ନୂଆଦିଲ୍ଲୀ: ଆମେରିକାର ଡେଡଲାଇନ୍ ସରି ସରି ଆସୁଥିବା ମଧ୍ୟରେ, ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଆଜି (ମଙ୍ଗଳବାର) ଏକ ବଡ ବାର୍ତ୍ତା ଦେଇଛନ୍ତି। କହିଛନ୍ତି ଯେ, ତାଙ୍କ ସମେତ ୧.୪ କୋଟି ଇରାନୀ ସ୍ବୟଂ ସେବକ ଯୁଦ୍ଧରେ ନିଜର ଜୀବନ ବଳିଦାନ ଦେବାକୁ ପ୍ରସ୍ତୁତ ଅଛନ୍ତି। ରାଷ୍ଟ୍ରପତି ପେଜେସ୍କିଆନ X ରେ ଏହି ମନ୍ତବ୍ୟ ଦେଇଛନ୍ତି, ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମୟସୀମା ପାଖେଇ ଆସୁଛି । ସେ ଚେତାବନୀ ଦେଇଛନ୍ତି ଯେ ଯଦି ଇରାନ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲି ନଦିଏ ତେବେ ଏହାର ଶକ୍ତି କେନ୍ଦ୍ର ଏବଂ ସେତୁ ଉପରେ ବୋମା ମାଡ଼ କରାଯିବ।

ଏହି ସଂଖ୍ୟା ପୂର୍ବରୁ ରାଜ୍ୟ ଗଣମାଧ୍ୟମ ଦ୍ୱାରା ରିପୋର୍ଟ କରାଯାଇଥିବା ସ୍ବଂୟସେବକଙ୍କ ସଂଖ୍ୟାର ପ୍ରାୟ ଦୁଇଗୁଣ। ଯୁଦ୍ଧ ସମୟରେ ବାର୍ତ୍ତା ଏବଂ ଗଣମାଧ୍ୟମ ମାଧ୍ୟମରେ ସରକାର ଲୋକଙ୍କୁ ଏପରି ସ୍ୱୟଂ ସେବକ ଅଭିଯାନରେ ଯୋଗ ଦେବାକୁ ଅନୁରୋଧ କରିଆସୁଛନ୍ତି।

୧.୪ କୋଟି ଲୋକ ଆଗକୁ ଆସିବାର ଉଦ୍ଦେଶ୍ୟ କ'ଣ ?

ପ୍ରାୟ ୯ କୋଟି ଜନସଂଖ୍ୟା ବିଶିଷ୍ଟ ଇରାନର ଅନେକ ଲୋକ ମଧ୍ୟ ସରକାରଙ୍କ ଉପରେ କ୍ରୋଧିତ, ବିଶେଷକରି ଦେଶବ୍ୟାପୀ ପ୍ରତିବାଦ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ। ଏହା ବିଶ୍ୱାସ କରାଯାଏ ଯେ ୧.୪କୋଟି ଏହି ସଂଖ୍ୟା ଏକ ସମ୍ଭାବ୍ୟ ଆମେରିକା ଆକ୍ରମଣକୁ ରୋକିବା ପାଇଁ ଉପସ୍ଥାପନ କରାଯାଇଥିଲା।

ପେଜେଶକିୟାନ୍ କହିଛନ୍ତି,"୧.୪ କୋଟିରୁ ଅଧିକ ଇରାନୀ ଏହି ଅଭିଯାନ ପାଇଁ ନିଜର ଜୀବନ ବଳିଦାନ ଦେବାକୁ ପ୍ରସ୍ତୁତ ଅଛନ୍ତି। ମୁଁ ମଧ୍ୟ ପୂର୍ବରୁ ଇରାନ ପାଇଁ ମୋର ଜୀବନ ବଳିଦାନ ଦେବାକୁ ପ୍ରସ୍ତୁତ ଥିଲି, ଏବେ ପ୍ରସ୍ତୁତ ଅଛି ଏବଂ ଆଗକୁ ମଧ୍ୟ ପ୍ରସ୍ତୁତ ରହିବି।"

ବିମାନ ଆକ୍ରମଣରେ ଅତି କମରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି…

ମଙ୍ଗଳବାର ଦିନ ସରକାରୀ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଇରାନର ରାଜଧାନୀ ତେହେରାନର ଉତ୍ତର-ପଶ୍ଚିମରେ ଥିବା ଆଲବୋର୍ଜ ପ୍ରଦେଶରେ ଏକ ବିମାନ ଆକ୍ରମଣରେ ଅତି କମରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଏହି ଆକ୍ରମଣରେ ଅନ୍ୟ ୨୪ ଜଣ ଆହତ ମଧ୍ୟ ହୋଇଛନ୍ତି। ତଥାପି, ଏହି ଆକ୍ରମଣରେ କାହାକୁ ଟାର୍ଗେଟ କରାଯାଇଥିଲା ତାହା ତୁରନ୍ତ ସ୍ପଷ୍ଟ ହୋଇନାହିଁ। ଇରାନର ରାଜଧାନୀ ତେହେରାନ୍ କିଛି ସମୟ ଧରି ପ୍ରବଳ ବିମାନ ଆକ୍ରମଣର ସମ୍ମୁଖୀନ ହେଉଛି, ଯାହା ପାର୍ବତ୍ୟ ଅଞ୍ଚଳରେ ଅବସ୍ଥିତ ସମ୍ଭାବ୍ୟ ଅସ୍ତ୍ରଶସ୍ତ୍ର ଡିପୋ ଏବଂ ଆବାସିକ ଅଞ୍ଚଳ ଗୁଡ଼ିକୁ ଟାର୍ଗେଟ କରି ଚାଲିଛି । 

ଏହା ସହ ପଢନ୍ତୁ : ମୃତ୍ୟୁଦଣ୍ଡ କ’ଣ ? ଅପରାଧୀଙ୍କୁ କେଉଁ ପ୍ରକ୍ରିୟାରେ ମିଳେ ମୃତ୍ୟୁଦଣ୍ଡ ? ଜାଣନ୍ତି ସ୍ୱାଧୀନତା ପରଠାରୁ ଭାରତରେ କେତେ ଲୋକଙ୍କୁ ମିଳିଛି ଫାଶୀ ?