ନୂଆଦିଲ୍ଲୀ : ଆମେରିକାକୁ ଉଚିତ୍ ଶିକ୍ଷା ଦେବ ଇରାନ। ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଏକ ବିପଜ୍ଜନକ ପଦକ୍ଷେପ ନେବାକୁ ଯାଉଛି। ଇରାନ ଆମେରିକାକୁ ଚେତାବନୀ ଦେଇ କହିଛି ଯେ, ଯଦି ତାର ତଟୀୟ କ୍ଷେତ୍ର କିମ୍ୱା ଦ୍ୱୀପ ଉପରେ ହମଲା କରାଯାଏ ,ତ ସେ ପୂରା ପାରସ୍ୟର ଉପସାଗରରେ ବାରୁଦ ସୁଡ଼ଙ୍ଗ ବିଛାଇ ସବୁ ସାମୁଦ୍ରିକ ମାର୍ଗକୁ ବନ୍ଦ କରି ଦେବ। ରିପୋର୍ଟ ମୁତାବିତ, ଇରାନର ପ୍ରତିରକ୍ଷା ପରିଷଦ କହିଛି ଯୁଦ୍ଧରେ ସଂପୃକ୍ତ ନଥିବା ଦେଶ ଗୁଡ଼ିକ ପାଇଁ ହୋର୍ମୁଜ ପ୍ରଣାଳୀ ଦେଇ ଯିବାର ଏକମାତ୍ର ଉପାୟ ଇରାନ ସହ ସମନ୍ୱୟ ରଖିବାକୁ ହେବ। ପରିଷଦ କହିଛି ଇରାନର ଉପକୂଳ ଓ ଦ୍ୱୀପ ଗୁଡ଼ିକରେ ଯଦି କୌଣସି ବି ଶତ୍ରୁ ଦେଶ ଆକ୍ରମଣ କରେ ତ ପାରସ୍ୟର ଉପସାଗର ଓ ଉପକୂଳ ଅଞ୍ଚଳର ସବୁ ରାସ୍ତା ଓ ସଞ୍ଚାର ଲାଇନକୁ ବିଭିନ୍ନ ପ୍ରକାରର ନୌସୈନିକ ବାରୁଦୀ ସୁଡ଼ଙ୍ଗ ଦ୍ୱାରା ଭରି ଦିଆଯିବ।

ଆହୁରି ମଧ୍ୟ ପଢନ୍ତୁ : ପିଏମ୍ ମୋଦି କଲେ ଆଲର୍ଟ : ସ୍ଥିତିର ଫାଇଦା ଉଠାଉ ଥିବା ଲୋକେ ଗୁଜବ ପ୍ରଚାର କରିବେ

ବିବୃତ୍ତିରେ କୁହାଯାଇଛି ଯେ, ଏମିତି ସ୍ଥିତିରେ ପୂରା ପାରସ୍ୟର ଉପକୂଳ ପ୍ରଭାବୀ ରୂପେ ବନ୍ଦ ହୋଇଯିବ। ଏଥିପାଇଁ ଦାୟୀ ସେହି ପକ୍ଷ ହେବ ଯିଏ ଆକ୍ରମଣ କରିବ। ଏମିତି ଚେତାବନୀ ଏପରି ସମୟରେ ଆସିଛି , ଯେତେବେଳେ ଇରାନର ସେନା ପୂର୍ବରୁ ହୋର୍ମୁଜ ପ୍ରଣାଳୀକୁ ବନ୍ଦ କରିବା ଓ କ୍ଷେତ୍ରୀୟ ଭିତ୍ତିଭୂମିକୁ ଟାର୍ଗେଟ୍ କରିବା କଥା କହି ସାରିଛି।

ଅନ୍ୟପଟେ ଆମେରିକାର ରାଷ୍ଟ୍ରରଚି ଟ୍ରମ୍ପ ଚେତାବନୀ ଦେଇ ସାରିଛନ୍ତି ଯେ, ଯଦି ହୋର୍ମୁଜକୁ ଖୋଲା ନଯାଏ ତ ସେ ଇରାନର ପାୱାର ପ୍ଲାଣ୍ଟ ଉପରେ ଆକ୍ରମଣ କରିବେ।

ଏହା ପୂର୍ବରୁ ବ୍ରିଟେନର ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରହିବାର ବିଳମ୍ୱିତ ରାତିରେ ଫୋନ୍ରେ ହୋଇଥିବା କଥାବାର୍ତ୍ତା ବେଳେ ହୋର୍ମୁଜ ପ୍ରଣାଳୀ ସଙ୍କଟ ଉୁପରେ ଆଲୋଚନା କରିଥିଲେ । ବ୍ରିଟିଶ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଡାଉନିଂ ଷ୍ଟ୍ରିଟ୍ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ, ସେ ଏହି କଥାରେ ସହମତି ହୋଇଛନ୍ତି। ବିଶ୍ୱ ଶକ୍ତି ବଜାରରେ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ହୋର୍ମୁଜ ପ୍ରଣାଳୀକୁ ପୁଣି ଥରେ ଖୋଲିବା ଜରୁରି। ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି ଯେ, ସେ ଖୁବ୍ ଶୀଘ୍ର ଆଉଥରେ ଆଲୋଚନା କରିବେ।