ନୂଆଦିଲ୍ଲୀ,୧୧/୦୫; ଥଲାପତି ବିଜୟଙ୍କ ରୂପରେ ତାମିଲନାଡୁ ପାଇଛି ଏହାର ନବମ ମୁଖ୍ୟମନ୍ତ୍ରୀ । ତାମିଲଗା ଭେଟ୍ରି କାଝଗମ୍ (ଟିଭିକେ)ର ମୁଖ୍ୟ ତଥା ଅଭିନେତାରୁ ନେତା ବନିଥିବା ସି ଯୋସେଫ ବିଜୟ ରବିବାର ମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଛନ୍ତି । ବିଜୟଙ୍କ ଶପଥ ଗ୍ରହଣ ସମାରୋହ ମଧ୍ୟରେ ଚେନ୍ନାଇ ସୁପର କିଙ୍ଗସର ଦ୍ରୁତ ବୋଲର ଅଂଶୁଲ କମ୍ବୋଜ ହଠାତ୍ ଚର୍ଚ୍ଚାକୁ ଆସିଛନ୍ତି । ଚେପକଠାରେ ସିଏସକେ (CSK) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ର କିଛି ଘଣ୍ଟା ପୂର୍ବରୁ ବିଜୟଙ୍କ ଶପଥ ଗ୍ରହଣ ଉତ୍ସବର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ବିଜୟଙ୍କ ଶପଥ ସମାରୋହରେ ଚେନ୍ନାଇର ଷ୍ଟାର ବୋଲର ଅଂଶୁଲ କମ୍ବୋଜ ଉପସ୍ଥିତ ଥିବା ଚର୍ଚ୍ଚା ଆରମ୍ଭ ହୋଇଥିଲା । ପୂର୍ବ କ୍ରିକେଟର ରବି ଚନ୍ଦ୍ରନ ଅଶ୍ୱିନ ଏକ୍ସରେ ଫଟୋ ପୋଷ୍ଟ କରିଥିଲେ ।
ଶପଥ ଗ୍ରହଣ ସମାରୋହ ସମୟରେ ମଞ୍ଚ ଉପରେ ଜଣେ ସୁରକ୍ଷା ଅଧିକାରୀ ଛିଡ଼ା ହୋଇଥିଲେ। ଯାହାଙ୍କ ଚେହେରା ଅବିକଳ ସିଏସକେ ବୋଲର ଅଂଶୁଲ କମ୍ବୋଜଙ୍କ ସହ ମିଶିଯାଉଥିଲା । ମଞ୍ଚ ଉପରେ ଛିଡ଼ା ହୋଇଥିବା ଏହି ‘ପୁଲିସ କର୍ମଚାରୀ କମ୍ବୋଜ’ଙ୍କ ଫଟୋ ଟ୍ରେଣ୍ଡ ହେବାରେ ଲାଗିଲା ଏବଂ ପୂର୍ବତନ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ମଜାଳିଆ ଅନ୍ଦାଜରେ ପୋଷ୍ଟ ସେୟାର କରିଥିଲେ । ଏକ୍ସରେ ସେ ଲେଖିଥିଲେ,“କର୍ତ୍ତବ୍ୟ ସବୁବେଳେ ପ୍ରଥମେ ଆସେ, କିନ୍ତୁ ମ୍ୟାଚ୍ ଦିନ ଏହା ଟିକେ ଅଧିକ ହୋଇଗଲା । ଆଜି ମ୍ୟାଚ୍ ଦିନ, ଶୀଘ୍ର କ୍ୟାବ୍ ଧରି ଚେପକ୍ ପହଞ୍ଚ ।” ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟ ଏହି ପୋଷ୍ଟରେ ଅଂଶୁଲ ବୋଲିଂ କରୁଥିବାର ଏକ ଭିଡିଓ ସେୟାର କରିଥିଲା । ସ୍ପଷ୍ଟ କରିଥିଲା ଯେ ସେ ଦଳ ସହିତ ହିଁ ଅଛନ୍ତି ।
ଏହା ବି ପଢନ୍ତୁ...RCB ଗେମ୍ ଚେଞ୍ଜର ଭୁବନେଶ୍ୱର କୁମାର, ବ୍ୟାଟିଂ-ବୋଲିଂରେ କରୁଛନ୍ତି କମାଲ, ଟିମ୍ ଇଣ୍ଡିଆକୁ ଫେରିବେ !
Duty always comes first, but on a must win match day #CSKVLSG, it’s a bit too much.
— Ashwin 🇮🇳 (@ashwinravi99) May 10, 2026
It’s a day game, get a cab & get to Chepauk ASAP Anshul Kamboj.
Big Game. pic.twitter.com/CautY5PQRu
ହରିୟାଣାର ଏହି ବୋଲର ଆଇପିଏଲ୍ ୨୦୨୬ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା ୧୧ଟି ମ୍ୟାଚ ଖେଳି ୧୯ଟି ୱିକେଟ ନେଇଛନ୍ତି । ସିଏସକେ ଅଂଶୁଲଙ୍କୁ ୩.୪୦ କୋଟି ଟଙ୍କାରେ ଦଳରେ ସାମିଲ କରିଛି ଅଶ୍ୱିନଙ୍କ ସୋସିଆଲ ମିଡିଆ ପୋଷ୍ଟ ପରେ ଚେନ୍ନାଇରେ ସିଏସକେର ଏହି ଦ୍ରୁତ ବୋଲରଙ୍କ ଲୋକପ୍ରିୟତା ବଢ଼ିଯାଇଛି ଯଦିଓ ମଞ୍ଚରେ ଛିଡ଼ା ହୋଇଥିବା ସୁରକ୍ଷା ଅଧିକାରୀ ଅଂଶୁଲ କମ୍ବୋଜ ନଥିଲେ । କିନ୍ତୁ ସେ ଅବିକଳ ଅଂଶୁଲଙ୍କ ପରି ଦେଖାଯାଉଥିଲେ ।