ପ୍ରମୂଖ ଖବର
  • ପାକିସ୍ତାନ ବିରୋଧରେ ବିଏଲଏଫର ‘ଅପରେସନ୍ ବାମ୍’; ଏକାଥରେ ୧୭ଟି ସ୍ଥାନରେ କଲା ଆକ୍ରମଣ
  • ||
  • ପାତ୍ରପୁର ଠଣାଗାଁ ଛକ ନିକଟରେ ୨ ବୁଲେଟ ମଧ୍ୟରେ ମୁହାଁମୁହିଁଁ ଧକ୍କା , ବାପା-ପୁଅ ସମେତ ୩ମୃତ
  • ||
  • ବୌଦ୍ଧ : ଜମଘାଟୀ ଗ୍ରାମରେ ଅଘଟଣ, କୂଅରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ
  • ||
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ଉଗ୍ର ହେଉଛି ଇରାନ-ଇସ୍ରାଏଲ ଲଢ଼େଇ; ଇସ୍ରାଏଲକୁ ସମର୍ଥନ କଲେ ଟାର୍ଗେଟରେ ରହିବ...ଆମେରିକା ସମେତ ଅନ୍ୟ ଦେଶକୁ ଇରାନର ଚେତାବନୀ

Published By : Ankita S | June 14, 2025 9:07 AM

ନୂଆଦିଲ୍ଲୀ,୧୪/୦୬: ପୁଣି ଅଶାନ୍ତ ମଧ୍ୟପ୍ରାଚ୍ୟ । ପୁଣି ଥରେ ମଧ୍ୟପ୍ରାଚ୍ୟରେ ଭୀଷଣ ତଥା ଲମ୍ବା ଯୁଦ୍ଧର ଦ୍ୱାରଦେଶରେ ପହଞ୍ଚିଛି । ଉଗ୍ର ହେଉଛି ଇରାନ-ଇସ୍ରାଏଲ ମଧ୍ୟରେ ଲଢେଇ । ଶୁକ୍ରବାର 'ଅପରେସନ୍ ରାଇଜିଂ ଲାୟନ' ନାମରେ ଇରାନ ଉପରେ ଭୟଙ୍କର ହମଲା କରିଥିଲା ଇସ୍ରାଏଲ । ୨୪ ଘଣ୍ଟାରେ ଦୁଇଥର ଆଟାକ୍ କରିଥିଲା । ଯାହାର ପାଲଟା ଜବାବ ଦେଇଛି ଇରାନ୍ । ଇସ୍ରାଏଲର ବେସାମରିକ ସ୍ଥାନରେ ଘନ ଘନ ଡ୍ରୋନ୍ ଆକ୍ରମଣ କରିଛି ଇରାନ୍ । ସେପଟେ ଇସ୍ରାଏଲକୁ ସମର୍ଥନ କଲେ ଆମେ ଟାର୍ଗେଟ କରିବୁ କରି ଆମେରିକା ସମେତ ବିଭିନ୍ନ ଦେଶକୁ ଚେତାବନୀ ଦେଇଛି ଇରାନ ।

ଇରାନ୍‌ର ଜଣେ ବରିଷ୍ଠ ଅଧିକାରୀ ଆମେରିକା ସମେତ ବିଭିନ୍ନ ଦେଶକୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଯଦି କୌଣସି ଦେଶ ଇସ୍ରାଏଲ ସହ ଛିଡା ହେବ । ଇସ୍ରାଏଲକୁ ସମର୍ଥନ କରିବ ତେବେ ଆମ ଟାର୍ଗେଟରେ ରହିବ । ଆମେ ଇସ୍ରାଏଲ ଉପରେ ନରମ ପନ୍ଥା ଆପଣେଇବୁ ନାହିଁ । ଇସ୍ରାଏଲକୁ କଡ଼ା ଜବାବ ଦିଆଯିବ । ଯେଉଁ ବି ଦେଶ ଇସ୍ରାଏଲର ସମର୍ଥନ କରିବ ଆମେ ନିଶାନାରେ ରହିବ ।'' ଇରାନ ଏହି ଚେତାବନୀ ସିଧା ସଳଖ ଭାବେ ଆମେ ଆମେରିକାକୁ ଦେଇଛି ।

ଇସ୍ରାଏଲର ପାଲଟା ଆକ୍ରମଣ- ଶୁକ୍ରବାର ପ୍ରାୟ ୨୦୦ ଯୁଦ୍ଧବିମାନରୁ ଇସ୍ରାଏଲ ଶତାଧିକ ସ୍ଥାନରେ ଏୟାରଷ୍ଟ୍ରାଇକ୍‌ କରିଥିଲା । ଇରାନର ୨ ପ୍ରମୁଖ ସେନା ଆଡ୍ଡା ଏବଂ ୪ ଆଣବିକ କେନ୍ଦ୍ର ଧ୍ୱଂସ ହୋଇଥିଲା । ୭୮ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୩୨୯ ଜଣ ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରେ ଇରାନର ୬ ପ୍ରମୁଖ ପରମାଣୁ ବୈଜ୍ଞାନିକ, ସେନାମୁଖ୍ୟଙ୍କ ସମେତ ସେନାର ଶୀର୍ଷ କମାଣ୍ଡର ଥିଲେ  । ଇସ୍ରାଏଲର ଭୟଙ୍କର ଆକ୍ରମଣରେ ପୂରା ଇରାନ ଥରି ଉଠିଛି । ଇସ୍ରାଏଲ ଇରାନର ପ୍ରମୁଖ ୟୁରାନିୟମ ପ୍ରତିଷ୍ଠାନକୁ ଟାର୍ଗେଟ କରିଥିଲା । ସ୍ଥାନୀୟ ସମୟ ଭୋର ପ୍ରାୟ ସାଢ଼େ ୩ଟାରେ ଇରାନ ରାଜଧାନୀ ତେହରାନ୍‌ରେ ଭୟଙ୍କର ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା । ଇରାନ ମିଡିଆ ଅନୁସାରେ, କେତେକ ଜନବସତି ଅଞ୍ଚଳ ଉପରେ ମଧ୍ୟ ଇସ୍ରାଏଲ ଆକମଣ କରିଛି । ଇରାନ ବି ଇସ୍ରାଏଲ ଉପରେ ଜବାବୀ ହମଲା କରିଛି ।  ପ୍ରାରମ୍ଭିକ ଆକ୍ରମଣର କିଛି ଘଣ୍ଟା ପରେ ଇରାନର ନତାଞ୍ଜ ପରମାଣୁ କେନ୍ଦ୍ରରେ ଧମାକା ହୋଇଥିଲା । ଏହା ତେହରାନର ଦକ୍ଷିଣରେ ପ୍ରାୟ ୨୨୫ କିମି ଦୂରରେ ରହିଛି । ୧୦୦ରୁ ଅଧିକ ମିସାଇଲ ମାଡ କରିଛି ଇରାନ୍ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.