ମୁମ୍ବାଇ, ୨/୪ :  ଆଇପିଏଲ୍ ୨୦୨୫ରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ ଖେଳାଯିବ । ଏହି ସମୟରେ ବିରାଟ କୋହଲୀ ୨୪ରନ୍ କରିବେ ତ ଟି-୨୦କ୍ରିକେଟରେ ଏକ ନୂଆ କିର୍ତ୍ତିମାନ ରଚିବେ । ଆଇପିଏଲ୍ ୨୦୨୫ର ୧୪ତମ ମ୍ୟାଚ୍ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ । ଉଭୟ ଟିମ୍ ମଧ୍ୟରେ ଏହି ମ୍ୟାଚ୍ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ । ଏହି ସମୟରେ ବିରାଟ କୋହଲୀ ୨୪ରନ କରିବେ ତ ଟି-୨୦କ୍ରିକେଟରେ ୧୩୦୦୦ରନ୍ ପୂରା କରିନେବେ ।

କୋହଲୀ ଭାରତ ଲାଗି ଟି-୨୦ କ୍ରିକେଟରେ ସବୁଠାରୁ ଅଧିକ ରନ୍ କରିଥିବା ଖେଳାଳୀ ଅଟନ୍ତି।  ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ୨୪ରନ୍ କରିବା ପରେ ସେ ପ୍ରଥମ ଭାରତୀୟ ବ୍ୟାଟର ହୋଇଯିବେ । ଯିଏ ଏହି ଫର୍ମାଟରେ ୧୩୦୦୦ରନ୍ କରିଛନ୍ତି । ରିପୋର୍ଟ ଅନୁସାରେ କୋହଲୀ ଦିଲ୍ଲୀ ଲାଗି ୨୦୦୭ରେ ଟି-୨୦କ୍ରିକେଟରେ ଡେବ୍ୟୁ କରିଥିଲେ । ସେହିଭଳି ୨୦୦୮ରୁ ସେ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଟିମର ଭାଗିଦାରୀ ଅଟନ୍ତି । ସେ ଟି-୨୦କ୍ରିକେଟରେ ପ୍ରାୟ  ୩୮୪ ପାଳିରେ ପ୍ରାୟ ୧୨୯୭୬ରନ୍ କରିଛନ୍ତି ।

କୋହଲୀ ଏହି ସମୟରେ ୯୮ଅର୍ଦ୍ଧଶତକ ଏବଂ ୯ଶତକ ଲଗାଇଛନ୍ତି । ସେ ୧୨୯୭୬ରନରୁ ୧୧୫୦ ଚୌକା ଏବଂ ୪୨୦ଛକ୍କା ଯୋଡ଼ିଛନ୍ତି । ଟି-୨୦କ୍ରିକେଟରେ ଭାରତୀୟ ଖେଳାଳୀଙ୍କ ଦ୍ବାରା ସବୁଠାରୁ ଅଧିକ ରନ୍‌ କରିଥିବା ଲିଷ୍ଟରେ ୧୧୮୫୧ରନ୍ ସହ ରୋହିତ ଶର୍ମା ଦ୍ବିତୀୟ ସ୍ଥାନରେ ଅଛନ୍ତି। 

କୋହଲୀ ଟି୨୦ ଅନ୍ତର୍ଜାତୀୟରୁ ୨୦୨୪ରେ ସନ୍ନ୍ୟାସ ନେଇଥିଲେ । ମାତ୍ର ସେ ଆଇପିଏଲ ଖେଳିବାକୁ ଲାଗିଥିଲେ । କୋହଲୀ ଆଇପିଏଲ୍ ଇତିହାସରେ ସବୁଠାରୁ ଅଧିକ ରନ୍ କରିଥିବା ଖେଳାଳୀ ଅଟନ୍ତି । ସେ ୨୫୪ମ୍ୟାଚରେ ୮୦୯୪ରନ୍ କରିଛନ୍ତି ।