ନୂଆଦିଲ୍ଲୀ,୧୧/୦୫; ଆଇପିଏଲରେ ଭୁବନେଶ୍ୱରଙ୍କ ଜଲୱା ଜାରି । ଟିମ୍ ଇଣ୍ଡିଆରେ ଭୁବନେଶ୍ୱର କୁମାରଙ୍କୁ ମିଳିବ ସୁଯୋଗ ! ମେନ୍ ଇନ୍ ବ୍ଲୁକୁ ଫେରିବେ ଭୁବନେଶ୍ୱର । ଯଦି ପ୍ରଦର୍ଶନକୁ ଗୁରୁତ୍ୱ ଦିଆଯାଏ ତେବେ ଟିମ୍ ଇଣ୍ଡିଆରେ ଭୁବନେଶ୍ୱରଙ୍କୁ ନିଶ୍ଚିତ ସ୍ଥାନ ମିଳିବ । ଚଳିତ ଆଇପିଏଲରେ ପର୍ପଲ କ୍ୟାପ ହୋଲ୍ଡର ହୋଇଛନ୍ତି ଭୁବନେଶ୍ୱର କୁମାର । ସେ ଘାତକ ବୋଲିଂ ସହିତ ବ୍ୟାଟିଂ ବି ଜବରଦସ୍ତ କରୁଛନ୍ତି । ସର୍ବାଧିକ ୱିକେଟ ହାସଲକାରୀ ପ୍ଲେୟାର ହୋଇଛନ୍ତି ଭୁବନେଶ୍ୱର । ୩୬ ବର୍ଷୀୟ ଭୁବନେଶ୍ୱର କୁମାର ଡିଫେଣ୍ଡିଂ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଗେମ୍ ଚେଞ୍ଜର ଭାବେ ଉଭା ହୋଇଛନ୍ତି ।
ଭୁବନେଶ୍ୱର କୁମାରଙ୍କୁ ଏକଦା ଭାରତୀୟ କ୍ରିକେଟର ସବୁଠାରୁ ନିର୍ଭରଯୋଗ୍ୟ ଦ୍ରୁତ ବୋଲରଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଉଥିଲା । ଭୁବି ଏବେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ତାଙ୍କର ପ୍ରଭାବଶାଳୀ ପ୍ରଦର୍ଶନ ସହିତ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି। ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପାଇଁ ଖେଳୁଥିବା ୩୬ ବର୍ଷୀୟ ଖେଳାଳି ନିରନ୍ତର ମ୍ୟାଚ୍ ବିଜୟୀ ପ୍ରଦର୍ଶନ କରିଛନ୍ତି । ଯାହା ଟିମ୍ ଇଣ୍ଡିଆକୁ ତାଙ୍କର କମବ୍ୟାକ ହେବା ନେଇ ସଙ୍କେତ ମିଳିଛି । ଚଳିତ ଆଇପିଏଲରେ ୧୧ ମ୍ୟାଚରେ ୭.୪୬ ଇକୋନୋମି ହାରରେ ୨୧ ୱିକେଟ ନେଇଛନ୍ତି । ପାୱାର ପ୍ଲେରେ ୧୨ଟି ୱିକେଟ୍ ନେଇଛନ୍ତି । ୫୧ ପ୍ରତିଶତରୁ ଅଧିକ ଡଟ୍ ବଲ୍ ପକାଇଛନ୍ତି । ମିଡିଲ ୭ ଓଭରରେ ୫୯ ରନ୍ ଦେଇ ୨ଟି ୱିକେଟ ନେଇଛନ୍ତି । ଡେଥ୍ ଓଭରରେ, ଭୁବି ୭ ୱିକେଟ୍ ନେବା ସମୟରେ କେବଳ ୯୪ ରନ୍ ଦେଇଛନ୍ତି। ଏହାର ଅର୍ଥ ହେଉଛି ନୂତନ ବଲ୍, ମଧ୍ୟମ ଓଭର କିମ୍ବା ଡେଥ୍ ଓଭର, ଭୁବି ସବୁଠି ଘାତକ ।
