ନୂଆଦିଲ୍ଲୀ, ୧୮/୨ : ପଡ଼ିଆ ହେଉ ବା ପ୍ରେମ ଚର୍ଚ୍ଚାରେ ରହିଛନ୍ତି ଇଶାନ କିଷନ । ପାକିସ୍ତାନ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିବା ଇଶାନ କିଷନଙ୍କ ପ୍ରେମିକା ଆଦିତିଙ୍କୁ ନେଇ ଏବେ ଗଣମାଧ୍ୟମରେ ଖବରର ଶିରୋନାମା ପାଲଟିଛି । ନିକଟରେ ସେମାନଙ୍କ ପ୍ରେମ ସମ୍ପର୍କରେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଇଶାନଙ୍କ ଜେଜେବାପା ଅନୁରାଗ ପାଣ୍ଡେ । ସେମାନଙ୍କ ସମ୍ପର୍କକୁ ନେଇ କନଫର୍ମ କରିବା ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି କି, କେବେ ସେମାନଙ୍କ ହାତଗଣ୍ଠି ପଡ଼ିବ ? ଏହାସହ ଅନେକ ୟୁଜର୍ସମାନେ ମଧ୍ୟ ଇଣ୍ଟରନେଟରେ ସର୍ଚ୍ଚ କରୁଛନ୍ତି ଅଦିତି ହୁଣ୍ଡିଆ କିଏ ?
କିଏ ଏହି ଅଦିତି ହୁଣ୍ଡିଆ ?
ଇଶାନ କିଷନଙ୍କ ସହ ସମ୍ପର୍କ ଜାଣିବା ପରେ ସର୍ଚ୍ଚ କରାଯାଉଥିବା ଅଦିତି ହୁଣ୍ଡିଆ ହେଉଛନ୍ତି ମିସ୍ ଇଣ୍ଡିଆର ଫାଇନାଲିଷ୍ଟ । ଫ୍ୟାଶନ ଜଗତରେ ବେଶ ଜଣାଶୁଣା ଅଦିତି ମିସ୍ ଡିଭାସର ମଧ୍ୟ ବିଜେତା ରହିଛନ୍ତି । ୨୦୧୭ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ସେ ଫାଇନାଲିଷ୍ଟ ରହିଥିବାବେଳେ ୨୦୧୮ ମିସ୍ ଡିଭାସର ବିଜେତା ହୋଇଥିଲେ । ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରହିଥିବାବେଳେ ତାଙ୍କର ବହୁ ଫଲୋର୍ସ ରହିଛନ୍ତି । ତାଙ୍କ ବାପା ଜୟପୁରର ଜଣେ ଜଣାଶୁଣା ବ୍ୟବସାୟୀ । ଏହାସହ ସେ ବହୁ ବ୍ରାଣ୍ଡର ବିଜ୍ଞାପନ ମଧ୍ୟ କରିଥିବାବେଳେ ନିଜର ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି ।
ଅଦିତି ପେଶାରେ ଜଣେମଡେଲ ଏବଂ ବ୍ଲଗର। ୨୦୧୬ ରୁ ମଡେଲିଂରେ ଆକ୍ଟିଭ୍। ଅଦିତି ଜୟପୁରରେ ନିଜର ଫ୍ୟାଶନ୍ ଆଉଟଲେଟ୍ ମଧ୍ୟ ଖୋଲିଛନ୍ତି । ଅଦିତି ତାଙ୍କର ସମ୍ପୂର୍ଣ୍ଣ ଶିକ୍ଷା ଜୟପୁରରେ ସମାପ୍ତ କରିଛନ୍ତି । ମଡେଲିଂ ବ୍ୟତୀତ, ଅଦିତି ତାଙ୍କ ମାଆଙ୍କ ସହିତ ସାମାଜିକ କାର୍ଯ୍ୟରେ ମଧ୍ୟ ସକ୍ରିୟ । ମଡେଲିଂ ବ୍ୟତୀତ, ଜଣେ ଫ୍ୟାଶନ୍ ଇନଫ୍ଲୁଏନ୍ସର ଏବଂ ବ୍ୟବସାୟୀ। ତାଙ୍କର ମୋଟ ସମ୍ପତ୍ତି ୧୬ ରୁ ୨୫ କୋଟି ଟଙ୍କା ମଧ୍ୟରେ ହେବ ବୋଲି ଆକଳନ କରାଯାଇଛି। ତାଙ୍କ ଆୟର ଏକ ପ୍ରମୁଖ ଅଂଶ ତାଙ୍କ ନିଜସ୍ୱ ଫ୍ୟାଶନ୍ ବ୍ରାଣ୍ଡରୁ ଆସିଥାଏ।।ତେବେ ସେମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଇଶାନ କିଷନ ଏବେ ଟି-୨୦ ବିଶ୍ବକପ ଖେଳୁଛନ୍ତି । ସେମାନଙ୍କ ବିବାହ କେବେ ହେବ ଏନେଇ କୌଣସି ସ୍ପଷ୍ଠ ପ୍ରତିକ୍ରିୟା ମିଳିପାରିନାହିଁ ।
ଏହାସହ ପଢ଼ନ୍ତୁ : ନାମିବିୟାକୁ ହରାଇ ସୁପର-୮ରେ ସ୍ଥାନ ପକ୍କା କଲା ପାକିସ୍ତାନ, ଏହିଦିନ ଭାରତ ସହ ହୋଇପାରେ ଟକ୍କର...