ପ୍ରମୂଖ ଖବର
  • ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର କୁଚେଇ ଶାଖାରୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍
  • ||
  • ବାରିପଦା : ପୂର୍ବ ଶତ୍ରୁତା ଓ ଛେଳି ଚୋରିକୁ ନେଇ ପୁଅକୁ ଗୁଳି, ମାଆକୁ ଛୁରାମାଡ
  • ||
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଟ୍ରମ୍ପଙ୍କୁ ଧନ୍ୟବାଦ ଦେଲା ଇସ୍ରାଏଲ, ଇରାନ୍‌କୁ ଚେତାବନୀ; 'ଯଦି ଯୁଦ୍ଧବିରତି ଉଲଙ୍ଘନ କଲ....'

Published By : Soubhagya Ranjan | June 24, 2025 1:52 PM

ନୂଆଦିଲ୍ଲୀ,୨୪/୦୬: ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ଇସ୍ରାଏଲ ସରକାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଉପସ୍ଥାପିତ ଇରାନ-ଇସ୍ରାଏଲ ଯୁଦ୍ଧବିରତି ପ୍ରସ୍ତାବକୁ ଗ୍ରହଣ କରୁଛୁ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଯଦି ଇରାନ ଏହି ଯୁଦ୍ଧବିରତି ଉଲଙ୍ଘନ କରେ, ତେବେ ଇସ୍ରାଏଲ ଏହାର କଡ଼ା ଜବାବ ଦେବ। ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି ଯେ ଇରାନର ପରମାଣୁ ଏବଂ ବାଲିଷ୍ଟିକ୍ ବିପଦକୁ ଶେଷ କରିବା ଇସ୍ରାଏଲର ମୁଖ୍ୟ ଉଦ୍ଦେଶ୍ୟ ସଫଳତାର ସହ ହାସଲ ହୋଇଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟରୁ ଜାରି ଏକ ବିସ୍ତୃତ ବିବୃତ୍ତିରେ କୁହାଯାଇଛି ଯେ ଇସ୍ରାଏଲ ଅପରେସନ 'ରାଇଜିଂ ଲାୟନ'ର ସମସ୍ତ ଲକ୍ଷ୍ୟ ହାସଲ କରିଛି, ଯାହାକି ବର୍ତ୍ତମାନ ଆଇଡିଏଫ୍‌କୁ ଯୁଦ୍ଧବିରତି ଉପରେ ସହମତି ଦେଖାଇବାର ଆଧାର ଦେଇଛି।

ଶୀର୍ଷ ସୁରକ୍ଷା ଅଧିକାରୀମାନଙ୍କ ସହିତ ଆଲୋଚନା କଲେ ନେତାନ୍ୟାହୁ:

ବିବୃତ୍ତି ଅନୁଯାୟୀ, ସୋମବାର ରାତିରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ପ୍ରତିରକ୍ଷା ମନ୍ତ୍ରୀ, ଇସ୍ରାଏଲୀ ସେନା ମୁଖ୍ୟ ଏବଂ ମୋସାଦର ମୁଖ୍ୟଙ୍କ ସହିତ ଏକ ଜରୁରୀକାଳୀନ କ୍ୟାବିନେଟ ବୈଠକ କରିଥିଲେ। ଏହି ବୈଠକରେ ଏହା ନିଷ୍କର୍ଷିତ ହୋଇଥିଲା ଯେ ଇରାନର ପରମାଣୁ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଦ୍ୱାରା ସୃଷ୍ଟି ହୋଇଥିବା ବିପଦ ଦୂର ହୋଇଯାଇଛି।

ତେହରାନରେ ଜବରଦସ୍ତ ଆକ୍ରମଣ: 

ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ ତେହେରାନର ଆକାଶପଥକୁ ପୂର୍ଣ୍ଣ ନିୟନ୍ତ୍ରଣ କରିନେଇଛି ଏବଂ ଇରାନ ସାମରିକ ନେତୃତ୍ୱ ଓ ସରକାରଙ୍କ ଡଜନ ଡଜନ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରି ଧ୍ୱଂସ କରିଛି। ବିବୃତ୍ତିରେ କୁହାଯାଇଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ତେହେରାନରେ ଅନେକ ସରକାରୀ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରାଯାଇଥିଲା, ଯେଉଁଥିରେ ଇରାନର ଅର୍ଦ୍ଧସାମରିକ ସଂଗଠନ 'ବାସିଜ'ର ଶହ ଶହ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା ଏବଂ ଜଣେ ବରିଷ୍ଠ ପରମାଣୁ ବୈଜ୍ଞାନିକ ମଧ୍ୟ ପ୍ରାଣ ହରାଇଥିଲେ।

ଟ୍ରମ୍ପଙ୍କୁ ଧନ୍ୟବାଦଆମେରିକାର ସହଭାଗିତାକୁ ପ୍ରଶଂସା: 

ଏହି କାର୍ଯ୍ୟରେ ସହଯୋଗ ପାଇଁ ଇସ୍ରାଏଲ ଆମେରିକା ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କୁ କୃତଜ୍ଞତା ଜଣାଇଛି। ବିବୃତ୍ତିରେ କୁହାଯାଇଛି ଯେ ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ପୂର୍ଣ୍ଣ ସମନ୍ୱୟ ପରେ ଏହି ଯୁଦ୍ଧବିରତି ପ୍ରସ୍ତାବକୁ ଗ୍ରହଣ କରାଯାଇଛି। ଇସ୍ରାଏଲ ସରକାର ସ୍ପଷ୍ଟ କରିଛନ୍ତି ଯେ ଯଦି କୌଣସି ପକ୍ଷ ଯୁଦ୍ଧବିରତି ଉଲ୍ଲଂଘନ କରେ, ତେବେ ଇସ୍ରାଏଲ ଜୋରଦାର ଏବଂ ନିର୍ଣ୍ଣାୟକ ଭାବରେ ଜବାବ ଦେବ। ଏହା ସହିତ, ନାଗରିକମାନଙ୍କୁ ହୋମ୍ ଫ୍ରଣ୍ଟ୍ କମାଣ୍ଡ ଦ୍ୱାରା ଜାରି ସମସ୍ତ ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅପିଲ୍ କରାଯାଇଛି।

ବିବୃତ୍ତିର ଶେଷରେ, ଏହି ସଂଘର୍ଷରେ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରାଯାଇଛି। ଆହତ ସୈନିକ ଏବଂ ସାଧାରଣ ଲୋକଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମଧ୍ୟ କାମନା କରାଯାଇଛି। ସରକାର ଅପରେସନ୍ 'ରାଇଜିଂ ଲାୟନ୍'କୁ ଏକ ଐତିହାସିକ ସାମରିକ ସଫଳତା ଭାବରେ ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ ଏହି ଅପରେସନ୍ ଇସ୍ରାଏଲକୁ ବିଶ୍ୱ ଶକ୍ତିର ସ୍ତରରେ ପହଞ୍ଚାଇଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମଙ୍ଗଳବାର ଏହି ବିଷୟରେ ଏକ ସାଧାରଣ ଭାଷଣ ଦେବେ। 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.