ପ୍ରମୂଖ ଖବର
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ସମ୍ ହସ୍ପିଟାଲ୍ ଗାଷ୍ଟ୍ରୋଲୋଜି ବିଭାଗ ପକ୍ଷରୁ ଇଆରସିପି ଏକ୍ସପର୍ଟ କର୍ମଶାଳା ଆୟୋଜିତ

Published By : Bijay Swain | July 5, 2025 10:50 PM

ଭୂବନେଶ୍ୱର: ଶନିବାର ଆଇ ଏମ୍ଏସ୍ ସମ୍ ହସ୍ପିଟାଲ୍ ଗାଷ୍ଟ୍ରୋଲୋଜି ବିଭାଗ ପକ୍ଷରୁ ଇଆରସିପି ଏକ୍ସପର୍ଟ ନାମରେ ଏକ କର୍ମଶାଳାର ଆୟୋଜନ କରଯାଇଥିଲା । ଏହି କର୍ମଶାଳାରେ ସମ୍ ହସ୍ପିଟାଲର ଗାଷ୍ଟ୍ରୋଲୋଜି ବିଭାଗ HOD ପ୍ରଫେସର ଡାକ୍ତର  ଗିରିଶ କୁମାର ପତି, ଗାଷ୍ଟ୍ରୋ କନସଲଟାଣ୍ଟ ଡା. ଜିମି ନାରାୟଣ ଓ ଶ୍ରୀ ଗଗାଂରାମ୍ ହସ୍ପିଟାଲ, ଦିଲ୍ଲୀର କନସଲଟାଣ୍ଟ ଡା. ଶ୍ରୀହରୀ ଅନିଖିନ୍ଦି ଯୋଗଦେଇ ଈଆରସିପିର ସଫଳ ପ୍ରୟୋଗ ଓ ଏହାର ଉପକାରିତା ସମ୍ବନ୍ଧରେ ଆଲୋଚନା କରିବା ସହ ସମ୍ ର ଫେଲୋ ଡାକ୍ତର , ରାଜ୍ୟ ଓ ଦେଶ ବାହାରୁ ଆସିଥିବା ଫେଲୋ ଡାକ୍ତରଙ୍କୁ ମଧ୍ୟ ଏନେଇ ଅଧିକ ସୂଚନା ଦେଇଥିଲେ । ଏହାର ବ୍ୟବହାର ଦ୍ବାରା ରୋଗୀଙ୍କ ସଂକ୍ରମଣର ନିର୍ଦ୍ଧିଷ୍ଟ ସ୍ଥାନ ନିରୁପଣ ହେବା ସହ ଏହା ବିନା ଅସ୍ତ୍ରୋପଚାରରେ ମଧ୍ୟ ଠିକ ହୋଇପାରିବ। ଏହା ରୋଗୀ ମାନଙ୍କ ପାଇଁ ମଧ୍ୟ ସହଜ ଓ ସରଳ ପଦ୍ଧତି ରୁପେ ପରିଗଣିତ ହେବ।

ଏହି କର୍ମଶାଳାରେ ଯୋଗଦେଇ ଆଇଏମ୍ ଏସ୍ ସମ୍ ହସ୍ପିଟାଲ ମେଡିକାଲ୍ ସୁପରିଟେଣ୍ଡେଣ୍ଟ୍ ପୁଷ୍ପରାଜ ସାମନ୍ତସିଂହାର ଏଭଳି କର୍ମଶାଳାର ଆୟୋଜନ ପାଇଁ  ପ୍ରଫେସର ଡାକ୍ତର ଗିରିଶ କୁମାର ପତି ଓ ଡା. ଜିମି ନାରାୟଣଙ୍କୁ ଖୁବ୍ ପ୍ରସଂଶା କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.