ମୟୂରଭଞ୍ଜ ୨୬/୦୭ : ମୟୂରଭଞ୍ଜ ଅମର୍ଦା ଏୟାରଷ୍ଟ୍ରିପରେ ୧୪ ଜଣ ସହିଦ ଏୟାରମ୍ୟାନ୍ ଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି । ୧୯୪୫ ମସିହା ଜୁଲାଇ ୨୬ ତାରିଖ ଦିନ ଘଟିଥିଲା ଭୟଙ୍କର ବିମାନ ଦୁର୍ଘଟଣା। ରାସଗୋବିନ୍ଦପୁର ଏୟାରଷ୍ଟ୍ରିପରୁ ଉଡାଣ ଭରିଥିବା ୨ଟି ବିମାନ ୫୦ କିଲୋମିଟର ଦୂର ଯିବା ପରେ ବିଲଦା ଠାରେ ଦୁର୍ଘଟଣାଗ୍ରସ୍ତ ହେଇଥିଲା । ଏଥିରେ ଥିବା ୧୪ଜଣ ଏୟାରମ୍ୟାନ୍ ସହିଦ ହୋଇଥିଲେ। ଏମାନଙ୍କ ମଧ୍ୟରେ ଜଣେ ଭାରତୀୟ ଥିଲେ।

ଏହି ଦୁଇଟି ବିମାନ ଏୟାର ଫାଇଟିଂ ଟ୍ରେନିଂ ୟୁନିଟର ଥିଲା। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ୧୯୪୦ ମସିହାରେ ରାସଗୋବିନ୍ଦପୁରରେ ନିର୍ମାଣ ହୋଇଥିଲା ଏସିଆର ସର୍ବ ବୃହତ୍ତ ରନଓ୍ବେ ଥିବା ଏୟାରଷ୍ଟ୍ରିପ। ୩ କୋଟି ଟଙ୍କା ବ୍ୟୟରେ ଏହାକୁ ନିର୍ମାଣ କରାଯାଇଥିଲା। ଏୟାରଷ୍ଟ୍ରିପ୍ ରେ ଭୂଗର୍ଭସ୍ଥ ବଙ୍କର ମଧ୍ୟ ରହିଛି | ଯେଉଁଥରେ ଗୋଟିଏ କିମ୍ବା ଦୁଇଟି ବିମାନ ଥାଇପାରେ। ୧୯୪୫ ମସିହାରୁ ଏହାକୁ ଖୋଲାଯାଇ ନାହିଁ। ଏହି ସହିଦଙ୍କୁ ସମ୍ମାନ ଦେବା ପାଇଁ ଏବଂ ସେମାନଙ୍କୁ ମନେ ରଖିବା ପାଇଁ ପ୍ରତି ବର୍ଷ ଜୁଲାଇ ୨୬ ତାରିଖରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି। ଏହି ଅମର୍ଦା ଏୟାରଷ୍ଟ୍ରିପକୁ ଉଡାନ ଯୋଜନାରେ ସାମିଲ କରାଯାଇଛି। ତେବେ ଏଠାରେ ମେଣ୍ଟେନିଙ୍ଗ ରିପିଆରିଙ୍ଗ ସେଣ୍ଟର କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ଐତିହାସିକ ତଥା ପାଇଲଟ ଅନିଲ ଧୀର।