• ମାଦୁରୋଙ୍କୁ ଆମେରିକା କରିଛି ଗିରଫ
  • ଡ୍ରଗ୍ ଚୋରିର ଅଭିଯୋଗ ଲଗାଇଛି ଆମେରିକା
  • କୌଣସି ଦେଶର ମୁଖ୍ୟକୁ ଗିରଫ କରିବା କ୍ଷମତା ନାହିଁ
  • ଅନ୍ତର୍ଜାତୀୟ ଆଇନ୍ ଭଙ୍ଗ କରିଛି ଆମେରିକା ?

ନୂଆଦିଲ୍ଲୀ – ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ୍ ମାଦୁରୋଙ୍କୁ ଆମେରିକା ତାଙ୍କ ଘରେ ପଶି ଉଠାଇ ନେଇଗଲା। ଏକ ସାମରିକ ଅପରେସନ ପରେ ଏହି ଗିରଫଦାରୀକୁ ସଫଳ କରାଯାଇଛି। ଉକ୍ତ ଘଟଣାକୁ ନେଇ ସାରା ଦୁନିଆରେ ଅଲଗା ଅଲଗା ଉପାୟରେ ପ୍ରତିକ୍ରିୟା ଆସୁଛି। ଅନେକ ଦେଶ ଏହି ଘଟଣାକୁ ସମାଲୋଚନା କରିଛନ୍ତି। ମାଦୁରୋଙ୍କ ସହ ତାଙ୍କର ପତ୍ନୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଆମେରିକା ମାଦୁରୋଙ୍କ ଉପରେ ଡ୍ରଗ୍ ତସ୍କରୀର ମଧ୍ୟ ଅଭିଯୋଗ ଲଗାଇଛି । ଆସନ୍ତୁ ନଜର ପକାଇବା ଏହି ମାମଲାରେ କଣ କହୁଛି ଅନ୍ତର୍ଜାତୀୟ ଆଇନ୍ ...

କୌଣସି ଦେଶର ମୁଖ୍ୟକୁ ଗିରଫ କରିବାର ପାୱାର ନାହିଁ –

ଅନ୍ତର୍ଜାତୀୟ ନିୟାନୁସାରେ , କୌଣସି ଦେଶର ମୁଖ୍ୟକୁ ଗିରଫ କରିବାର କ୍ଷମତା ଆମେରିକାର ନାହିଁ। ଜାତିସଂଘ ଶନିବାର କହିଛି ଯେ, ଆମେରିକାର ଏହି ପଦକ୍ଷେପରେ ଦୁନିଆର ସମ୍ମୁଖରେ ଏକ ବିପଜ୍ଜନକ ଉଦାହରଣ ସୃଷ୍ଟି କରିଛି। ଟ୍ରମ୍ପଙ୍କ ଦ୍ୱାରା ମାଦୁରୋଙ୍କୁ ଗିରଫ କରିବା ଜାତିସଂଘର ଚାର୍ଟରର ସ୍ପଷ୍ଟ ଉଲ୍ଲଙ୍ଘନ। ଏହି ଚାର୍ଟରରେ ଅକ୍ଟୋବର ୧୯୪୫ରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତିର ଏକ କେନ୍ଦ୍ରୀୟ ପ୍ରାବଧାନ ଅନୁଚ୍ଛେଦ ୨(୪)। ଏହି ଅନୁଚ୍ଛେଦ ଅନୁସାରେ , କୌଣସି ଦେଶକୁ ଅନ୍ୟ ଦେଶ ବିରୋଧରେ ସାମରିକ ଫୋର୍ସର ଉପଯୋଗ କରି ରୋକିବା ଉଚିତ୍।

ଏହାସହ ମଧ୍ୟ ପଢନ୍ତୁ :  ଭେନେଜୁଏଲାରେ ଫସି ରହିଥିଲା ଆମେରିକା , ଏପଟେ ତାର ବନ୍ଧୁ ଘରେ ଚାଲିଥିଲା ଏୟାର ଷ୍ଟ୍ରାଇକ୍

ୟୁଏନର କଣ ରହିଛି ଭୂମିକା –

ହେଲେ ରିଗିଂ ପୂର୍ଣ୍ଣ ନିର୍ବାଚନ ପରେ ମାଦୁରୋଙ୍କୁ ଭେନେଜୁଏଲର ବୈଧ ନେତା ଭାବେ ମନେକରାଯାଉ ନଥିଲା। ଏହାସତ୍ତ୍ୱେ ଅନ୍ତର୍ଜାତୀୟ ଆଇନ ଅନ୍ତର୍ଜାତୀୟ ସମ୍ୱନ୍ଧରେ ଫୋର୍ସର ବ୍ୟବହାରକୁ ରୋକିଥାଏ। ବିଶେଷକରି ସେତେବେଳେ ଯେବେ କୌଣସି ଦେଶକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ଅନୁମୋଦିତ କରାଯାଇଥିବ। ୟୁଏନ୍କୁ ଏହିପରି କୌଣସି ହମଲାର ସୂଚନା ନଥିଲା। ଅନ୍ୟପଟେ ଟ୍ରମ୍ପ ପ୍ରଶାସନ ଏହି ବିଷୟରେ ଆମେରିକୀୟ କଂଗ୍ରେସ ସହ ମଧ୍ୟ ସଂପର୍କ କରି ନଥିଲା।

ଆମେରିକାର କଣ ରହିଛି ଦଲିଲ୍ –

ଟ୍ରମ୍ପ ପ୍ରଶାସନ ମାଦୁରୋଙ୍କୁ ଗିରଫ କରିବା ସାମରିକ ପ୍ରଶାସନର ଅଂଶ ଥିଲା। ଏହା ମୁତାବିକ , ନ୍ୟାୟ ବିଭାଗ ଏଥିପାଇଁ ଆର୍ମିର ସାହାଯ୍ୟ ମାଗି ଥିଲା। ଅଟର୍ନି ଜେନେରାଲ ପାମ୍ ବଣ୍ଡି ସୋସିଆଲ ମିଡ଼ିଆରେ କହିଥିଲେ ଯେ, ମାଦୁରୋ, ତାଙ୍କର ପତ୍ନୀ ଓ ଦୁଇ ପୁଅ ଖୁବ୍ ଶୀଘ୍ର ଆମେରିକୀୟ କୋର୍ଟରେ ଆଇନଗତ ପ୍ରକ୍ରିୟାର ସମ୍ମୁଖୀନ ହେବେ। ହେଲେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲା ଉପରେ ଆମେରିକୀୟ ତେଲ ଚୋରି କରିବାର ଅଭିଯୋଗ କରିଛି। ଟ୍ରମ୍ପ ଏକ ଆଶ୍ଚର୍ଯ୍ୟକର ଟିପ୍ପଣୀ ଦେଇଛନ୍ତ ଯେ, ଭେନେଜୁଏଲା ଉପରେ ଆମେରିକା ନିୟନ୍ତ୍ରଣ କରି ନେବ।