ନୂଆଦିଲ୍ଲୀ,୧୭/୦୫; କ୍ରମାନ୍ୱୟରେ ୫ଟି ମ୍ୟାଚ ଜିତି ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ପହଞ୍ଚିଥିବା ଗୁଜରାଟକୁ ଶେଷରେ କୋଲକାତାକୁ ଅଟକାଇବାରେ ସଫଳ ହୋଇଛି । ଶନିବାର ଅନୁଷ୍ଠିତ ଆଇପିଏଲ୍ର ୬୦ତମ ଲିଗ୍ ମୁକାବିଲାରେ କୋଲକାତା ୨୯ ରନ୍ରେ ଗୁଜରାଟକୁ ପରାସ୍ତ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ ଦଳ ୨ ୱିକେଟ୍ ବିନିମୟରେ ୨୪୭ ରନ ସଂଗ୍ରହ କରିଥିଲା । ଜବାବରେ ଗୁଜରାଟ ୪ ୱିକେଟ୍ ହରାଇ ୨୧୮ ରନ କରିବାକୁ ସକ୍ଷମ ହୋଇଥିଲା । ଘାତକ ବୋଲିଂ ପ୍ରଦର୍ଶନ ପାଇଁ ସୁନିଲ ନାରାଏନ୍ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ମ୍ୟାଚ ପରେ ଗୁଜରାଟ ଟାଇଟନ୍ସ କ୍ୟାପ୍ଟେନ୍ ଶୁଭମନ ଗିଲ କହିଛନ୍ତି , "କ୍ୱାଲିଫାୟର ଅପେକ୍ଷା ଏବେ ଏପରି ଖେଳ ହେବା ଭଲ"। ତେବେ କାହିଁକି କୋଲକାତାରେ ହାରିଲା ଗୁଜରାଟ । ତାର ରାଜ୍ କହିଛନ୍ତି ଆସିଷ୍ଟାଣ୍ଡ କୋଚ୍ ।

ଲଗାତାର ୫ଟି ମ୍ୟାଚ ଜିତିବା ପରେ ଗୁଜରାଟ ଟପ୍ ୪ରେ ଥିଲା । କୋଲକାତା ବିପକ୍ଷରେ ହାରିବା ପରେ ଏବେ ଦଳର ଟେନସନ ବଢିଛି । ଦଳକକୁ ଏବେ ଶେଷ ମ୍ୟାଚ ଜିତିବାକୁ ପଡ଼ିବ । ଗୁଜରାଟ ଟାଇଟନ୍ସ କୋଲକାତାରେ କିପରି ବୁଡିଲା ସେ ବାବଦରେ ସହାୟକ ପ୍ରଶିକ୍ଷକ ପାର୍ଥିବ ପଟେଲ୍ କହିଛନ୍ତି, ଇଡେନ୍ସ ଗାର୍ଡେନ୍ସର ହାଇସ୍କୋରିଂ ମ୍ୟାଚରେ ଦୁଇ ଦଳ ମଧ୍ୟରେ କ୍ୟାଚ୍ କରିବା ପାର୍ଥକ୍ୟ ଥିଲା । ଜିଟି ୨୯ ରନର ପରାଜୟ ପରେ ସାମ୍ବାଦିକ ସମ୍ମିଳନୀରେ ପାର୍ଥିବ ପଟେଲ କହିଛନ୍ତି, ମୁଁ ଭାବୁଛି କ୍ୟାଚ୍ କରିବା ସ୍ପଷ୍ଟ ଭାବରେ ଏକ ବଡ଼ ପାର୍ଥକ୍ୟ ସୃଷ୍ଟି କରିଛି । ଯେତେବେଳେ ହାଇ-ସ୍କୋରିଂ ଖେଳ ଖେଳୁଛେ ଭଲ ବ୍ୟାଟରଙ୍କ ବିପକ୍ଷରେ ଖେଳୁଛେ, ସେବେ ବହୁତ ସୁଯୋଗ ମିଳେନାହିଁ । ଯେତେବେଳେ ସେହି ସୁଯୋଗ ମିଳେ, ନିଶ୍ଚିତ କରିବାକୁ ପଡ଼ିବ ଯେ ଆପଣ ବଲକୁ ଧିରିବେ ଏବଂ ମୁଁ ଅନୁଭବ କରି ଯେ ଏହା ହିଁ ପାର୍ଥକ୍ୟ ଥିଲା ।


