ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ କାରଣରୁ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ଦଳ ସହ ନାହାନ୍ତି । ତଥାପି ଏହି ଖେଳାଳି ଏବେ ଚର୍ଚ୍ଚାରେ ରହିଛନ୍ତି । ଆଗାମୀ ସିଜିନରେ ସେ କେଉଁ ଦଳରୁ ଆଇପିଏଲ ଖେଳିବେ ଏହାକୁ ନେଇ ଚର୍ଚ୍ଚା ହେଉଛି । ସେ ସିଏସକେକୁ ଯିବେ ବୋଲି ଅଧିକ ଚର୍ଚ୍ଚା ହେଉଥିବାବେଳେ ସିଏସକେ ପକ୍ଷରୁ ଏହାକୁ ନେଇ ଏକ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ଲାଗାତାର ତିନୋଟି ସିଜିନରେ ହାର୍ଦ୍ଦିକଙ୍କ ଅଧିନାୟକତ୍ବରେ ମୁମ୍ବାଇ ଇଣ୍ଡିଆନ୍ସ ବିଫଳ ହୋଇଛି । ଯାହାକୁ ନେଇ ସେ ମୁମ୍ବାଇ ଛାଡ଼ିବେ ଏବଂ ଆସନ୍ତା ସିଜିନରେ ନୂଆ ଦଳ ସହ ଆରମ୍ଭ କରିବେ ବୋଲି ଆଲୋଚନା ହେଉଛି । ଆଇପିଏଲ ଟ୍ରେଡିଂ ଆରମ୍ଭ ହେବା ଦିନଠାରୁ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । ଦଳମାନଙ୍କ ମଧ୍ୟରେ ପ୍ରତିଯୋଗିତା ମଧ୍ୟ ଦେଖିବାକୁ ମିଳିଛି । ହାର୍ଦ୍ଦିକଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ । ତେବେ ଧୋନୀଙ୍କ ବିକଳ୍ପ ଭାବେ ଅଭିଜ୍ଞ ଖେଳାଳି ହାର୍ଦ୍ଦିକ ଚେନ୍ନାଇକୁ ଯିବେ ବୋଲି କଳ୍ପନା କରାଯାଉଥିଲା ।

କିନ୍ତୁ ଏବେ କଳ୍ପନା ଏକପ୍ରକାର ଅନ୍ତ ଘଟିଛି । କାରଣ କିଛି ସମୟ ପୂର୍ବରୁ ସିଏସକେ ଏହାକୁ ଖାରଜ କରିଛି । ସିଏସକେର ସିଇଓ କହିଛନ୍ତି ଆମେ ଆମେ ହାର୍ଦ୍ଦିକଙ୍କ ସମ୍ପର୍କରେ କୌଣସି ଆଲୋଚନା କରିନାହୁଁ । ଦଳର ଏବେ ସେମିତି କୌଣସି ଯୋଜନା ନାହିଁ ବୋଲି ମଧ୍ୟ ସେ କହିଛନ୍ତି । ଆମେ କାହା ସହ କୌଣସି କଥା ହୋଇନାହୁଁ ଯାହା ଚର୍ଚ୍ଚା ହେଉଛି ଏଥିରେ କୌଣସି ସତ୍ୟତା ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।

ଏହାସହ ପଢ଼ନ୍ତୁ : ହାର୍ଦ୍ଦିକଙ୍କ ପାଇଁ ଫ୍ରାଞ୍ଚାଇଜଙ୍କ ମଧ୍ୟରେ ମହାଯୁଦ୍ଧ, କେଉଁ ଟିମକୁ ଯିବେ ପାଣ୍ଡ୍ୟା ?