ନୂଆଦିଲ୍ଲୀ,୧୬/୦୪; ଆମେରିକା ଏବଂ ଇରାନ ମଧ୍ୟରେ ସମ୍ପ୍ରତି ହୋଇଥିବା ଯୁଦ୍ଧ ପରଠାକୁ ହୋର୍ମୁଜ ପ୍ରଣାଣୀ ଉତ୍ତେଜନାର କେନ୍ଦ୍ରବିନ୍ଦୁ ପାଲଟିଛି । ଇରାନ ପ୍ରଥମେ ଏହି ପ୍ରମୁଖ ସମୁଦ୍ର ପଥ ଦେଇ ଜାହାଜ ଚଳାଚଳ ବନ୍ଦ କରିଥିଲା ଏବଂ ଏବେ ଆମେରିକା ମଧ୍ୟ ଅବରୋଧ ଆରମ୍ଭ କରିଛି । ଉଭୟ ଦେଶ ହୋର୍ମୁଜ ପ୍ରଣାଳୀ ଉପରେ ସେମାନଙ୍କ କବଜାକୁ ଆହୁରି ମଜବୁତ କରିବାକୁ ଚେଷ୍ଟା କରିଛନ୍ତି । ଯାହା ବିଶ୍ୱବ୍ୟାପୀ ଇନ୍ଧନ ଯୋଗାଣା ନେଇ ଚିନ୍ତା ବଢାଇଛି । ତଥାପି ଇରାନ ମତ ଏବଂ ପରିବର୍ତ୍ତନ ହୋଇଥିବା ପରି ମନେ ହେଉଛି । ରିପୋର୍ଟ ଅନୁଯାୟୀ ଇରାନ ଏହି ମାର୍ଗ ସମ୍ପର୍କରେ ଆମେରିକାକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛି, ଯାହା ଅନୁଯାୟୀ ଜାହାଜଗୁଡିକୁ ସୁରକ୍ଷିତ ଭାବରେ ହୋର୍ମୁଜ ଦେଇ ଯିବାକୁ ଅନୁମତି ଦେଇପାରିବ ।

ଆମେରିକା ଏବଂ ଇରାନ ମଧ୍ୟରେ ହୋର୍ମୁଜ ପ୍ରଣାଳୀ ଉପରେ ଆଲୋଚନା ସଫଳ ହୋଇପାରେ । ରଏଟର୍ସ ରିପୋର୍ଟ, ତେହେରାନର ଏକ ସୁତ୍ର କହିଛି ଯେ ଆମେରିକା ସହିତ ଆଲୋଚନାରେ ଦିଆଯାଇଥିବା ପ୍ରସ୍ତାବରେ ଅଂଶ ଭାବରେ ଆକ୍ରମଣର ଧମକ ବିନା ହୋର୍ମୁଜ ପ୍ରଣାଳୀର ଓମାନି ପାର୍ଶ୍ୱ ଦେଇ ଜାହାଜଗୁଡିକୁ ଯିବାକୁ ଅନୁମତି ଦେବା ଉପରେ ଇରାନ ବିଚାର କରିପାରେ, ଯଦି ଆହୁରି ଯୁଦ୍ଧକୁ ରୋକିବା ପାଇଁ ଏକ ଚୁକ୍ତି ହୁଏ । ଆମେରିକା-ଇରାନ ମଧ୍ୟରେ ଚାଲିଥିବା ଆଲୋଚନା ମଧ୍ୟରେ, ଇରାନ ଜାହାଜଗୁଡ଼ିକୁ ସୁରକ୍ଷିତ ଭାବରେ ଓମାନି ହୋର୍ମୁଜ ପ୍ରଣାଳୀ ଦେଇ ଯିବାକୁ ଅନୁମତି ଦେବାକୁ ପ୍ରସ୍ତାବ ଦେଇଛି । ଯାହା ଫଳରେ ଫସି ରହିଥିବା ଟ୍ୟାଙ୍କର ଏବଂ ବିଶ୍ୱ ତୈଳ ଯୋଗାଣରେ ଆଶ୍ୱସ୍ତି ମିଳିବ ।

ପ୍ରସ୍ତାବଟି କ'ଣ ? ଇରାନ ସୂଚିତ କରିଛି ଯେ, ସେ ଜାହାଜଗୁଡିକୁ ଓମାନି ପାର୍ଶ୍ୱ ଦେଇ ସୁରକ୍ଷିତ ଭାବରେ ଯାତ୍ରା କରିବାକୁ ଅନୁମତି ଦେଇପାରେ । ତେହେରାନ ଏକ ସୁତ୍ରକୁ ରଏଟର୍ସ ଅନୁଯାୟୀ, ଏହି ପ୍ରସ୍ତାବକୁ ଆମେରିକା ସହିତ ଚାଲିଥିବା ଆଲୋନଚାର ଏକ ଅଂଶ ଭାବରେ ବର୍ଣ୍ଣନା କରାଯାଇଛି । ଯଦି ଏକ ଚୁକ୍ତି ହୁଏ, ତେବେ ଇରାନ ଆକ୍ରମଣର ଧମକ ବିନା ଓମାନ ଦେଇ ଜାହାଜଗୁଡିକୁ ଯିବାକୁ ଅନୁମତି ଦେବା ବିଷୟରେ ବିଚାର କରିପାରେ । ଗତ କିଛି ସପ୍ତାହ ଧରି ଉତ୍ତେଜନା ବଢିପାରେ । ଏହାକୁ ସ୍ଥିତିରେ ଏକ ସମ୍ଭାବ୍ୟ ପରିବର୍ତ୍ତନ ଭାବରେ ଦେଖାଯାଉଛି । ଇରାନ ଏହି ପ୍ରସ୍ତାବ ପୂରଣ କରିବା ପୂର୍ବରୁ କିଛି ସର୍ତ୍ତ ରଖିଛି । ଏହି ପ୍ରସ୍ତାବ ଆମେରିକା ତେହେରାନର ଦାବି ଗ୍ରହଣ କରିବାକୁ ଉଚ୍ଛୁକ କି ନାହିଁ ତାହା ଉପରେ ନିର୍ଭର କରେ । ଆମେରିକା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ଏହା ବି ପଢନ୍ତୁ...Iran America War: ଚୀନ୍ ସାଟେଲାଇଟ୍ ସହାୟତାରେ ଆମେରିକା ଉପରେ ଘନ ଘନ ଆକ୍ରମଣ, ଇରାନର ମିସାଇଲ୍ ମାଡ଼ରେ ଥରିଲା ମଧ୍ୟପ୍ରାଚ୍ୟ  

ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା କେବେ ? ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଆଣିବାକୁ ପ୍ରୟାସ କରି ପାକିସ୍ତାନୀ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବୁଧବାର ତେହେରାନରେ ପହଞ୍ଚିଛି । ମୁନିର ଏହି ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି । ସେମାନଙ୍କ ମଧ୍ୟରେ ଗୃହମନ୍ତ୍ରୀ ମୋହସିନ ନକଭି ମଧ୍ୟ ଅଛନ୍ତି । ଇସଲାମାବାଦରେ ହୋଇଥିବା ବୈଠକ ୨୧ ଘଣ୍ଟା ଚର୍ଚ୍ଚା ପରେ ବି ବଫଳ ହୋଇଥିଲା ।
​​​​​​​