ଗୁଜରାଟ୍ ଟାଇଟନ୍ସ ଫିଲ୍ଡିରେ କେକେଆର ପାଇଁ ଭଲ ବ୍ୟାଟିଂ କରୁଥିବା ସମସ୍ତ ୩ ବ୍ୟାଟରଙ୍କ କ୍ୟାଚ୍ ଛାଡିଥିଲା । ଫିନ୍ ଆଲେନଙ୍କ କ୍ୟାଚ୍ ମହମ୍ମଦ ସିରାଜ ୩୩ ରନରେ ଛାଡିଥିଲେ । ଯିଏକି ୩୫ ବଲରେ ୯୩ରନ୍ ବିସ୍ଫୋରଣ ଇନିଂସ ଖେଳିଥିଲେ । କ୍ୟାମେରନ୍ ଗ୍ରୀନ ୨୩ ରନରେ ବ୍ୟାଟିଂ କରୁଥିବା ବେଳେ ଅରସାଦ ଖାନ ଦ୍ୱାରା ଡ୍ରପ୍ ହୋଇଥିଲେ । ଗ୍ରୀନ ୨୮ ବଲରେ ୫୨ ରନ୍ କରିଥିଲେ । ଏହା ବ୍ୟତୀତ ଅଙ୍ଗକ୍ରିସ୍ ରଘୁବଂଶୀଙ୍କ କ୍ୟାଚ୍ ୫୩ ରନରେ ଥିବା ବେଳେ ୱାସିଂଟନ ସୁନ୍ଦରଙ୍କ ଦ୍ୱାରା ଡ୍ରପ ହୋଇଥିଲା । ସେ ୮୨ ରନ କରି ଅପରାଜିତ ରହିଥିଲେ । କେକେଆରର ସ୍କୋର ୨୫୦ ପାଖାପାଖି ପହଞ୍ଚିଥିଲା ।

ଏହା ବି ପଢନ୍ତୁ...IPL 2026 : ସୁପର ସନ୍ଡେ'ରେ ହାଇଭେଲଟେଜ୍ ମୁକାବିଲା, ମୁହାଁମୁହିଁ ହେବେ ପଞ୍ଜାବ- ବେଙ୍ଗାଲୁରୁ    

​​​​​​​ଯଦିଓ ଗୁଜରାଟର ଫିଲ୍ଡିଂ ଖରାପ ଥିଲା, ପାର୍ଥିବ ପଟେଲ୍ ଫିନ୍ ଆଲେନଙ୍କ ବ୍ୟାଟିଂକୁ ପ୍ରଶଂସା କରିଥିଲେ । ସେ କହିଛନ୍ତି, ସେ ବହୁତ ଭଲ ଇନିଂସ ଖେଳିଲେ ଏଥିରେ ସନ୍ଦେହ ନାହିଁ । ଆମକୁ ଲାଗିଲା ଏହା ସହଜ ପିଚ୍ ନଥିଲା । ଆମ ପାଖରେ ଯେଉଁ କ୍ୱାଲିଟ୍ ଏବଂ ପେସ୍ ଆଟାକ୍ ଅଛି । ଆମେ ମହମ୍ମଦ ସିରାଜ, କଗିସୋ ରାବାଡାଙ୍କ କଥା କହୁଛୁ । ଏମାନେ ଜଣାଶୁଣା ଦ୍ରୁତ ବୋଲର । ସେଥିପାଇଁ ସେମାନଙ୍କ ବିପକ୍ଷରେ ଭଲ ଖେଳିଲେ । ଗୁଜରାଟ ଭଲ ଆରମ୍ଭ କରିଥିଲା କିନ୍ତୁ ଏହାର ଫାଇଦା ଉଠାଇପାରିଲା ନାହିଁ । ଏହି ପିଚରେ ପେସରମାନେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ ।