ବେଲଫାଷ୍ଟ, ୨୬/୦୬: ଶୁକ୍ରବାର ଘରୋଇ ଆୟର୍ଲାଣ୍ଡ ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା । ସଭିଲ ସର୍ଭିସ୍ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ ଏହି ମ୍ୟାଚ୍ ।‌ ସନ୍ଧ୍ୟା ୬ଟାରୁ ଆରମ୍ଭ ହେବ ମ୍ୟାଚ୍‌ । ଏହି ମ୍ୟାଚ୍‌ ଉପରେ ବିଶ୍ୱ କ୍ରିକେଟ୍‌ ପ୍ରେମୀଙ୍କ ନଜର ରହିଛି । ବ୍ୟାଟିଂ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀ ଆଜି ସିନିୟର ଦଳରେ ପଦାର୍ପଣ କରିବା ଆଶା କରାଯାଉଛି । ଏହି ମ୍ୟାଚ୍‌ରେ ଭାରତର ପଲା ଭାରି ରହିବା ସ୍ୱାଭାବିକ ।

ଟି-ଟ୍ୱେଣ୍ଟିରେ ଉଭୟ ଦଳ ୮ଥର ସାମ୍ନାସାମ୍ନି ହୋଇଛନ୍ତି ଏବଂ ଭାରତ ସମସ୍ତ ମ୍ୟାଚ୍‌ ଜିତିଛି । ଶ୍ରେୟାସ ଆୟର ଅଧିନାୟକ ଭାବେ ନୂଆ ଇନିଂସ୍‌ ଆରମ୍ଭ କରିବେ । ଅନ୍ୟପଟେ ଘରୋଇ ଆୟର୍ଲାଣ୍ଡ ବିଶ୍ୱ ଚାମ୍ପିଅନ୍‌ ଭାରତର ବିଜୟ ଧାରାରେ ବ୍ରେକ୍‌ ଲଗାଇବାକୁ ପ୍ରସ୍ତୁତ ରହିଛି ।  ଆୟର୍ଲାଣ୍ଡ ଭାରତ ମଧ୍ୟରେ ଦୁଇଟି ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳାଯିବ । ପ୍ରଥମ ଆଜି ରହିଥିବା ବେଳେ ଦ୍ବିତୀୟ ମ୍ୟାଚ୍ ଜୁନ୍ ୨୮ ତାରିଖ ଅର୍ଥାତ୍ ରବିବାର ଖେଳାଯିବ ।

ଅଧିକ ପଢନ୍ତୁ- DC LSG Trade Deal: ଲକ୍ଷ୍ନୌ ପନ୍ତଙ୍କୁ ଛାଡ଼ିବା ପଛର ବଡ଼ କାରଣ କହିଲେ ଆଭେସ୍ ଖାନ୍​​​​​​​