ତେହେରାନ : ମଧ୍ୟ ପ୍ରାଚ୍ୟରେ ଚାଲୁଥିବା ଯୁଦ୍ଧ ମଧ୍ୟରେ ଗୋଟେପଟେ ଶାନ୍ତି ବାର୍ତ୍ତାର ଫୁଲ୍ ଅନ୍ ଡ୍ରାମା ଚାଲୁଛି ଏବଂ ଅନ୍ୟପଟେ ଦୁଇ ଦେଶ ପରଦା ପଛରେ ଦୁହେଁ ଦୁହିଁଙ୍କର ପିଠିରେ ଛୁରାମାଡ଼ କରିବାର ପ୍ରସ୍ତୁତି କରୁଛନ୍ତି। ସମ୍ପ୍ରତି ମୋଜତବାଙ୍କ ନିକଟତର ତଥା ଆଇଆରଜିସିର ପୂର୍ବତନ ଚିଫ୍ ମୋହସିନ ରେଜାଇ ଆମେରିକୀୟଙ୍କୁ ନିଲାମ କରି ଅନେକ ବିଲିୟନ ଡଲାର ଆୟ କରିବାର ବିଜନେସ ପ୍ଲାନ୍ ପ୍ରସ୍ତୁତ କରିସାରିଛନ୍ତି। ସେ ଟ୍ରମ୍ପଙ୍କୁ ଚ୍ୟାଲେଞ୍ଜ ଦେଇ କହିଛନ୍ତି ଯେ, ଯଦି ସାହସ ଅଛି ଆମେରିକୀୟ ସୈନିକ ଇରାନ ଉପରେ ସ୍ଥଳ ଆକ୍ରମଣ କରି ଦେଖାନ୍ତୁ । ଏହି ଆକ୍ରମଣକୁ ସେ ବିଜନେସ୍ ପ୍ଲାନ୍ରେ ପରିଣତ କରିବାକୁ ପ୍ରସ୍ତୁତି କରୁଛନ୍ତି।
ମୋଜତବାଙ୍କ ନିକଟତଙ୍କ କଣ ସେହି ବିଜନେସ ପ୍ଲାନ ?
ଇରାନର ସୁପ୍ରିମ ଲିଡର ମୋଜତବା ଖାମେନିଙ୍କ ସିନିୟର ସାମରିକ ପରାମର୍ଶଦାତା ତଥା ରିଭୋଲ୍ୟୁସନାରୀ ଗାର୍ଡ୍ସ(ଆଇଆରଜିସି)ର ପୂର୍ବତନ ମୁଖ୍ୟ ମୋହସିନ ରେଜାଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧମକ ଦେଇ କହିଛନ୍ତି ଯେ, ୟଦି ଆମେରିକୀୟ ସୈନିକ ଇରାନୀ ମାଟିରେ ପାଦ ରଖନ୍ତି ତ ସେ ହଜାର ହଜାର ଆମେରିକୀୟଙ୍କୁ ବନ୍ଧକ କରିନେବେ ଏବଂ ପୁଣି ଗୋଟେ ଗୋଟେ ବନ୍ଧକଙ୍କ ବଦଳରେ ୧ ବିଲିୟନ ଡଲାର ଆଦାୟ କରିବେ।
ସରକାରୀ ଟିଭିରେ ନିଜର ମିଲିଟାରୀ ୟୁନିଫର୍ମରେ ଆସିଥିବା ମୋହସିନ ରେଜାଇ ଦାବି କରିଥିଲେ ଯେ, ଆମେରିକୀୟ ୱାରସିପ୍ ‘ଅବ୍ରାହମ ଲିଙ୍କନ’ ଓ ଅନ୍ୟ ଜାହାଜ ଏବେ ଇରାନର ମିସାଇଲ ଲଞ୍ଚରର ସିଧା ରେଞ୍ଜରେ ରହିଛି। ସେ କହିଛନ୍ତି , ଟ୍ରମ୍ପ ପୁଲିସ ହର୍ମୁଜ କରିବାକୁ ଚାହୁଁଛନ୍ତି, କିନ୍ତୁ ଏହା ଆମେରିକା ଭଳି ସେନାର କାମ କି? ଆମ ଭାଇମାନେ ଲଞ୍ଚର ଗୁଡ଼ିକୁ ଦିଗ ବଦଳାଇ ଦେଇଛନ୍ତି। ଏବେ ଗୋଟିଏ ବି ଆମେରିକୀୟ ଜାହାଜ ରକ୍ଷା ପାଇ ପାରିବ ନାହିଁ।
ରେଜାଇ ଏକ ଆଶ୍ଚର୍ଯ୍ୟକର ବିବୃତ୍ତି ଦେଇ କହିଛନ୍ତି ଯେ, ଆମେରିକାର ଇରାନରେ ପଶିବା ଇରାନ ପାଇଁ ଆକର୍ଷଣୀୟ ହେବ। ରେଜାଇଙ୍କ ବିଶ୍ୱାସ ଯେ, ଇରାନୀ ସେନା ଆମେରିକୀୟ ସୈନିକଙ୍କୁ ବନ୍ଧକ କରିବାରେ ସୁଦ୍ଧହସ୍ତ। ସେ କହିଛନ୍ତି – ଆମେ ହଜାର ହଜାର ଆମେରିକୀୟ ସୈନିକଙ୍କୁ ବନ୍ଦୀ କରିନେବୁ ଏବଂ ଏହାପରେ ପ୍ରତ୍ୟେକ ବଦଳରେ ଆମେରିକା ଠାରୁ ଗୋଟେ ଗୋଟେ ବିଲିୟନ ଡଲାର ଆଦାୟ କରିବୁ। ରେଜାଇଙ୍କର ଏହି ବିବୃତ୍ତି ଦର୍ଶାଉଛି ଯେ, ଇରାନ ଏହି ଯୁଦ୍ଧକୁ ଏକ ବିଜନେସ୍ ପରି ଦେଖୁଛି, ଯେଉଁଥିରେ ସେ ନିଜର ବୁଡ଼ି ଯାଇଥିବା ଇକୋନମିକୁ ବଞ୍ଚାଇ ପାରିବ।
ଆହୁରି ମଧ୍ୟ ପଢନ୍ତୁ : ପ୍ରଥମ ଥର ନିରବତା ଭାଙ୍ଗିଲା ହ୍ୱାଇଟ୍ ହାଉସ୍ , ନିଖୋଜ ବୈଜ୍ଞାନିକଙ୍କ ବିଷୟରେ କହିଲା ...