ଗୌହାଟୀ : ଚଳିତ ଆଇପିଏଲରେ ୧୩ତମ ଲିଗ୍ ମ୍ୟାଚରେ ଆଜି ରାଜସ୍ଥାନ ରୟାଲ୍ସର ମୁକାବିଲା ମୁମ୍ୱାଇ ଇଣ୍ଡିଆନ୍ସ ସହ ହେବାକୁ ଯାଉଛି। ଉକ୍ତ ମ୍ୟାଚ୍ ବାରସାପାରା ଷ୍ଟାଡିୟମରେ ଅନୁଷ୍ଠିତ ହେଉଛି। କିନ୍ତୁ ଏହି ମ୍ୟାଚ୍ ପୂର୍ବରୁ ଗୌହାଟୀର ପାଣିପାଗ ଖରାପ ହେବାର ନଜର ଆସୁଛି। ମ୍ୟାଚ୍ ବେଳେ ବର୍ଷା ହେବାର ଆଶଙ୍କା ରହିଛି। ଏଥିପାଇଁ ଟସ୍‌ ପଡ଼ିବାରେ ବିଳମ୍ୱ ହେବାର ସମ୍ଭାବନା ରହିଛି ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ସୋମବାର କେକେଆର ଓ ପଞ୍ଜାବର ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇ ଯାଇଥିଲା।

ଏପଟେରାଜସ୍ଥାନର କଥା ଯଦି କହିବା , ଏହି ଟିମ୍ ଚଳିତ ସିଜନର ଆରମ୍ଭ ଆକର୍ଷକ ଉପାୟରେ କରିଛି। ସେ ଚେନ୍ନାଇ ସୁପର କିଙ୍ଗସ୍ ଓ ଗୁଜରାଟ ଟାଇଟନ୍ସ ବିରୋଧରେ ନିଜର ପ୍ରାରମ୍ଭିକ ଦୁଇଟି ମ୍ୟାଚ୍ରେ ବିଜୟ ହାସଲ କରିଛି। ରିୟାନ ପରାଗଙ୍କ ପରିଚାଳନାରେ ଯୁବ ରାଜସ୍ଥାନ ଟିମ୍ରେ ବୈଭମ ସୂର୍ଯ୍ୟବଂଶୀ, ଯଶସ୍ୱୀ ଜାୟସୱାଲ ଓ ତୁଷାର ଦେଶପାଣ୍ଡେଙ୍କ ଭଳି ଖେଳାଳି ଭଲ ଫର୍ମରେ ଥିବାର ନଜର ଆସୁଛି। ଏହି ଟିମ୍‌ର ଅଧିକାଂଶ ଖେଳାଳି ଭଲ ପ୍ରଦର୍ଶନ କରିଛନ୍ତି। ଜଡେଜା ମଧ୍ୟ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଆକର୍ଷଣୀୟ ବୋଲିଂ କରିଥିଲେ।

ଅନ୍ୟପଟେ ମୁମ୍ୱାଇ ଇଣ୍ଡିଆନ୍ସ ପାଇଁ ଏହି ମୁକାବିଲା ନିଜର ଶକ୍ତି ପ୍ରଦର୍ଶନ କରିବାର ଏକ ବଡ଼ ଅବସର । ୨୦୨୩ ପରେ ଏହାର ବାହାରେ ବିଜୟର ହାରର ଅନୁପାତ (୦.୬) ସବୁଠୁ ଖରାପ ରହିଛି। ହେଲେ ପ୍ରଶଂସକଙ୍କ ପାଇଁ ଭଲ ଖବର ଯେ, ହାର୍ଦ୍ଦିକ ପାଣ୍ଡ୍ୟା ସୁସ୍ଥ ହୋଇ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି।

ସମ୍ଭାବ୍ୟ ଦଳ

ମୁମ୍ବାଇ(ପ୍ଲେଇଂ ଇଲେଭେନ) : ରୋହିତ ଶର୍ମା, ରୟାନ ରିକେଲଟନ, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ନମନ ଧିର, ସେରଫାନ ରଦରଫୋର୍ଡ, ମିଚେଲ ସାଣ୍ଟନର, ସର୍ଦୁଲ ଠାକୁର, ଯଶପ୍ରୀତ ବୁମରା, ମୟଙ୍କ ମାର୍କଣ୍ଡେ, ଟ୍ରେଣ୍ଟ ବୋଲ୍ଟ ।

ରାଜସ୍ଥାନ(ପ୍ଲେଇଂ ଇଲେଭେନ) : ବୈଭବ ସୂର୍ଯ୍ୟବଂଶୀ, ଯଶସ୍ୱୀ ଜୈସ୍ୱାଲ, ଧ୍ରୁବ ଜୁରେଲ, ରିୟାନ ପରାଗ, ସିମରନ ହେତମାୟର, ଡୋନୋଭାନ ଫେରେରା, ରବିନ୍ଦ୍ର ଜାଡ଼େଜା, ଜୋଫ୍ରା ଆର୍ଚର, ନାନ୍ଦ୍ରେ ବର୍ଗର, ସନ୍ଦିପ ଶର୍ମା, ରବି ବିଷ୍ଣୋଇ, ବ୍ରିଜେଶ ଶର୍ମା ।