ନୂଆଦିଲ୍ଲୀ – ବିଶ୍ୱର ସବୁଠୁ ବଡ଼ ତୈଳ କମ୍ପାନୀ ଭାବେ ଜଣାଶୁଣା ସାଉଦୀ ଆରବର ସରକାରୀ ତୈଳ କମ୍ପାନୀ ସାଉଦୀ ଅରାମକୋକୁ ଇରାନ କରିଛି ଟାର୍ଗେଟ୍‌। ସୂଚନା ମୁତାବିକ , ଇରାନୀ ଡ୍ରୋନ୍ ଆକ୍ରମଣ ପରେ ନିଜର ରାସ ତନୁରା ରିଫାଇନରୀକୁ ସୁରକ୍ଷା ନେଇ ବନ୍ଦ କରି ଦେଇଛି ସାଉଦୀ। ଉଦ୍ୟୋଗ ସହ ଜଡ଼ିତ ସୂତ୍ରାନୁସାରେ , ସୋମବାର ଏହି ସୂଚନା ଦିଆ ଯାଇଛି। ଏହି ଆକ୍ରମଣ ଏମିତି ସମୟରେ ହୋଇଛି, ଯେବେ ଆମେରିକା ଓ ଇସ୍ରାଏଲ ଦ୍ୱାରା ଇରାନ ଉପରେ କରାଯାଇ ଥିବା ଆକ୍ରମଣର ଜବାବରେ ତେହରାନ ପୂରା ଅଞ୍ଚଳରେ ଲଗାତାର ଜବାବୀ କାର୍ଯ୍ୟାନୁଷ୍ଠାନ କରୁଛି। ଏହି ସବୁ ହମଲାରେ ଉପସାଗରୀୟ ଦେଶରେ ଅନେକ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଛି।

ସାଉଦୀ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଅଲ୍ ଅରବିୟା ଟିଭିକୁ କହିଛନ୍ତି ଯେ, ଏହି ଅଞ୍ଚଳରେ ଦୁଇଟି ଡ୍ରୋନକୁ ଇଣ୍ଟରସେପ୍ଟ କରାଯାଇଛି। ଡ୍ରୋନର ଭଗ୍ନାବଶେଷରୁ ସୀମିତ ସ୍ତରର ନିଆଁ ମଧ୍ୟ ଲାଗି ଥିଲା , ଯାହାକୁ ତୁରନ୍ତ କାବୁ କରି ନିଆ ଯାଇଛି। ଏହି ଘଟଣାରେ କୌଣସି ଆହତ ହେବାର ସୂଚନା ଆସି ନାହିଁ।

କହି ରଖୁଛୁ କି , ରାସ୍ ତନୁରା କମ୍ପ୍ଲେକ୍ସ ସାଉଦୀ ଆରବର ଉପସାଗରୀୟ କୂଳରେ ରହିଛି ଏବଂ ଏହା ମିଡ଼ିଲ ଇଷ୍ଟର ସବୁଠୁ ବଡ଼ ରିଫାଇନାରି ଗୁଡ଼ିକ ମଧ୍ୟରୁ ଗୋଟିଏ, ଯାହାର କ୍ଷମତା ପାଖାପାଖି ୫.୫ ଲକ୍ଷ ବ୍ୟାରେଲ୍ ପ୍ରତିଦିନ। ଏହା ସାଉଦୀ ଅଶୋଧିତ ତୈଳର ରପ୍ତାନୀର ଏକ ପ୍ରମୁଖ ଟର୍ମିନାଲ ମଧ୍ୟ। ସୂତ୍ରାନୁସାରେ , ରିଫାଇନରୀକୁ ସାବଧାନତା ଭାବେ ବନ୍ଦ କରିଦିଆ ଯାଇଛି ଏବଂ ସ୍ଥିତି ନିୟନ୍ତ୍ରଣରେ ରହିଛି।

ରିଫାଇନରୀ ବନ୍ଦ ହେବା ଦ୍ୱାରା ବିଶ୍ୱ ସ୍ତରୀୟ ତୈଲ ପରିବହନକୁ ନେଇ ଚିନ୍ତା ବଢି ଯାଇଛି। ଏହା ପୂର୍ବରୁ ହୋର୍ମୁଜ ଜଳ ପ୍ରଣାଳୀଦେଇ ଯାଉ ଥିବା ସାମୁଦ୍ରୀକ ବ୍ୟାଣିଜ ମଧ୍ୟ ପ୍ରାୟ ଠପ୍ ହୋଇ ଯାଇଛି।