ପ୍ରମୂଖ ଖବର
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ଝାଡଖଣ୍ଡରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ଜାରି , ୯ଟା ସୁଦ୍ଧା ୧୩ ପ୍ରତିଶତ ଭୋଟିଂ

Published By : Anindita Ratha | November 13, 2024 11:46 AM

ନୂଆଦିଲ୍ଲୀ,୧୩/୧୧:  ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଝାଡଖଣ୍ଡରେ ଜାରି ରହିଛି  ଭୋଟିଂ । ୮୧ ଆସନ ମଧ୍ୟରୁ ଆଜି ପ୍ରଥମ ପର୍ଯ୍ୟାୟରେ ୪୩ଟି ଆସନରେ ଭୋଟଗ୍ରହଣ ହେଉଛି । ମୋଟ ୬୮୩ ଜଣ ପ୍ରାର୍ଥୀ ମୈଦାନରେ ରହିଛନ୍ତି । ତେବେ ଭାରତୀୟ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁସାରେ, ପୂର୍ବାହ୍ନ ୯ଟା ସୁଦ୍ଧା ପ୍ରାୟ ୧୩. ୪ ପ୍ରତିଶତ ଭୋଟିଂ ହୋଇଛି । ଝାଡଖଣ୍ଡର ମୋଟ ୨.୬୦ କୋଟି ଭୋଟରଙ୍କ ମଧ୍ୟରୁ ଆଜି ୧.୩୭ କୋଟି ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ୧୫ ହଜାର ୩୪୪ ମତଦାନ କେନ୍ଦ୍ରରେ ମତାଦାନ ପ୍ରକ୍ରିୟା ଜାରି ରହିଛି । ସେଥିମଧ୍ୟରୁ ୧୨,୭୦୦ଭୋଟିଂ ସେଣ୍ଟର ସହରାଞ୍ଚଳରେ ଥିବା ବେଳ ଅବଶିଷ୍ଟ ପୁଲିଂ ବୁଥ ଗ୍ରାମାଞ୍ଚଳରେ ରହିଛି ।

ଚଳିତ ପର୍ଯ୍ୟାୟରେ ମୋଟ ୬୮୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୦୯ ପୁରୁଷ ଓ ୭୩ ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗୀ ପ୍ରାର୍ଥୀ ରହିଛନ୍ତି । ୪୩ଆସନ ମଧ୍ୟରୁ ୧୭ ଟିରେ ଅଣସଂରକ୍ଷିତ ବା ସାଧାରଣ ବର୍ଗର ପ୍ରାର୍ଥୀ ରହିଛନ୍ତି । ଅନ୍ୟ ସଂରକ୍ଷିତ ଆସନରେ ୨୦ଜଣ ଅନୁସୂଚିତ ଜନଜାତି (ଏସଟି) ଓ 6ଜଣ ଅନୁସୂଚିତ ଜାତି (ଏସସି) ବର୍ଗର ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।ତେବେ ୫ଟା ୩୦ରେ ମତଗ୍ରହଣ ଶେଷ ହେବା ପରେ ଇଭିଏମ ଓ ଭିଭିପ୍ୟାଟକୁ କଡା ସୁରକ୍ଷା ବଳୟ ମଧ୍ୟରେ ଷ୍ଟ୍ରଙ୍ଗରୁମରେ ରଖାଯିବ । ୨୦ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଆସନ୍ତାମାସ (ଡିସେମ୍ବର) ୩ ତାରିଖରେ ମତଗଣନା ଓ ଜନାଦେସ ପ୍ରକାଶ ପାଇବ । ମହାରାଷ୍ଟ୍ର ସହିତ ଝାଡଖଣ୍ଡର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି ।ଅନ୍ୟପଟେ ଆଜି ୧୦ ରାଜ୍ୟରେ ୩୧ ଆସନରେ ବିଧାନସଭା ଉପନିର୍ବାଚନ ପାଇଁ ମଧ୍ୟ ଭୋଟିଂ ଜାରି ରହିଛି । କେରଳର ଚର୍ଚ୍ଚିତ ୱାୟନାଡ ଲୋକସଭା ଆସନ ପାଇଁ ମଧ୍ୟ ଉପନିର୍ବାଚନ ହେଉଛି । ଏଠାରୁ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲଢୁଛନ୍ତି  ନିର୍ବାଚନ  ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.