ଭୁବନେଶ୍ୱର କୁମାର ଶେଷ ଥର ପାଇଁ ନଭେମ୍ବର ୨୦୨୨ରେ ଭାରତ ପାଇଁ ଖେଳିଥିଲେ । ତାଙ୍କର ବର୍ତ୍ତମାନର ଫର୍ମକୁ ଦେଖି, ଚୟନକର୍ତ୍ତାମାନେ ତାଙ୍କୁ ଆଉ ଏକ ସୁଯୋଗ ଦେବେ କି ନାହିଁ ସେ ବିଷୟରେ ଏବେ ପ୍ରଶ୍ନ ଉଠୁଛି। ଭାରତର ବ୍ୟସ୍ତ କ୍ରିକେଟ୍ କ୍ୟାଲେଣ୍ଡର, ଯସପ୍ରୀତ ବୁମରାଙ୍କ କାର୍ଯ୍ୟଭାର ଏବଂ ବହୁ ବଡ଼ ଟୁର୍ଣ୍ଣାମେଣ୍ଟକୁ ଦୃଷ୍ଟିରେ ରଖି, ଦଳକୁ ଭୁବିଙ୍କ ପରି ଜଣେ ଅଭିଜ୍ଞ ବୋଲରଙ୍କ ଆବଶ୍ୟକତା ପଡିପାରେ । ଭୁବନେଶ୍ୱର କୁମାର ଭାରତ ପାଇଁ ୨୨୯ ଅନ୍ତର୍ଜାତୀୟ ମ୍ୟାଚ ଖେଳି ୨୯୪ ୱିକେଟ୍ ନେଇଛନ୍ତି । ୧,୧୭୧ ରନ୍ କରିଛନ୍ତି ।
ଏହା ବି ପଢନ୍ତୁ...IPL 2026; RCB ହେଡ୍ କୋଚ୍ ଆଣ୍ଡି ଫ୍ଲାୱାର କ'ଣ କରିଦେଲେ ? ଗଣିବେ ମୋଟା ଜରିମାନା
୫ ଥର ଚାମ୍ପିଅନ୍ ମୁମ୍ବାଇ ପ୍ରଥମ ଦଳ ଭାବେ ଆଇପିଏଲ୍ ପ୍ଲେ- ଅଫ୍ ଦୌଡ଼ରୁ ବାଦ୍ ପଡ଼ିଛି । ରବିବାର ଅନୁଷ୍ଠିତ ୫୪ତମ ଲିଗ୍ ମ୍ୟାଚ୍ରେ ବେଙ୍ଗାଲୁରୁ ୨ ୱିକେଟରେ ମୁମ୍ବାଇକୁ ହରାଇ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛି । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୭ ୱିକେଟ୍ ହରାଇ ୧୬୬ରନ୍ କରିଥିଲା । ଜବାବରେ ବେଙ୍ଗାଲୁରୁ ୮ ୱିକେଟ୍ ବିନିମୟରେ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲା । ଘାତକ ବୋଲିଂ ପ୍ରଦର୍ଶନ ପାଇଁ ଭୁବନେଶ୍ୱର କୁମାର ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ସେ ୪ଟି ୱିକେଟ ଅକ୍ତିଆର କରିଥିଲେ ।
ଏହା ବି ପଢନ୍ତୁ...IPL 2026: ଭୁବନେଶ୍ୱର କୁମାରଙ୍କ ଐତିହାସିକ କୀର୍ତ୍ତିମାନ, ଏମିତି କରିବାରେ ହେଲେ ପ୍ରଥମ ଦ୍ରୁତ ବୋଲର
ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି କି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ଟିମ୍ ମ୍ୟାନେଜମେଣ୍ଟ ଭୁବନେଶ୍ୱର କୁମାରଙ୍କୁ ଦ୍ୱିତୀୟ ସୁଯୋଗ ଦେବେ କି ? ଗୋଟିଏ କଥା ସ୍ପଷ୍ଟ: IPL ୨୦୨୬ରେ ତାଙ୍କ ପ୍ରଦର୍ଶନ ସହିତ, ଭୁବି ପ୍ରମାଣ କରିଛନ୍ତି ଯେ, ସେ ଏବେ ବି ଜଣେ ବଡ଼ ମ୍ୟାଚ୍ ଖେଳାଳି, ଏବଂ ଟିମ୍ ଇଣ୍ଡିଆର ଦ୍ୱାର ତାଙ୍କ ପାଇଁ ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ ।