ନୂଆଦିଲ୍ଲୀ,୨୬/୦୭: ଘରୋଇ ଜିମ୍ୱାୱେ ବିପକ୍ଷରେ ଟିମ୍ ଇଣ୍ଡିଆ ଆଗୁଆ ସିରିଜ୍ କବଜା କରି ସାରିଛି । ଆଜି ତୃତୀୟ ଟି-ଟ୍ୱେଣ୍ଟି ମୁକାବିଲା ଖେଳାଯିବ । ଲଗାତାର ବିଫଳ ହେବା ପରେ ୱିକେଟ କିପର ବ୍ୟାଟର ଇଶାନ କିଷନ ଫର୍ମକୁ ଚିନ୍ତା ବଢିଥିଲା କିନ୍ତୁ ଦ୍ୱିତୀୟ ମ୍ୟାଚରେ ଜବରଦସ୍ତ ଇନିଂସ ଖେଳିଥିଲେ । ଏହି ମ୍ୟାଚରେ ଇଶାନଙ୍କର ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଇଶାନ କିଷନ ଏକ ସହଜ ରନଆଉଟ୍ କରିବାରେ ବିଫଳ ହୋଇଥିଲେ । ରନଆଉଟ୍ ମିସ୍ ହେବାରୁ ମଣ୍ଡରେ ହାତ ଦେଇଥିଲେ ଇଶାନ । ୱିକେଟକିପରଙ୍କ ଉକ୍ତ ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନିଙ୍କର ୱିକେଟକିପିଂର ଏକ ଅନନ୍ୟ ଶୈଳୀ ଥିଲା । ସେ ପ୍ରାୟତଃ ଗୋଟିଏ ହାତରେ ବଲ ଧରି ଷ୍ଟମ୍ପକୁ ଫିଙ୍ଗୁଥିଲେ । ଷ୍ଟମ୍ପ ପଛରେ ଧୋନିଙ୍କ ମ୍ୟାଜିକ୍ ଦେଖିବାକୁ ମିଳୁଥିଲା । ଧୋନିଙ୍କ ପରି ସଫଳତା ହାସଲ କରିବା ସହଜ ନୁହେଁ । ଜିମ୍ୱାୱେ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟି ମୁକାବିଲାରେ ଧୋନିଙ୍କ ଶୈଳୀକୁ ଅନୁସରଣ କରିବାକୁ ଯାଇ ଫେଲ୍ ମାରିଥିଲେ ଇଶାନ । ଗୋଟିଏ ସହଦ ରନ ଆଉଟ୍ ମିସ୍ କରିଥିଲେ । ଏହା ପରେ ସେ ମୁଣ୍ଡରେ ହାତ ଦେଇଥିଲେ । ୨୮ ବର୍ଷୀୟ ଇଶାନଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି । ମଜାଳିଆ ଢଙ୍ଗରେ ୟୁଜର୍ସ କହୁଛନ୍ତ ଧୋନିଙ୍କୁ କପି କରିବା ସହଜ ନୁହେଁ ।
Ishan Kishan messed up big time. 😂 pic.twitter.com/pOTneTxnD7
— Mufaddal Vohra (@mufaddal_vohra) July 25, 2026
ରବିଙ୍କ ଓଭରରେ ସୁଯୋଗ ହାତଛଡା କଲେ ଇଶାନ- ୧୫ ତମ ଓଭରରେ ଇଶାନ ଏକ ରନ୍ ଆଉଟ୍ ସୁଯୋଗ ହାତଛଡା କରି ଭୁଲ୍ କରଥିଲେ । ସ୍ପିନର ରବି ବିଷ୍ଣୋଇଙ୍କ ଦ୍ୱାରା ବୋଲ୍ଡ ହୋଇଥିବା ଓଭରର ୫ ବଲକୁ ତାଡିୱାନାଶେ ମାରୁମାନି ଡିପ୍ ବ୍ୟାକୱାର୍ଡ ପଏଣ୍ଟକୁ ଏକ ସିଙ୍ଗଲ୍ ମାରିଥିଲେ । ଏହା ପରେ ଯାହା ଘଟିଥିଲା ତାହା ଆଶ୍ଚର୍ଯ୍ୟଜନକ ଥିଲା । କିଛି ସେକେଣ୍ଡରେ ଜିମ୍ୱାୱେର ଉଭୟ ଖେଳାଳି ବୋଲରଙ୍କ ପାଖରେ ଥିଲେ । ଷ୍ଟ୍ରାଇକରଙ୍କ କ୍ରିଜ୍ ଖାଲି ପଡିଥିଲା । ଥ୍ରୋ ଇଶାନଙ୍କ ପାଖକୁ ଆସିଥିଲା । ତାଙ୍କ ପାଖରେ ସହଜ ରନ୍ ଆଉଟ୍ ସୁଯୋଗ ଥିଲା କିନ୍ତୁ ସେ ମିସ୍ କରିଥିଲେ । ଇଶାନ ବିଷ୍ଣୋଇଙ୍କୁ ଡେଲିଭରି ଦେବା ପରିବର୍ତ୍ତେ ଅଣ୍ଡରଆର୍ମ ଡେଲିଭରି ପକାଇଥିଲେ । ସେ ବଲ୍ ଫିଙ୍ଗିଥିଲେ ତାହା ଷ୍ଟମ୍ପରେ ବାଜିନଥିଲା । ଏହି ଭୁଲକୁ ସ୍ୱୀକାର କରିଥିଲେ ଇଶାନ ।
ଏହା ହି ପଢନ୍ତୁ...ICC T20 Ranking: ଜିମ୍ୱାୱେଠାରୁ ସିରିଜ୍ ଜିତିଲା...ନମ୍ବର ୧ ଟି-୨୦ ସ୍ଥାନ ଫେରିଲା ପାଇଲା ଭାରତ, ଏହି ଟିମ୍ ପଡ଼ିଲା ପଛରେ
ଅଧିନାୟକ ଭାବେ ପ୍ରଥମ ସିରିଜ ଜିତିଛନ୍ତି ଶ୍ରେୟାସ ଆୟର । ଉଭୟ ଆୟର୍ଲାଣ୍ଡ ଓ ଇଂଲଣ୍ଡରେ ପରାଜୟ ପରେ ଆୟରଙ୍କ ଭାରତୀୟ ଦଳ ଘରୋଇ ଜିମ୍ବାୱେ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ୨ଟି ମ୍ୟାଚ ଜିତି ସିରିଜ କବ୍ଜା କରିଛି । ହାରାରେ ସ୍ପୋର୍ଟ୍ସ କ୍ଲବ୍ ଗ୍ରାଉଣ୍ଡ୍ରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନ୍ରେ ଘରୋଇ ଦଳକୁ ହରାଇଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୫ ୱିକେଟ୍ ବିନିମୟରେ ୨୧୯ ରନ ସଂଗ୍ରହ କରିଥିଲା । ଜବାବରେ ଜିମ୍ବାୱେ ୧୭.୫ ଓଭରରେ ୧୨୯ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ୮୧ରନ୍ର ଧୂଆଁଧାର ଇନିଂସ୍ ଖେଳିଥିବା ଇଶାନ କିଷନ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ଲଗାତାର ବିଫଳ ହେବା ପରେ ଦ୍ୱିତୀୟ ମ୍ୟାଚରେ ଇଶାନଙ୍କ ବ୍ୟାଟରୁ ଭଲ ଇନିଂସ ଆସିଥିଲା ।