ଏବେ ଏହି ଦେଶ ଦେଇ ଭାରତକୁ ଆସୁଛି ନକଲି ନୋଟ୍, ଆଇଏସଆଇ ଓ ଡି-କମ୍ପାନୀର ରହିଛି ହାତ

ନୂଆଦିଲ୍ଲୀ,୨।୬: ଦେଶର ବିକାଶରେ ନକଲି ନୋଟ୍ ଏବେ ବହୁତ ବଡ ପ୍ରତିବନ୍ଧକ ସାଜିଛି। କିନ୍ତୁ ଏବେ ଭାରତର ପୂର୍ବବର୍ତ୍ତୀ ସୀମାରେ ବହୁ ପରିମାଣରେ ଏହାର ଆସିବାର ବାଟ ଫିଟିଗଲାରି। ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)ର ତଦନ୍ତରୁ ଏହା ଖୁଲାସା ହୋଇଛି ଯେ, ପାକିସ୍ତାନ ସ୍ଥିତି ଆଇଏସଆଇ ଓ ଡି-କମ୍ପାନୀର ମେଣ୍ଟ ଦ୍ବାରା ଦେଶରେ ନକଳି ନୋଟ ଅଣାଯାଉଚି। ନକଲି ନୋଟ୍ କାରବାର କରୁଥିବା ସଂଗଠନର ୟୁନୁସ ଅନସାରୀକୁ ନେପାଳରୁ ଗିରଫ କରାଯିବା ପରେ ଏହି କଥା ଜଣାପହିଥିଲା। ଭାରତୀୟ ଗୁଇନ୍ଦା ଏଜେନ୍ସି ନିକଟରୁ ମିଳିଥିବା ସୂଚନା ଅନୁସାରେ ପୋଲିସ ଏବେ ତାକୁ ଗିରଫ କରିଛି।
ଭାରତୀୟ ଅଧିକାରୀଙ୍କ କହିବା ଅନୁସାରେ, ଅନସାରୀର ଆଇଏସଆଇ ଓ ଦାଉଦ ଇବ୍ରାହିମ ସହିତ ନିକଟତମ ସମ୍ପର୍କ ରହିତିଳା ଓ ସେ ନକଲି ନୋଟ୍ କାରବାର କରୁଥିବା ସଂଗଠନର ସବୁଠାରୁ ବଡ ଖେଳାଳି। ଅନସାରୀ ସହିତ ୩ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି, ଯେଉଁମାନଙ୍କର ପରିଚୟ ଅଖତର, ନାଦିୟା ଅନଓ୍ବର ଓ ନସିରୁଦ୍ଦିନ ଭାବରେ ହୋଇଛି।
ଜଣେ ଅଧିକାରୀଙ୍କ କହିବା ଅନୁସାରେ ଗିରଫ ସମୟରେ ଅନସାରୀ ଓ ତା’ର ସହଯୋଗୀଙ୍କ ପାଖରୁ ୭ କୋଟି ଟଙ୍କା ମୂଲ୍ୟର ନକଲି ନୋଟ୍ ଜବତ ହୋଇଥିଲା। ଅନସାରୀ ଗିରଫ ହେବାପରେ ଏହା ଜଣାପଡିଥିଲା ଯେ, ଭାରତରେ ନକଲି ନୋଟ୍ ପ୍ରବେଶ କରାଇବାର ଜରିଆ ଏବେ ନେପାଳ ନୁହେଁ, ବଂର ବାଂଲାଦେଶ ବାଟ ଦେଇ ଭାରତ ପୂର୍ବ ସୀମା ରାସ୍ତାରେ ନକଳି ନୋଟ୍ ଆସୁଛି। ନିକଟରେ ପଶ୍ଚିମବଙ୍ଗର ଜଣେ ବ୍ୟକ୍ତିଙ୍କୁ ୧୦ ଲକ୍ଷ ଟଙ୍କାର ନକଲି ନୋଟ୍ ସହିତ ଆନନ୍ଦ ବିହାର ରେଲଓ୍ବେ ଷ୍ଟେସନରୁ ଗିରଫ କରାଯାଇଥିଲା। ପଚରାଉଚରା ବେଳେ ଜଣାପଡିଥିଲା ଏହି ନୋଟ୍ ବାଲଂଦେଶରେ ଛପା ଯାଇଥିଲା। ଏହାକୁ ରାଷ୍ଟ୍ରୀୟ ରାଜଧାନୀର ବ୍ୟସ୍ତ ବହୁଳ ବଜାର ଓ ଦୋକାନରେ ଚଲାଇବାର ଯୋଜନା ଥିଲା।