ନୂଆଦିଲ୍ଲୀ : ଭାରତ ଗସ୍ତରେ ଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ଦେଲେ ଖୁସି ଖବର। ନୂଆଦିଲ୍ଲୀରେ ଆସି ପହଞ୍ଚିବା ପରେ ମାର୍କୋ ରୁବିଓ ଇରାନ-ଆମେରିକା ଯୁଦ୍ଧ ନେଇ କଲେ ଟିପ୍ପଣୀ। ସେ କହିଛନ୍ତି ଏହା ସମ୍ଭାବନା କରାଯାଉଛି ଯେ, ଇରାନ ଶନିବାର ସୁଦ୍ଧା ମଧ୍ୟ ପ୍ରାଚ୍ୟ ଯୁଦ୍ଧକୁ ବନ୍ଦ କରିବା ଚୁକ୍ତି ସ୍ୱୀକାର କରିବ। ରୁବିଓ ନୂଆଦିଲ୍ଲୀରେ ସାମ୍ୱାଦିକଙ୍କୁ କହିଛନ୍ତି , ଏହା ସମ୍ଭାବନା ଯେ, ଆଜି ପରେ ହେଉ, କାଲି ହେଉ, କିମ୍ବା କିଛି ଦିନ ପରେ, ଆମ ପାଖରେ କିଛି କହିବାକୁ ଥାଇପାରେ। ଏହା ସହ , ସେ ‘ଭଲ ଖବର’ର ଆଶା ମଧ୍ୟ ପ୍ରକଟ କରିଛନ୍ତି।

୨୮ ଫେବ୍ରୁଆରୀରେ ଆମେରିକା ଓ ଇସ୍ରାଏଲର ମିଳିତ ଅଭିଯାନ ଦ୍ୱାରା ଇରାନ ଉପରେ ବିମାନ ଆକ୍ରମଣ କରିଥିଲେ , ଯେଉଁଥିରେ ଇରାନର ସର୍ବୋଚ୍ଚ ନେତା ଅଲୀ ଖାମେନିଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଇରାନ ପ୍ରତିଶୋଧ ପୂର୍ବକ ଗଲ୍ଫ ଦେଶ ଗୁଡ଼ିକ ଉପରେ ପାଲଟା ଆକ୍ରମଣ ଆରମ୍ଭ କରିଦେଇ ଥିଲା ଏବଂ ୟୁଏଇ , କତାର , କୁଏତ, ବାହାରିନ ସମେତ ଅନେକ ଏମିତି ଦେଶକୁ ଟାର୍ଗେଟ୍ କରିଥିଲା , ଯେଉଁଠାରେ ଆମେରିକାର ଘାଟୀ ଉପଲବ୍ଧ ଥିଲା।

ପ୍ରାରମ୍ଭିକ ଭାବେ ମନେହେଉ ଥିଲା ଯେ, ଆମେରିକା ଖୁବ୍ ଶୀଘ୍ର ଇରାନରେ କ୍ଷମତା ପରିବର୍ତ୍ତନ କରିଦେବ , କିନ୍ତୁ ଏମିତି ହୋଇ ପାରିଲା ନାହିଁ। ଅଲୀ ଖାମେନିଙ୍କ ପରେ ତାଙ୍କ ପୁଅଙ୍କୁ ସୁପ୍ରିମ ଲିଡର କରାଗଲା।ଇରାନ ହୋର୍ମୁଜ ପ୍ରଣାଳୀ ବନ୍ଦ କରିବାକୁ ଘୋଷଣା କରିଥିଲା , ଯେଉଁଥିରେ ସାରାବିଶ୍ୱରେ ଶକ୍ତି ସଙ୍କଟ ସୃଷ୍ଟି ହୋଇ ଥିଲା। ଏହି ପୂରା ଯୁଦ୍ଧରେ ପାକିସ୍ତାନ ଆମେରିକା ଓ ଇରାନ ମଧ୍ୟରେ ମଧ୍ୟସ୍ଥତା କରୁଛି। ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶଲ ଆସିମ ମୁନିର ଇରାନ ଗସ୍ତ କରିଛନ୍ତି।

ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି , ଇରାନ ସହ କଥାବାର୍ତ୍ତା ନେଇ ଆମେରିକାର କିଛି ପ୍ରଗତି ହୋଇଛି ଏବଂ ହୋଇପାରେ ଆଗାମୀ ଦିନରେ ଆମେରିକା ଏହି ପ୍ରସଙ୍ଗରେ କିଛି କହିବ।ସେ କହିଛନ୍ତି , କିଛି ପ୍ରଗତି ହୋଇଛି , କିଛି କାମ ଆଗକୁ ବଢିଛି। ଏବେ ଯେବେ ମୁଁ ପରସ୍ପର ମଧ୍ୟରେ କଥା ହେଉଛି, କିଛି କାମ ଏବେ ବି ଚାଲିଛି। ଏହି କଥାର ସମ୍ଭାବନା ଯେ, ଆଜି ପରେ ହେଉ, କାଲି ହେଉ, କିମ୍ବା କିଛି ଦିନ ପରେ, ଆମେ ଏହା ବିଷୟରେ କିଛି କହି ପାରିବା ।

ଆହୁରି ମଧ୍ୟ ପଢନ୍ତୁ :ବାଂଲାଦେଶର ପିଏମଙ୍କୁ ଧମକ ଦେଲେ ଛାତ୍ର ନେତା , କହିଲେ- ସେହି ଭୁଲକୁ ଦୋହରାଅ ନାହିଁ