ନୂଆଦିଲ୍ଲୀ,୧୮/୦୬: ୬ ଦିନ ହେବ ଇରାନ୍-ଇସ୍ରାଏଲ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଏବେ ଯୁଦ୍ଧଙ୍କୁ ଆମେରିକା ଏଣ୍ଟ୍ରୀ ନେଇ ଆଶଙ୍କା ଉପୁଜିଛି । ଦୟା କରାଯିବ ନାହିଁ ଏବେ ଯୁଦ୍ଧ ଭୟଙ୍କର ହେବାକୁ ଯାଉଛି । ଇରାନ୍ ସୁପ୍ରିମ ଲିଡ଼ର ଆୟାତୋଲ୍ଲା ଅଲି ଖାମେନେଇ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯୁଦ୍ଧ ଆରମ୍ଭ ହେଉଛି । ଆୟାତୋଲ୍ଲାଙ୍କ ଏହି ମେସେଜ ପରେ ଇସ୍ରାଏଲ୍ର ୨୫ ଠିକଣାରେ ମିସାଇଲ ମାଡ଼ କରିଛି ଇରାନ୍ ।
ଇରାନ୍ ଓ ଇସ୍ରାଏଲ୍ ମଧ୍ୟରେ ୬ ଦିନରେ ପହଞ୍ଚିଛି ଉତ୍ତେଜନା । ପରସ୍ପର ଉପରେ ଆଟାକ୍ କରୁଛନ୍ତି । ଜଳୁଛି ମଧ୍ୟପ୍ରାଚ୍ୟ । ବର୍ଷୁଛି ବୋମା । ଛିନ୍ନଛତର ଇରାନ୍ । ଗଲାଣି ୨୪୪ରୁ ଅଧିକ ଜୀବନ । ୧୨୦୦ରୁ ଅଧିକ ଆହତ । ଇରାନ୍ ସୁପ୍ରିମ ଲିଡ଼ର ଆୟାତୋଲ୍ଲା ଅଲି ଖାମେନେଇ ତାଙ୍କ ସୋସିଆଲ ମିଡ଼ିଆ ଏକ୍ସରେ ଲେଖିଛନ୍ତି, ''ଯୁଦ୍ଧ ଆରମ୍ଭ ହେଉଛି । ଆମେ ଆତଙ୍କୀ ସମୂହ ଶାସନକୁ କଡ଼ା ଜବାବ ଦେବୁ । ସୋମାନଙ୍କ ଉପରେ ଦୟା କରାଯିବ ନାହିଁ ।'' ଆୟାତୋଲ୍ଲାଙ୍କ ଏହି ମେସେଜର କିଛି ସମୟ ପରେ ଇସ୍ରାଏଲର ୨୫ ଠିକଣାରେ ମିସାଇଲ ମାଡ଼ କରିଛି ଇରାନ୍ । ଏହାର ଜବାବ୍ ଦେଇ ଇରାନ୍ର ୧୨ ସ୍ଥାନରେ ଆକ୍ରମଣ କରିଛି ଇସ୍ରାଏଲ । ଇରାନ୍ର ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କୁ ଯଦି ଯୁଦ୍ଧରେ ନିପାତ କରିଦିଆ ଯାଏ ତେବେ ଏ ଯୁଦ୍ଧର ତୁରନ୍ତ ଯବନିକା ପଡିବ । ଏଥିରେ କେହି ପ୍ରତିବାଦ କରିବେ ନାହିଁ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ।
ଆୟାତୋଲ୍ଲାଙ୍କୁ ଇସ୍ରାଏଲ ରକ୍ଷାମନ୍ତ୍ରୀଙ୍କ ଚେତାବନୀ- ଇସ୍ରାଏଲ ରକ୍ଷା ମନ୍ତ୍ରୀ କେଟେ୍ଜ ଇରାନ୍ ସୁପ୍ରିମ ଲିଡର ଆୟାତୋଲ୍ଲାଙ୍କୁ ଚରମ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯଦି ଆୟାତୋଲ୍ଲା ଇସ୍ରାଏଲ ବିରୋଧରେ ସେହି ରାସ୍ତାରେ ଚାଲିବା ଜାରି ରଖନ୍ତି ତେବେ ତାଙ୍କ ଅବସ୍ଥା ଇରାନ୍ର ପୂର୍ବ ଶାସକ ସଦ୍ଦାମ ହୁସେନ ଭଳି ହେବ । ଆୟାତୋଲ୍ଲାକୁ ମନେ ରଖିବାକୁ ହେବ କି ଇସ୍ରାଏଲର ବିରୋଧ କରିଥିବା ଏକଛତ୍ରବାଦୀର ପରିଣାମ କଣ ହୋଇଥିଲା ।