PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ମା’ ହେଲେ ଇଶା ଅମ୍ୱାନୀ, ଯାଆଁଳା ସନ୍ତାନକୁ ଦେଲେ ଜନ୍ମ

ନୂଆଦିଲ୍ଲୀ : କୋଟିପତି ମୁକେଶ ଅମ୍ୱାନୀ ଓ ନୀତା ଅମ୍ୱାନୀଙ୍କ ଘରେ ଖୁସିର ଲହରି ଖେଳି ଯାଇଛି । ଏହାର କାରଣଟି ହେଉଛି ସେମାନେ ଅଜା-ଆଈ ହୋଇଛନ୍ତି। ମୁକେଶ ଅମ୍ୱାନୀଙ୍କର ଝିଅ ଇଶା ଅମ୍ୱାନୀ ଓ ଜ୍ୱାଇଁ ଆନନ୍ଦ ପିରାମଲଙ୍କର ଯାଆଁଳା ସନ୍ତାନ ଜନ୍ମ ହୋଇଛନ୍ତି। ଅମ୍ୱାନୀ ପରିବାର ପକ୍ଷରୁ ଜାରି ବୟାନରେ କୁହାଯାଇଛି,  ଆମେ ଏହା ଖୁସିର ସହ କହୁଛୁ କି ଇଶା ଓ ଆନନ୍ଦଙ୍କୁ ୧୯ ନଭେମ୍ୱର ୨୦୨୨ରେ ଯାଆଁଳା ସନ୍ତାନଙ୍କ ଆର୍ଶିବାଦ ମିଳିଛି।

This is where Mukesh Ambani lived in Mumbai before India's richest man &  family moved into Antilia | GQ India

ବୟାନରେ କୁହାଯାଇଛି କି , ଇଶା ଓ ଆନନ୍ଦଙ୍କ କୋଳକୁ ଗୋଟିଏ ପୁଅ ଓ ଗୋଟିଏ ଝିଅ ଆସିଛନ୍ତି। ଇଶା ଓ ପୁଅ କୃଷ୍ଣ ଝିଅ ଆଦିୟା ସମସ୍ତେ ସୁସ୍ଥ ଅଛନ୍ତି। କହି ରଖୁଛୁ କି, ଇଶା ୧୨ ଡିସେମ୍ୱର ୨୦୧୮ରେ ଆନନ୍ଦ ପିରାମଲଙ୍କୁ ବିବାହ କରିଥିଲେ। ଦୁହେଁ ପିଲାଦିନର ବନ୍ଧୁ।

Isha Ambani, husband Anand Piramal become parents to twins

ସୂଚନା ଯେ, ନିକଟରେ ମୁକେଶ ଅମ୍ୱାନୀ ନିଜର ଝିଅ ଇଶାଙ୍କୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ରେ ବଡ଼ ଦାୟିତ୍ୱ ପ୍ରଦାନ କରିଛନ୍ତି । ଇଶା ରିଲାଏନ୍ସ ରିଟେଲର ଦାୟିତ୍ୱ ସମ୍ଭାଳୁଛନ୍ତି ।

ସମ୍ବନ୍ଧିତ ଖବର