ନୂଆଦିଲ୍ଲୀ, ୧୮/୨ : ନାମିବିୟା ବିପକ୍ଷରେ ବଡ଼ ବିଜୟ ସହ ସୁପର-୮ରେ ପାକିସ୍ତାନ । ଶେଷ ଦଳ ଭାବେ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି ପଡ଼ୋଶୀ ଦେଶ । ଭାରତ ବିପକ୍ଷ ମ୍ୟାଚରେ ପରାଜୟ ପରେ ବୁଧବାର କଲୋମ୍ବୋରେ ଖେଳାଯାଇଥିବା ନାମିବିୟା ବିପକ୍ଷ ଅନ୍ତିମ ଲିଗ୍ ମ୍ୟାଚରେ ୧୦୨ର ବଡ଼ ବ୍ୟବଧାନରେ ବିଜୟ ହାସଲ କରିଛି ପାକିସ୍ତାନ । ଶତକୀୟ ପାଳି ଖେଳିଥିବା ସହିବଜାଦା ଫରହାନ ମ୍ୟାନ୍ ଅଫ୍ ଦ ମ୍ୟାଚ ବିବେଚିତ ହୋଇଛନ୍ତି ।
ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୯୯ ରନ୍ କରିଥିଲା । ଦଳ ପକ୍ଷରୁ ଫରହାନ ଅପରାଜିତ ରହି ୧୦୦ ରନ୍ କରିଥିଲେ । ତାଙ୍କ ଶତକ ବଳରେ ବଡ଼ ସ୍କୋର କରିଥିଲା ପାକିସ୍ତାନ । ୨୦୦ ରନର ବିଜୟ ଲକ୍ଷ୍ୟ ନାମିବିୟା ଆଗରେ ରହିଥିବାବେଳେ ଦଳ ମାତ୍ର ୯୭ ରନରେ ଅଲଆଉଟ୍ ହୋଇଥିଲା । ପାକିସ୍ତାନ ପକ୍ଷରୁ ଉସମାନ ତାରିକ୍ ୪ ଏବଂ ସଦାବ ଖାନ ୩ଟି ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ନାମିବିୟାର ଦୁଇଜଣ ଖେଳାଳି କେବଳ ଦୁଇ ଅଙ୍କ ଛୁଇଁଥିଲେ । ବାକି ୯ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରିନାହାନ୍ତି । ପାକିସ୍ତାନୀ ସ୍ପିନରଙ୍କ ଆଗରେ ଧରାଶାୟୀ ହୋଇଥିଲେ ନାମିବିୟା ବ୍ୟାଟ୍ସମ୍ୟାନ ।
ଏହାସହ ପଢ଼ନ୍ତୁ : ଭାରତ ବିପକ୍ଷରେ ଖୋଲି ପାରିଲେନି ଖାତା, ଏବେ ନାମିବିୟା ବୋଲରଙ୍କୁ ଧୋଇଲେ ଫରହାନ