ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆ ସଙ୍କଟକୁ ନେଇ ଆଜି (ସୋମବାର) ଲୋକସଭାରେ ନିଜର ବକ୍ତବ୍ୟ ଦେଇ ଲୋକଙ୍କୁ ସତର୍କ କରାଇଛନ୍ତି ଏବଂ ଦେଶବାସୀଙ୍କୁ ଅପିଲ କରିଛନ୍ତି ଯେ, ଯେମିତି କରୋନା ସମୟରେ ଦେଶ ମିଳିତ ଭାବେ ଏହାର ସାମ୍ନା କରିଥିଲା, ଏହିପରି ବର୍ତ୍ତମାନର ସଙ୍କଟରେ ମଧ୍ୟ ଆମେ ଏକାଠି ହୋଇ ମିଳିତ ରହିବାକୁ ହେବ। ପିଏମ୍ କହିଛନ୍ତି ଯେ, ଏହି ଯୁଦ୍ଧ ଅଧିକ ଦିନ ଚାଲିବା ଦ୍ୱାରା ସ୍ଥିତି ଖରାପ ହେବାର ସମ୍ଭାବନା ରହିଛି। ଏଥିପାଇଁ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ହେବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେମିତି ଆମେ କରୋନା ସମସ୍ୟରେ ପ୍ରସ୍ତୁତ ଥିଲେ ଏବଂ ଏହାର ଫାଇଦା ମିଳିଥିଲା। ଏହିପରି ଆମେ ପୁଣି ଶାନ୍ତ ଓ ସଂଯମତାର ସହ ପ୍ରତି ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିବ। ଏହା ଆମର ପରିଚୟ ଏବଂ ଏହା ଆମର ଶକ୍ତି ମଧ୍ୟ।
ପ୍ରଧାନମନ୍ତ୍ରୀ ସଙ୍କଟ ସମୟରେ ଫାଇଦା ଉଠାଇବା ଥିବା ବ୍ୟକ୍ତିଙ୍କୁ ମଧ୍ୟ ସାବଧାନ କରିଛନ୍ତି ଏବଂ କହିଛନ୍ତି – ଗୁଜବକାରୀଙ୍କୁ ସଫଳ ହେବାକୁ ଦିଅ ନାହିଁ। ସେ କହିଛନ୍ତି କଳାବଜାରୀଙ୍କ ବିରୋଧରେ ସରକାର କଡ଼ ପଦକ୍ଷେପ ନେବେ ଏବଂ ସେମାନଙ୍କୁ କଡ଼ା ସଜା ଦିଆ ଯିବ। ପିଏମ୍ କହିଛନ୍ତି – ଆମକୁ ବହୁତ ସାବଧାନ ଓ ସତର୍କ ରହିବାକୁ ହେବ। ସ୍ଥିତିର ଫାଇଦା ଉଠାଇବା ଲୋକେ ମିଛ ପ୍ରଚାରପ୍ରସାର କରିବାକୁ ଚେଷ୍ଟା କରିବେ। ଏମିତି ଲୋକଙ୍କ ଚେଷ୍ଟାକୁ ସଫଳ ହେବାକୁ ଦେବା ନାହିଁ।
ଲୋକସଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପଶ୍ଚିମ ଏସିଆରେ ଯୁଦ୍ଧ ଭାରତ ସମ୍ମୁଖରେ ଅନେକ ଅପ୍ରତ୍ୟାଶିତ ଚ୍ୟାଲେଞ୍ଜ ଠିଆ କରି ଦେଇଛି। କିନ୍ତୁ ସରକାର ସ୍ଥିତିରୁ ବର୍ତ୍ତିବା ପାଇଁ ସଜାଗ ଓ ତତ୍ପର ଅଛନ୍ତି।ସେ ଗୃହରେ ଦେଇଥିବା ଏତ ବକ୍ତବ୍ୟରେ ଏହା ମଧ୍ୟ କହିଛନ୍ତି ଯେ, ସରକାର ଏହା ସୁନିଶ୍ଚିତ କରୁଛନ୍ତି ଯେ, ଦେଶରେ ପେଟ୍ରୋଲ , ଡିଜେଲ ଓ ଏଲପିଜିର ଅଭାବ ନହେଉ କି ଲୋକେ ଦେଶରେ ସମସ୍ୟାରେ ନରୁହନ୍ତୁ। ପ୍ରଧାନମନ୍ତ୍ରୀ ମୋଦି ଗୃହକୁ କହିଛନ୍ତି, ଦେଶ ନିକଟରେ ୫୩ ଲକ୍ଷ ମେଟ୍ରିକ୍ଟନ୍ର ରଣନୀତିକ ପେଟ୍ରୋଲିୟମ ଭଣ୍ଡାର ଅଛି।
ସେ କହିଛନ୍ତି, ଯଥା ସମ୍ଭବ ମାଧ୍ୟମରେ ପେଟ୍ରୋଲ ଓ ଗ୍ୟାସର ଉପଲବ୍ଧତା ସୁନିଶ୍ଚିତ କରିବାକୁ ଚେଷ୍ଟା କରାଯାଉଛି। ସେ କହିଛନ୍ତିଯେ, ସରକାର ଗତ ଏକ ଜଶକରେ ଶକ୍ତି ସୁରକ୍ଷାକୁ ନେଇ ଯାହାବି ପଦକ୍ଷେପ ଉଠାଇଛନ୍ତି , ତାହା ବର୍ତ୍ତମାନ ସ୍ଥିତିକୁ ଦେଖି ଆହୁରି ପ୍ରାସଙ୍ଗିକ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ପଶ୍ଚିମ ଏସିଆ ସଙ୍କଟ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ହୋଇ ଯାଇଛି ତଥା ସବୁ ଦେଶ ଗୁଡ଼ିକର ଅର୍ଥବ୍ୟବସ୍ଥା ଓ ଜନଜୀବନ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ୁଛି। ସେ କହିଛନ୍ତି , ଏହି ଯୁଦ୍ଧ ଭାରତର ସମ୍ମୁଖରେ ଅପ୍ରତ୍ୟାଶିତ ଚ୍ୟାଲେଞ୍ଜ ଠିଆ କରିଦେଇଛି।