ନୂଆଦିଲ୍ଲୀ,୧୭/୦୫; ମୁମ୍ବାଇ ଇଣ୍ଡିଆନ୍ସ ଷ୍ଟାର ତିଲକ ବର୍ମାଙ୍କୁ ନେଇ ଏକ ଖବର ଚର୍ଚ୍ଚା ହେଉଛି । ଯୁବ ବ୍ୟାଟର ତିଲକ ପୁଣି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି କି, ତିଲକ ବର୍ମା ତେଲୁଗୁ ଅଭିନେତ୍ରୀ ଶ୍ରୀଲିଲାଙ୍କୁ ଡେଟ୍ କରୁଛନ୍ତି । ଏକ ଭାଇଇଲା ଭିଡିଓରେ ସୂର୍ଯ୍ୟକୁମାର ଯାଦବ ମଜାଳିଆ ଅନ୍ଦାଜରେ ତିଲକକୁ ଇନ୍ ଲଭ କହୁଥିବା ଶୁଣାଯାଉଛି । ଭିଡିଓ ଭାଇରାଲ ହେବା କ୍ଷଣି ତେଲୁଗୁ ଅଭିନେତ୍ରୀ ଶ୍ରୀଲିଲାଙ୍କ ସହିତ ଯୋଡ଼ି ଦେଇଥିଲେ । ଏହା ପରେ ସୋସିଆଲ ମିଡିଆରେ ତିଲକ ଏବଂ ଶ୍ରୀଲିଲାଙ୍କ ଡେଟକୁ ଗୁଜବ ପ୍ରସାରିତ ହେଉଛି ।
ଭାଇରାଲ୍ କ୍ଲିପରେ ତିଲକ ବର୍ମା ହୋଟେଲ୍ ଲବିରେ ହେଡଫୋନ୍ ଲଗାଇ ଯାଉଥିବା ଦେଖିବାକୁ ମିଳିଛି । ଏହି ସମୟରେ ପଛରୁ ସୂର୍ଯ୍ୟକୁମାର ଯାଦବ ତାଙ୍କୁ ଇନ୍ ଲଭ କହି ଚଡାଉଛନନ୍ତି । ସୂର୍ଯ୍ୟକୁମାର କାହା ନାମ ନେଇନାହାନ୍ତି, କିନ୍ତୁ ସୋସିଆଲ ମିଡିଆରେ ତୁରନ୍ତ ଶ୍ରୀଲିଲାଙ୍କ ନାମକୁ ଯୋଡ଼ିଥିଲେ । ତିଲକ ବର୍ମା ଏବଂ ଶ୍ରୀଲିଲାଙ୍କ ଡେଟ୍ ପ୍ରଥର ଥର ଚର୍ଚ୍ଚାରେ ରହିଛି । ଶ୍ରୀଲିଲା ତାଙ୍କ ମା' ଡାକ୍ତର ସ୍ୱର୍ଣ୍ଣଲତାଙ୍କ ସହ ତିରୁମାଲା ମନ୍ଦିର ପରିଦର୍ଶନ କରିଥିଲେ। ପ୍ରାୟ ସେହି ସମୟରେ, ତିଲକ ବର୍ମାଙ୍କୁ ମଧ୍ୟ ତାଙ୍କ ପରିବାର ସହିତ ସେଠାରେ ଦେଖାଯାଇଥିବା ଜଣାପଡ଼ିଛି । ଏହା ବ୍ୟତୀତ ଅଭିନେତ୍ରୀଙ୍କ ମା' ଡକ୍ଟର ସ୍ୱର୍ଣ୍ଣଲତା ୧୪ ମେ, ୨୦୨୬ରେ ଧର୍ମଶାଳାରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସର ଆଇପିଏଲ (ଇଣ୍ଡିଆନ ପ୍ରିମିୟର ଲିଗ୍) ମ୍ୟାଚ୍ ଦେଖିବାକୁ ଆସିଥିଲେ । ଏହି ମ୍ୟାଚରେ ତିଲକ ବର୍ମା ଅପରାଜିତ ୭୫ ରନ୍ କରି ମୁମ୍ବାଇ ଇଣ୍ଡିଆନ୍ସକୁ ବିଜୟୀ କରାଇଥିଲେ ।
ଏହା ବି ପଢନ୍ତୁ...KKR VS GT: କୋଲକାତାରେ କାହିଁକି ବୁଡ଼ିଲା ଗୁଜରାଟ ଟାଇଟନ୍ସ ? ଆସିଷ୍ଟାଣ୍ଡ କୋଚ୍ ଖୋଲିଲେ ସିକ୍ରେଟ୍
ସୋସିଆଲ ମିଡିଆରେ ଏକ ଦାବି ମଧ୍ୟ ଭାଇରାଲ ହୋଇଥିଲା ଯେ ଶ୍ରୀଲିଲା ଏକ କ୍ରିକେଟ ମ୍ୟାଚରେ ଯୋଗ ଦେଇଥିଲେ, ଯେଉଁଠାରେ ତାଙ୍କ ଦଳର ଜଣେ ବ୍ୟକ୍ତି "ତିଲକ" ନାମର ଜର୍ସି ପିନ୍ଧିଥିଲେ । ଏହା ତିଲକ ବର୍ମା ଏବଂ ଶ୍ରୀଲିଲାଙ୍କ ମଧ୍ୟରେ ସମ୍ପର୍କ ବିଷୟରେ କଳ୍ପନାଜଳ୍ପନା ସୃଷ୍ଟି କରିଥିଲା। ପ୍ରଶଂସକମାନେ ମଧ୍ୟ ସୋସିଆଲ ମିଡିଆରେ ସେମାନଙ୍କ କଥିତ କାର୍ଯ୍ୟକଳାପ ବିଷୟରେ ଅନେକ ଦାବି କରିଥିଲେ ।
ତିଲକ ବର୍ମା ଚଳିତ ଆଇପିଏଲରେ ତାଙ୍କର ପ୍ରଭାବଶାଳୀ ପ୍ରଦର୍ଶନ ସହିତ, ସୋସିଆଲ ମିଡିଆରେ ଯୁବପିଢ଼ିଙ୍କ ମଧ୍ୟରେ ମଧ୍ୟ ବହୁତ ଲୋକପ୍ରିୟ । ଅନେକ ଫ୍ୟାନ ତାଙ୍କୁ ଭାରତୀୟ କ୍ରିକେଟର "ଜେନ ଜେଡ କ୍ରଶ" ବୋଲି ମଧ୍ୟ ଡାକୁଛନ୍ତି । ଏହି କାରଣରୁ ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ ଖବର ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।