ଟି ବିଶାଳ ଛକା ବାହାରିଥିଲା। ସୁଦର୍ଶନ ଏହି ସିଜନରେ ଶତକ ହାସଲ କରିଥିବା ପଞ୍ଚମ ବ୍ୟାଟର ହୋଇଛନ୍ତି। ଆରସିବି ବିପକ୍ଷରେ ଏହି ଶତକୀୟ ଇନିଂସ ଖେଳିବା ସମୟରେ, ସୁଦର୍ଶନ ତିନୋଟି ପ୍ରମୁଖ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ସୁଦର୍ଶନ ଏହି ମ୍ୟାଚରେ ଠିକ୍ ୧୦୦ ରନ୍ କରିବା ପରେ ଆଉଟ୍ ହୋଇଥିଲେ। IPL 2026 ରେ ଏପର୍ଯ୍ୟନ୍ତ ସୁଦର୍ଶନ ୭ ମ୍ୟାଚ୍ ରୁ ୨୩୫ ରନ୍ କରିଛନ୍ତି।

୩ ଟି ପ୍ରମୁଖ ରେକର୍ଡ ଭାଙ୍ଗିଲେ ସାଇ ସୁଦର୍ଶନ:

ସବୁଠାରୁ କମ୍ ଇନିଂସରୁ ୨୦୦୦ ରନ୍ : ଆଇପିଏଲରେ ସବୁଠାରୁ କମ୍ ଇନିଂସରେ ୨୦୦୦ ରନ୍ ପୂରଣ କରିବାର ରେକର୍ଡ ଏବେ ସାଇ ସୁଦର୍ଶନଙ୍କ ନାଁରେ ଅଛି। ସେ ତାଙ୍କର ୪୭ତମ ଇନିଂସରେ ୨୦୦୦ ରନ୍ ପୂରଣ କରିଥିବା ବେଳେ କ୍ରିସ୍ ଗେଲ୍ ୪୮ ଇନିଂସରେ ଏହି ମାଇଲଖୁଣ୍ଟ ଛୁଇଁଥିଲେ।

୪୭ ଇନିଂସ: ସାଇ ସୁଦର୍ଶନ

୪୮ ଇନିଂସ - କ୍ରିସ୍ ଗେଲ୍

୫୨ ଇନିଂସ - ଶାନ୍ ମାର୍ଶ

ଅଧିକ ପଢ଼ନ୍ତୁ: କେବେ ଦଳକୁ ଫେରିବେ ଧୋନୀ, ଆସିଲା ବଡ଼ ଅପଡେଟ୍

ସର୍ବାଧିକ ଶତକୀୟ ଭାଗୀଦାରି - ସାଇ ସୁଦର୍ଶନ, ଶୁଭମନ ଗିଲଙ୍କ ସହ ମିଶି, IPLରେ ସର୍ବାଧିକ ଶତକୀୟ ଭାଗୀଦାରୀର ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍ ରେ, ସୁଦର୍ଶନ ଏବଂ ଗିଲ ୧୨୮ ରନର ଭାଗୀଦାରି ଗଠନ କରିଥିଲେ। ଏହା ଗିଲ-ସୁଦର୍ଶନ ଯୋଡ଼ି ପାଇଁ ଅଷ୍ଟମ ଶତକୀୟ ଭାଗୀଦାରି ଥିଲା। ସର୍ବାଧିକ ଶତକୀୟ ଭାଗୀଦାରିର ରେକର୍ଡ ବର୍ତ୍ତମାନ ବିରାଟ କୋହଲି ଏବଂ ଏବି ଡିଭିଲିୟର୍ସ (୧୦)ଙ୍କ ପାଖରେ ଅଛି।

୧୦ ଥର – ବିରାଟ କୋହଲି ଏବଂ ଏବି ଡିଭିଲିୟର୍ସ

୯ ଥର – ବିରାଟ କୋହଲି ଏବଂ କ୍ରିସ୍ ଗେଲ୍

୮ ଥର – ସାଇ ସୁଦର୍ଶନ ଏବଂ ଶୁଭମନ ଗିଲ୍

ଆରସିବି ବିପକ୍ଷରେ ସବୁଠାରୁ ବଡ଼ ଭାଗୀଦାରି : ସାଇ ସୁଦର୍ଶନ ଏବଂ ଶୁଭମନ ଗିଲ ସବୁଠାରୁ ବଡ଼ ଭାଗୀଦାରୀର ଆଉ ଏକ ରେକର୍ଡ ଭାଙ୍ଗିଛନ୍ତି। ଏହି ଯୋଡ଼ି ମିଳିତ ଭାବରେ ୧୨୮ ରନ ଯୋଡ଼ିଛନ୍ତି, ଯାହା ଆରସିବି ବିପକ୍ଷରେ ଗୁଜରାଟ ଟାଇଟାନ୍ସ ପାଇଁ କୌଣସି ୱିକେଟ ସୁଦ୍ଧା ସର୍ବାଧିକ ଭାଗୀଦାରି ଅଟେ।

ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: MI VS CSK: ମା'ଙ୍କୁ ମୁଖାଗ୍ନୀ ଦେଇ ମ୍ୟାଚ ଖେଳିଲେ ମୁକେଶ ଚୌଧୁରୀ, ମନେ ପଡିଗଲା ବିରାଟ-ସଚିନଙ୍କ କଥା...