ନୂଆଦିଲ୍ଲୀ : ଇରାନକୁ ପୁଣି ଧମକ ଦେଲା ଆମେରିକା। କହିଲା ,ଯଦି ଶାନ୍ତି ବୁଝାମଣାକୁ ଏଡେଇ ଦିଆଗଲା , ତ ଆମେ ପୁଣି ଯୁଦ୍ଧ ଆରମ୍ଭ କରିଦେବୁ। ଆମେରିକୀୟ ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗସେଥ୍ ଇରାନକୁ ମେସେଜ ଦେଇ କହିଛନ୍ତି ,ଆମ ନଜର ତୁମ ଉପରେ।ସେ କହିଛନ୍ତି – ଆମେରିକା , ଇରାନର ବନ୍ଦରର ନାକାବନ୍ଦୀ ସେପର୍ଯ୍ୟନ୍ତ କରିବ , ଯେପର୍ଯ୍ୟନ୍ତ ଜରୁରୀ ହେବ। ସେ ଚେତାବନୀ ଦେଇଛି ଯେ, ଯଦି ତେହେରାନ କୌଣସି ଚୁକ୍ତି କରିବ ନାହିଁ, ତ ପୁଣି ଥରେ ଆକ୍ରମଣ କରାଯିବ। ହେଗସେଥ୍ ପେଣ୍ଟାଗନରେ ଏକ ପ୍ରେସ୍ କନଫରେନ୍ସରେ କହିଛନ୍ତି, ଯଦି ଇରାନ କୌଣସି ଭୁଲ ନିଷ୍ପତ୍ତି ନିଏ, ତ ତାକୁ ନାକାବନ୍ଦୀର ସମ୍ମୁଖୀନ ହେବାକୁ ପଡ଼ିବ ଏବଂ ତାର ଇନଫ୍ରାଷ୍ଟ୍ରକଚର, ବିଦ୍ୟୁତ୍ ଓ ଶକ୍ତି କେନ୍ଦ୍ର ଉପରେ ବୋମା ମାଡ଼ କରାଯିବ।

ଆମେରିକାର ବରିଷ୍ଠ ସାମରିକ ଅଧିକାରୀ ଜେନେରାଲ ଡାନ୍ କେନ୍ କହିଛନ୍ତି – ଏହି ନାକାବନ୍ଦୀ ଇରାନର ବନ୍ଦର ଗୁଡ଼ିକରେ ଆସୁଥିବା କିମ୍ୱା ସେଠାରୁ ଯାଉ ଥିବା ସବୁ ଜାହାଜ ଗୁଡ଼ିକ ଉପରେ ଲାଗୁ ହେବ, ସେଗୁଡ଼ିକର ରାଷ୍ଟ୍ରୀୟତା କିଏ ବି ହେଉ। କେନ୍ ହେଗସେଥଙ୍କ ସହ ଠିଆ ହୋଇ କହିଛନ୍ତି –ଯଦି ତୁମେ ଏହି ନାକାବନ୍ଦୀର ପାଳନ ନକରନ୍ତି , ତ ଆମେ ବଳର ପ୍ରୟୋଗ କରିବୁ। କେନ୍ ଆହୁରି କହିଛନ୍ତି-ଏବେସୁଦ୍ଧା ୧୩ଟି ଜାହାଜ ବୁଦ୍ଧିମାନ ପୂର୍ବକ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ମଧ୍ୟରେ, ହେଗସେଥ୍ କହିଛନ୍ତି , ଇରାନୀ ସେନା ସେହି ଉପକରଣ ଗୁଡ଼ିକୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି,ଯାହାକୁ ଇସଲାମିକ ଗଣରାଜ୍ୟ ଉପରେ ଆମେରିକା –ଇସ୍ରାଏଲର ପାଞ୍ଚ ସପ୍ତାହରୁ ଅଧିକ ଦିନ ଯାଏ ଚାଲିଥିବା ଆକ୍ରମଣ ବେଳେ ମାଟିରେ ପୋତି ଦିଆ ଯାଇଥିଲା। ଇରାନୀ ନେତାଙ୍କୁ ସିଧାସଳଖ କହିଛନ୍ତି, ଆମକୁ ଜଣା ତୁମେ କେଉଁ ସାମରିକ ଜିନିଷ କେଉଁଠାରୁ ନେଇ ଯାଉଛି।

ଆହୁରି ମଧ୍ୟ ପଢନ୍ତୁ : ଆପଦାରେ ଅବସର , ପୂର୍ବତନ ଇରାନୀ ଜେନରାଲଙ୍କ ଯୁଦ୍ଧ ବିଜନେସ୍ ପ୍ଲାନ୍