ସାହାଜପାଲ, (ସୁଶାନ୍ତ ଘଡେଇ ) ୨୮/୧୧: ଭିନ୍ନକ୍ଷମଙ୍କ ପାଇଁ ସରକାରୀ ଯୋଜନା ପାଲଟିଛି ସାତ ସପନ । ଏଭଳି ସାମାଜିକ ସୁରକ୍ଷାର ବିକଳ ଚିତ୍ର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ । କେନ୍ଦ୍ର ଓ ରାଜ୍ୟ ସରକାର ବୃଦ୍ଧ ବୃଦ୍ଧା, ଭିନ୍ନକ୍ଷମ, ବିଧବା ଓ ଅସହାୟ ହିତାଧିକାରୀଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଦେଉଛନ୍ତି । କିନ୍ତୁ ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡିପଦର ଲାଇନମେନ ସାହିର ଅନିଲ କୁମାର ମେହେର ଏହି ସୁବିଧାରୁ ବଞ୍ଚିତ ।
ସେ ଏକ ଦୁର୍ଘଟଣାର ଶିକାର ହେବା ପରେ ମେଡିକାଲ ଯାଇ ବି ଭଲ ହୋଇପାରିଲେ ନାହିଁ। ପରିବାର କହିଲେ ବୃଦ୍ଧ ବାପା ମାଆ ଓ ଅନିଲ। ଦିନଥିଲା ରୋଜଗାରିଆ ପୁଅ ରୋଜଗାର କରି ବାପା ମାଆଙ୍କ ସେବା କରୁଥିଲା। ସେହି ପୁଅ ଅନିଲ ଦୁର୍ଘଟଣାରେ ଆଜି ବିକଳାଙ୍ଗ ଅବସ୍ଥାରେ। ଦୁର୍ଘଟଣାରେ ୮୦% ଭିନ୍ନକ୍ଷମ ହୋଇଥିଲେ ସୁଦ୍ଧା ତାଙ୍କୁ ୩୫୦୦ ଟଙ୍କା ଭତ୍ତା ବଦଳରେ ୧୦୦୦ ଟଙ୍କା ଭତ୍ତା ମିଳୁଛି। ୩୫୦୦ ଟଙ୍କା ଭତ୍ତା ପାଇଁ ପଞ୍ଚାୟତରେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ କାଗଜ ପତ୍ର ଦେଇଥିଲେ ମଧ୍ୟ କୌଣସି କାମ ହୋଇ ପାରୁନି। ଏ ବାବଦରେ ଯୋଗାଯୋଗ କରିବାରୁ ସେ କହୁଛନ୍ତି, ବ୍ଲକରେ କାଗଜ ପତ୍ର ଦେଇଛୁ ବ୍ଲକରେ ନକଲେ ମୁଁ କଣ କରିବି । ଯାହାକୁ ନେଇ ତୁରନ୍ତ ଜିଲ୍ଲା ପ୍ରଶାସନ ଏ ଦିଗରେ ନଜର ପକାଇବାକୁ ସାଧାରଣରେ ଦାବି ହୋଇଛି।