ଫ୍ରିଜ୍ ହେଉଛି ରୋଷେଇ ଘରର ଜୀବନ । ଅନେକ ସମୟରେ ଫ୍ରିଜରୁ ଅଜବ ପ୍ରକାରର ଗନ୍ଧ ବାହାରିଥାଏ । ତେଣୁ ଏହାକୁ ସୁରକ୍ଷିତ ଓ ସତେଜ ରଖିବା ଆମ ଦାୟିତ୍ୱ । ଅନେକ ସମୟରେ କ୍ଷୀର ଫ୍ରିଜ୍ ଭିତରେ ଦୁର୍ଗନ୍ଧ ସୃଷ୍ଟି କରି ନଥାଏ ବରଂ ଭଲ ଖାଦ୍ୟକୁ ମଧ୍ୟ ନଷ୍ଟ କରି ଦେଇଥାଏ, ଯାହା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଚାଲନ୍ତୁ ଜାଣିବା ଫ୍ରିଜ୍ରୁ ଗନ୍ଧ କାହିଁକି ବାହାରେ ଓ କେମିତି ଘରୋଇ ଉପାୟରେ ଏହାକୁ ଦୂର କରିପାରିବା?

ଫ୍ରିଜ୍ କାହିଁକି ଗନ୍ଧ ହୁଏ?

ଏହାର ପଛରେ ଅନେକ କାରଣ ରହିଥାଏ, ଯାହାକୁ ଆମେ ଅନେକ ସମୟରେ ଅଣଦେଖା କରି ଦେଇଥାଉ ।

୧. ବ୍ୟାକ୍ଟେରିଆ ଓ ମୋଲ୍ଡ: ଫ୍ରିଜ୍ ଭିତର ଆର୍ଦ୍ରତା ଓ ଖାଦ୍ୟ କଣା କାରଣରୁ ଫ୍ରିଜ୍ରେ ବ୍ୟାକ୍ଟେରିଆ ଓ ଫିମ୍ପି ବଢିଥାଏ ।

୨. ଖରାପ ଖାଦ୍ୟ: ଏକ୍ସପାରୀ ହୋଇଯାଇଥିବା କିମ୍ବା ଅଧିକ ସମୟ ଯାଏ ରହିଯାଇଥିବା ଖାଦ୍ୟ, ପଚାଫଳ ଓ ନଷ୍ଟ ହୋଇଯାଇଥିବା ପନିପରିବା କାରଣରୁ।

୩. ଡିପ୍ ପ୍ୟାନ୍: ଫ୍ରିଜ୍ର ତଳେ ଥିବା ଡିପ୍ ପ୍ୟାନ୍ରେ ଅପରିଷ୍କାର ପାଣି ଜମା ହେବା ଯୋଗୁ ଅନେକ ସମୟରେ ଫ୍ରିଜ୍ ଗନ୍ଧ ହୋଇଥାଏ ।

୪. ବାସି ଖାଦ୍ୟର ଦାଗ: ଅନେକ ସମୟରେ ଫ୍ରିଜ୍ ଭିତରେ କିଛି ଖାଦ୍ୟ ପଡିଯିବା ଯୋଗୁ ତାହା ପରେ ଗନ୍ଧ ସୃଷ୍ଟି କରିଥାଏ ।

କେମିତି ଦୂର କରିବେ?

୧. ଖରାପ ଖାଦ୍ୟ ବାହାର କରନ୍ତୁ: ଗନ୍ଧ ହେବା ମାତ୍ରେ ପ୍ରଥମେ ଖରାପ ଖାଦ୍ୟକୁ ବାହାର କରନ୍ତୁ । ନଷ୍ଟ ହୋଇଥିବା କିମ୍ବା ବେଶୀ ଦିନ ରହିଯାଇଥିବା ଖାଦ୍ୟକୁ ବାହାର କରନ୍ତୁ ।

୨. ଡିପ୍ କ୍ଲିନ୍: ଫ୍ରିଜ୍ର ସମସ୍ତ କୋଣଅନୁକୋଣକୁ ସଫା କରନ୍ତୁ । ପ୍ରତ୍ୟେକ ଅଂଶକୁ ବାହାର କରି ସଫା କରନ୍ତୁ । ଗନ୍ଧ ଆପେ ଆପେ ଦୂର ହୋଇଯିବ । ଏହା ବ୍ୟତୀତ ସପ୍ତାହକୁ ଥରେ ସାମାନ୍ୟ ଭାବେ ସଫା କରିବାକୁ ଭୁଲନ୍ତୁ ନାହିଁ ।