ନୂଆଦିଲ୍ଲୀ : ଇରାନ ଉପରେ ଇସ୍ରାଏଲ ଓ ଆମେରିକାର ଆକ୍ରମଣ ଓ ଇରାନର ପ୍ରତିଶୋଧର କାର୍ଯ୍ୟାନୁଷ୍ଠାନ କାରଣରୁ ପୂରା ମଧ୍ୟ ପ୍ରାଚ୍ୟରେ ଜାରି ଉତ୍ତେଜନା ଏବେ ବିପଜ୍ଜନକ ମୋଡ ନେଇଛି। ଇରାନ ଦାବି କରିଛି ଯେ, ସେ ହୋର୍ମୁଜ ଜଳ ପ୍ରଣାଳୀରେ ଦୁଇ ଦିନ ଭିତରେ ୬ଟି ଜହାଜକୁ ଟାର୍ଗେଟ୍ କରିଛି। ଏଥିରେ ହୋର୍ମୁଜ ଜଳ ପ୍ରଣାଳୀରେ ଯୁଦ୍ଧ ସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣାକ୍ରମ କେବଳ କ୍ଷେତ୍ରୀୟ ସୁରକ୍ଷା ନୁହେଁ ବରଂ ବିଶ୍ୱ ଶକ୍ତି ସପ୍ଲାଇ ଉପରେ ମଧ୍ୟ ଗୁରୁତର ପ୍ରଶ୍ନ ଠିଆ କରାଇଛି।
ଇରାନର ସରକାରୀ ମିଡ଼ିଆ ସୋମବାର ଦାବି କରିଥିଲା ଯେ, ହୋର୍ମୁଜ ଷ୍ଟ୍ରେଟ୍ରେ ୬ଷ୍ଠ ଜାହାଜକୁ ଟାର୍ଗେଟ୍ କରାଯାଇଛି। ଇରାନ ନିଜ ଉପରେ ଆକ୍ରମଣ ପରେ ରବିବାର ହୋର୍ମୁଜ ଷ୍ଟ୍ରେଟ୍କୁ ବନ୍ଦ କରିବାର ଘୋଷଣା କରିଥିଲା। ଏହି ବନ୍ଦ ଶନିବାର ୟୁଏସ୍ ଓ ଇସ୍ରାଏଲର ବିମାନ ଆକ୍ରମଣର ପ୍ରତିଶୋଧ , ଯେଉଁଥିରେ ଇରାନର ସୁପ୍ରିମ ଲିଡର ଅୟାତୁଲ୍ଲାହ ଅଲୀ ଖାମେନି ଓ ଅନେକ ବରିଷ୍ଠ ମିଲିଟାରୀ ଅଫିସରଙ୍କ ଜୀବନ ଯାଇଥିଲା। ଏହାର ଜବାବରେ ଇରାନ ହୋର୍ମୁଜ ଜଳପ୍ରଣାଳୀକୁ ବନ୍ଦ ଘୋଷିତ କରି ସ୍ପଷ୍ଟ କରିଛି ଯେ, ଏବେ କୌଣସି ବି ଜାହାଜ ଏହି ମାର୍ଗଦେଇ ଯାଇ ପାରିବ ନାହିଁ। ଏହି ମାର୍ଗ ସାରା ବିଶ୍ୱରେ ତୈଳ ଓ ଗ୍ୟାସ ସପ୍ଲାଇର ୫ମ ଟ୍ରାଞ୍ଜିଟ୍ ପଏଣ୍ଟ।
ହୋର୍ମୁଜ ଜଳପଥ ବିଶ୍ୱର ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ମଧ୍ୟରୁ ଗୋଟିଏ, ଯାହା ମାଧ୍ୟମରେ ପ୍ରାୟ ୨୦ ପ୍ରତିଶତ ବିଶ୍ୱ ତୈଳ ଓ ଗ୍ୟାସର ସପ୍ଲାଇ ହୋଇଥାଏ। ଏଥିରେ ଏଠାରେ ଜାହାଜ ଉପରେ ହମଲା ଓ ମାର୍ଗ ବନ୍ଦ ହେବା ଅନ୍ତର୍ଜାତୀୟ ବାଣିଜ୍ୟ ପାଇଁ ବଡ଼ ଝଟକା।
ରିପୋର୍ଟ ଅନୁସାରେ , ଓମାନ ନିକଟରେ ଏକ ତୈଳ ଟ୍ୟାଙ୍କର ଉପରେ ମିସାଇଲ ଆକ୍ରମଣ ହୋଇଛି। ସୋମବାର ମସ୍କଟର ନିକଟରେ ଆଉ ଏକ ଜାହାଜକୁ ଟାର୍ଗେଟ କରାଯାଇଛି। ୟୁଏଇର ମିନା ସକ୍ର ନିକଟରେ ମଧ୍ୟ ଏକ ଜାହାଜ ଉପରେ ଆକ୍ରମଣ ହୋଇଛି। ଏହିସବୁ ଘଟଣା ପରେ ଅନେକ ଅନ୍ତର୍ଜାତୀୟ ଶିପିଂ କମ୍ପାନୀ ମାନେ ଏହି ମାର୍ଗ ଦେଇ ନିଜର ଜାହାଜ ଗୁଡ଼ିକର ଯାତାୟାତ ରୋକି ଦେଇଛନ୍ତି।
ଏହା ସହ ମଧ୍ୟ ପଢନ୍ତୁ : ସାଉଦୀର ସବୁଠୁ ବଡ଼ ତୈଳ କମ୍ପାନୀ ବନ୍ଦ କଲା ଉତ୍ପାଦନ , ଇରାନୀ ଆକ୍ରମଣରେ ଆତଙ୍କିତ ମାହୋଲ
ଇରାନର ଜବାବୀ କାର୍ଯ୍ୟାନୁଷ୍ଠାନରେ ଅନେକ ଉପସାଗରୀୟ ଦେଶରେ ଆକ୍ରମଣ ହୋଇଛି , ଯେଉଁଥିରେ ବାହାରୀନ , କତାର , କୁଏତ , ସଂଯୁକ୍ତ ଆରବ ଏମିରେଟ୍ , ଇରାକ ଓ ଜୋର୍ଡନ ଅନ୍ତର୍ଭୁକ୍ତ। ଏଥିରେ ପୂରା ଅଞ୍ଚଳରେ ଅସ୍ଥିରତା ଓ ଭୟର ମାହୋଲ ସୃଷ୍ଟି ହୋଇଛି।