PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଯାତ୍ରୀଙ୍କ ପାଇଁ ରେଳ ବିଭାଗ ଆଣିଲା ନୂଆ ସୁବିଧା: ମାତ୍ର ୨୫ଟଙ୍କାରେ ବୁକ୍ କରିପାରିବେ ଏହି ରୁମ୍, ଜାଣନ୍ତୁ କେମିତି

ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କୁ କେବଳ ସୁବିଧା ଦିଏନି ବରଂ ଯାତ୍ରୀଙ୍କ ପକେଟ୍ କଥା ବି ଚିନ୍ତା କରିଥାଏ। ଏହି ଆଧାରରେ ଏବେ ରେଳ ବିଭାଗ ଯାତ୍ରୀଙ୍କ ପାଇଁ ଆଉ ଏକ ସୁବିଧା ନେଇଆସିଛି। ଯେଉଁଥିରେ ଦୂର ସ୍ଥାନକୁ ଯାତ୍ରା କରୁଥିବା ଯାତ୍ରୀମାନେ ରେଳ ଷ୍ଟେସନରେ ବହୁ ଶସ୍ତାରେ ରୁମ ବୁକ୍ କରିପାରିବେ। କେବଳ ସେତିକି ନୁହେଁ ଏସି ରୁମ୍, ବିନା ଏସି ରୁମ୍ ସହିତ ସିଙ୍ଗଲ, ଡବଲ୍ ରୁମ୍ ମଧ୍ୟ ଉପଲବ୍ଧ ରହିଛି। ତାହା ପୁଣି ମାତ୍ର ୨୫ଟଙ୍କାରେ ବୁକ୍ କରିପାରିବେ।

ତେବେ ୨୫ଟଙ୍କାରେ ଆପଣ ରେଲଓ୍ବେର ବିଶ୍ରାମ କକ୍ଷ ବୁକ୍ କରିପାରିବେ। ଆଇଆରସିଟିସର ଓ୍ବେବସାଇଟ ଜରିଆରେ ଆପଣ ଅତିକମରେ ୩ଘଣ୍ଟା ଏବଂ ଅତିବେଶିରେ ୪୮ଘଣ୍ଟା ପାଇଁ ବିଶ୍ରାମ କକ୍ଷ ଏବଂ ଶୟନ କକ୍ଷ ବୁକ୍ କରିପାରିବେ। ୩ଘଣ୍ଟା ପର୍ଯ୍ୟନ୍ତ ବୁକିଂ କରିଲେ ୨୫ଟଙ୍କା ଦେବାକୁ ପଡ଼ିବ, ୨୪ ଘଣ୍ଟା ପାଇଁ ୧୦୦ଟଙ୍କା ଏବଂ ୪୮ଘଣ୍ଟା ପାଇଁ ୨୦୦ଟଙ୍କା ଦେବାକୁ ପଡ଼ିବ। ଯଦି ଆପଣ ଡିଜିଟାଲରେ ରୁମ୍ ବୁକିଂ କରୁଛନ୍ତି ତେବେ ସେଥିରେ ୫ଟଙ୍କା ଛାଡ ମିଳିବ। ତେବେ ଯେଉଁ ଯାତ୍ରୀଙ୍କ ଟିକଟ କନଫର୍ମ ହେବ ସେମାନେ ବିଶ୍ରାମ କକ୍ଷ ପାଇଁ ରୁମ୍ କରିପାରିବେ।

ତେବେ ରୁମ୍ ବୁକ୍ କରିବାକୁ ହେଳେ ପ୍ରଥମେ ଆଇସିଟିସିର ଓ୍ବେବସାଇଟକୁ ଯିବାକୁ ପଡ଼ିବ। ସେଥିରେ ୟୁଜର ନାଁ ଏବଂ ପାସଓ୍ବାର୍ଡ ଜରିଆରେ ଆକାଉଣ୍ଟ ଖୋଲିବାକୁ ପଡ଼ିବ। ଏହା ପରେ ଅପସନରେ ଟିକଟର ପିଏନଆର ନମ୍ବର ଦେବାକୁ ପଡ଼ିବ। ପରେ ନିଜ ମୁତାବିକ ବିଶ୍ରାମ କକ୍ଷ ବୁକ୍ କରିପାରିବେ।

ଯଦି ଆପଣ ନିର୍ଧାରିତ ସମୟ ପୂର୍ବରୁ ଯେମିତିକି ୪୮ଘଣ୍ଟା ପୂର୍ବରୁ ରୁମ୍ କ୍ୟାନସଲ କରିବାକୁ ଚାହୁଁଛନ୍ତି ତାହେଲେ ୨୦ ପ୍ରତିଶତ ରାଶି କାଟିଦିଆଯିବ। ୨୪ଘଣ୍ଟା ପୂର୍ବରୁ କ୍ୟାନସଲ କରିବାକୁ ଚାହୁଁଛନ୍ତି ତାହେଲେ ୫୦ପ୍ରତିଶତ ରାଶି କାଟିଦିଆଯିବ।