ନୂଆଦିଲ୍ଲୀ, ୨୭/୦୩ : ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଯୋଗାଣ ଶୃଙ୍ଖଳ ପ୍ରଭାବିତ ହୋଇଛି। ଯାହାକି ଭାରତର ବାର୍ଷିକ ସାର ଉତ୍ପାଦନକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା ବଢିଛି। ଉଭୟ ପ୍ରିମିୟମ ସାର ଏବଂ ୟୁରିଆ ଉତ୍ପାଦନ ୧୦ରୁ ୧୫% ଖସିପାରେ ବୋଲି ଅନୁମାନ କରାଯାଇଛି । ନିର୍ମାତାଙ୍କ ଲାଭ କମିବା ସହ ପ୍ରମୁଖ କଞ୍ଚାମାଲ ଅଭାବ ଯୋଗୁ କ୍ଷମତାର ବ୍ୟବହାର କମିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବିଶେଷଜ୍ଞ । କଞ୍ଚାମାଲ ଏବଂ ଆମଦାନି ସାର ଦର ବୃଦ୍ଧି ଦ୍ୱାରା ନିର୍ମାତାଙ୍କ କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ବୃଦ୍ଧି ପାଇପାରେ । ଏହା ସରକାରଙ୍କ ସବ୍ସିଡି ବିଲ୍ରେ ୨୦,୦୦୦ରୁ ୨୫,୦୦୦ କୋଟି ଟଙ୍କା ବୃଦ୍ଧି କରିବ ।
ସୂଚନାଯୋଗ୍ୟ, ଭାରତରେ ମୋଟ ସାର ବ୍ୟବହାରରେ ୟୁରିଆର ଭାଗ ରହିଛି ୪୫% । ପ୍ରିମିୟମ ସାର ଯେପରି ଡାଏମୋନିୟମ, ଫସ୍ଫେଟ୍ସ ଏବଂ ପୋଟାସିୟମ ତଥା ଏନ୍ପିକେ) ଏବଂ ମ୍ୟୁରିଏଟ୍ ଅଫ୍ ପଟାସ୍(ଏମ୍ଓପି) ର ଅବଶିଷ୍ଟ ଭାଗ ରହିଛି । ସାର ଉତ୍ପାଦନ ପାଇଁ ୮୦% କଞ୍ଚାମାଲ ଆମଦାନି ହୋଇଥାଏ । ଏଣୁ ମଧ୍ୟପ୍ରାଚ୍ୟ ସମସ୍ୟା ଦେଶର ସାର ଉତ୍ପାଦନକୁ ବାଧା ଦେବ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।
ଏହି ଖବରଟିକୁ ପଢନ୍ତୁ- ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ : ଗ୍ୟାସ୍ ଓ ତେଲ ପରେ ଏବେ ମହଙ୍ଗା ହେବ ଔଷଧ
ମୂଲ୍ୟ ବୃଦ୍ଧି ଏବଂ ସରକାରୀ ବୋଝ
କଞ୍ଚାମାଲ ସଙ୍କଟ ଏବଂ ଆମଦାନୀ ହୋଇଥିବା ସାରର ମୂଲ୍ୟ ବୃଦ୍ଧି ହେବାରେ ଲାଗିଛି। ଆମୋନିଆ ମୂଲ୍ୟ ପୂର୍ବରୁ ପ୍ରାୟ ୨୪% ବୃଦ୍ଧି ପାଇଛି। ଏହା ସାର କମ୍ପାନୀଗୁଡ଼ିକର କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତାକୁ ବୃଦ୍ଧି କରିବ ଏବଂ ସରକାରଙ୍କ ସବସିଡି ବୋଝ ୨୦ ହଜାର ରୁ ୨୫ ହଜାର କୋଟି ପର୍ଯ୍ୟନ୍ତ ବୃଦ୍ଧି କରିପାରେ।
କର୍ପୋରେଟ୍ ଲାଭ ଉପରେ ପ୍ରଭାବ
କମ୍ ଉତ୍ପାଦନ ଏବଂ ଖର୍ଚ୍ଚ ବୃଦ୍ଧି କକମ୍ପାନୀ ଗୁଡ଼ିକର ଲାଭକୁ ପ୍ରଭାବିତ କରିବ। ଏହା ୟୁରିଆ ନିର୍ମାତାଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ। କମ୍ ଉତ୍ପାଦନ କ୍ଷମତା ପରିଚାଳନା ମାର୍ଜିନ୍ ଉପରେ ଚାପ ପକାଇବ। ତଥାପି, ବଡ଼ କମ୍ପାନୀଗୁଡ଼ିକର ଦୃଢ଼ ନଗଦ ସ୍ଥିତି ଏବଂ ସରକାରୀ ସମର୍ଥନ ଏହି ପ୍ରଭାବକୁ କିଛି ପରିମାଣରେ ହ୍ରାସ କରିପାରେ।